• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ଵର୍ଗତଃ ସୁଲୋଚନା ମହାପାତ୍ର ସୁଗୁଣର ସମାହାର ଥିଲେ ବିଳାଶୁଣୀର ମା’ଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ

Proprietor Abhimanyu Maharana by Proprietor Abhimanyu Maharana
December 26, 2024
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍
0
Sulochana Mahapatra Personifies Paragon of Virtues Glowing Tribute paid to Mother of Bilasuni
Share on FacebookShare on TwitterWhatsapp

୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବିଳାଶୁଣୀ/ଭୁବନେଶ୍ଵର  :-> ନିଆଳୀ ବ୍ଳକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମ ପଞ୍ଚାୟତର ପ୍ରଥମ ସରପଞ୍ଚ ସ୍ଵର୍ଗତଃ ମହାଦେବ ମହାପାତ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ସୁଲୋଚନା ମହାପାତ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି । ଶ୍ରୀମତୀ ମହାପାତ୍ରଙ୍କର ବିୟୋଗର ଏକାଦଶ ଓ ଚତୁର୍ଦ୍ଦଶ ତିଥି ଅବସରରେ ତାଙ୍କର ଗାଁ ବିଳାଶୁଣୀର ବାଲିକୁଦସ୍ଥିତ ବାସଭବନଠାରେ ଏବଂ ଗୁଜୁରାଟର ଆଦରାଜ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ପ୍ରାର୍ଥନା ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ପରିଜନ, ପରିବାର ବର୍ଗ ଏବଂ ଶୁଭାକାଂକ୍ଷୀମାନେ ସମ୍ମିଳିତ ହୋଇ ସୁଲୋଚନା ମହାପାତ୍ରଙ୍କର ଆଦର୍ଶ ଜୀବନକୁ ସ୍ମରଣ କରିବା ସହିତ ଦିବଂଗତ ଆତ୍ମାର ସଦଗତି ଓ ଚିରଶାନ୍ତି କାମନା କରିଥିଲେ । ଶ୍ରୀମତୀ ମହାପାତ୍ରଙ୍କର ଗତ ଡିସେମ୍ବର ଚାରି ତାରିଖ ଦିନ ୯୨ ବର୍ଷ ବୟସରେ ନିଧନ ଘଟିଥିଲା ।

ସେହି ଦିନ ପୁରୀର ସ୍ଵର୍ଗଦ୍ଵାରଠାରେ ପରିବାରବର୍ଗ ଓ ବିଳାଶୁଣୀର ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶ୍ରୀମତୀ ମହାପାତ୍ରଙ୍କର ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କ ମଧ୍ୟରେ ତିନି ପୁଅ ବେଙ୍ଗାଲୁରୁ ସ୍ଥିତ ଆଇଆଇଏମର ପ୍ରଫେସର ଡଃ. ଗୋପାଳ ମହାପାତ୍ର, ବରିଷ୍ଠ ଅଧିବକ୍ତା ଦାମୋଦର ସାହୁ ଏବଂ ଗୁଜୁରାଟରେ ଅବସ୍ଥାପିତ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ ବଦ୍ରିନାରାୟଣ ମହାପାତ୍ର, ତିନି ଝିଅ ଜୟଶ୍ରୀ ମହାପାତ୍ର, ସୈରିନ୍ଧ୍ରୀ ମହାପାତ୍ର ଓ ଚିନ୍ମୟୀ ମହାପାତ୍ର, ତିନି ଜ୍ବାଇଁ ସ୍ଵର୍ଗତଃ ସୁକାନ୍ତ ସେନାପତି, ଦାମୋଦର ପାଢ଼ୀ ଓ ନରେନ୍ଦ୍ର ସାହୁ, ତିନି ବୋହୂ ମନସ୍ଵିନୀ ମହାପାତ୍ର, ରମାଦେଇ, ତୃପ୍ତିମୟୀ ମହାପାତ୍ର ଓ ନାତି ନାତୁଣୀ ଯଥା ; ବବୁଲ, ପପୁନ, ଭକ୍ତ, ଆଶିଷ, ସିଲୁ, ଚନ୍ଦନ, ଜିତୁ, କ୍ରିପିତା ଓ ରାଜା ପ୍ରମୁଖ ସାମିଲ ଅଛନ୍ତି। କନିଷ୍ଠ ପୁତ୍ର ବଦ୍ରିନାରାୟଣ ମହାପାତ୍ର ମୁଖାଗ୍ନି ପ୍ରଦାନ କରିଥିଲେ ।

ସ୍ଵର୍ଗତଃ ସୁଲୋଚନା ମହାପାତ୍ର ଏକାଧାରରେ ଜଣେ ସୃଜନଶୀଳ କବୟତ୍ରୀ, ଆଧ୍ୟାତ୍ମିକ ଉପାସକ, କର୍ତ୍ତବ୍ୟ ପରାୟଣ ଗୃହିଣୀ, ନିଷ୍ଠାପର, ସରଳ, ସ୍ନେହୀ, ମିଷ୍ଟଭାଷୀ, ଦରଦୀ, ମେଳାପୀ ଓ ପରୋପକାରୀ ମହିଳା ଥିଲେ I ସେ ୧୯୩୨ ମସିହା ଜାନୁୟାରୀ ୧ ତାରିଖରେ ଏରବଙ୍ଗ ଗ୍ରାମରେ ମାତା ସୁନ୍ଦରମଣି ଦିବ୍ୟା ଏବଂ ପିତା ଜଗନ୍ନାଥ ସାହୁଙ୍କର ଔରସରୁ ସେ ଜନ୍ମ ଗ୍ରହଣ କରିଥିଲେ । ସୁଲୋଚନା ବିଳାଶୁଣୀ ଗ୍ରାମର ପ୍ରଖ୍ୟାତ ଜମିଦାର ନରେନ୍ଦ୍ର ମହାପାତ୍ରଙ୍କ ସୁପୁତ୍ର ମହାଦେବ ମହାପାତ୍ରଙ୍କୁ ବିବାହ କରିଥିଲେ । ପ୍ରଖର ଈଶ୍ଵର ବିଶ୍ଵାସୀ ସୁଲୋଚନା ସ୍ୱଳ୍ପ ଶିକ୍ଷା ପ୍ରାପ୍ତ କରିଥିଲେ ସୁଦ୍ଧା ତାଙ୍କର ଜୀବଦ୍ଦଶାରେ ବହୁ ଉଚ୍ଚକୋଟିର ଭକ୍ତି ସଙ୍ଗୀତ ରଚନା କରି ଯାଇଛନ୍ତି ।

ଭଜନ ଗାଇବା ଓ ଶୁଣିବା ପାଇଁ ସେ ଖୁବ୍ ପସନ୍ଦ କରୁଥିଲେ । ବିନା ପାଠରେ ସେ ଘରର ସବୁ ହିସାବ କିତାବ ରଖିବାରେ ସିଦ୍ଧହସ୍ତ ଥିଲେ । ପୁରୁଣା ଯୁଗର ନାରୀ ହୋଇଥିଲେ ମଧ୍ୟ ତାଙ୍କର ଚିନ୍ତାଧାରା ଥିଲା ଆଧୁନିକ ଓ ଯୁଗୋପଯୋଗୀ । ସମସ୍ତ ସନ୍ତାନ ସନ୍ତତିମାନଙ୍କୁ ସମ ଦୃଷ୍ଟିରେ ଦେଖୁଥିବା, ସୁଲୋଚନା ସନ୍ତାନମାନଙ୍କୁ ଉଚ୍ଚକୋଟିର ମଣିଷ କରି ଗଢ଼ି ତୋଳିବା ପ୍ରଚେଷ୍ଟାରେ ସଫଳ ହୋଇଥିଲେ । ବସୁଧୈବ କୁଟୁମ୍ବକମ୍ ଦର୍ଶନର ଦୃଢ଼ ବିଶ୍ଵାସୀ ସୁଲୋଚନା ଧନୀଠାରୁ ଗରୀବ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣାର ଭାବୁଥିଲେ ଓ ନିଜର ପରିବାର ସଦସ୍ୟର ମାନ୍ୟତା ଦେଉଥିଲେ। ଦୀନ, ଦୁଃଖି ଓ ଦରିଦ୍ରଙ୍କର ସେବାରେ ସେ ସଦା ସର୍ବଦା ସମର୍ପିତ ଥିଲେ ।

ମନ୍ତ୍ରୀଠାରୁ ମୂଲିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ । ଘରକୁ ଆସୁଥିବା ଭିକାରୀଠାରୁ ଅତିଥି ପର୍ଯ୍ୟନ୍ତ କେହି କେବେ ତାଙ୍କ ନିକଟରୁ ଖାଲି ହାତରେ ବା ଖାଲି ପେଟରେ ଫେରୁଥିବା ଦେଖା ଯାଉନଥିଲା I ତାଙ୍କ ବିହୁନେ ବିଳାଶୁଣୀ ଗ୍ରାମ ମାତୃହରା ହୋଇଯାଇଛି।ଏହି ଶୂନ୍ୟତା କେବେ ପୂରଣ ହୋଇ ପାରିବ ନାହିଁ । ଆଉ ମା’ ମା’ ବୋଲି ଡାକ ଏଠାରେ କାହାକୁ ଶୁଭିବ ନାହିଁ । ସ୍ଵର୍ଗତଃ ମହାପାତ୍ରଙ୍କର ଚତୁର୍ଦ୍ଦଶାହ ମହୋତ୍ସବ ଉପଲକ୍ଷେ ତାଙ୍କ ବାଲିକୁଦ ବାସଭବନର ପ୍ରାଙ୍ଗଣରେ ଆୟୋଜିତ ଭଜନ ସମାରୋହରେ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ଶ୍ରୀଚରଣ ମହାନ୍ତି, ଶୈଳଭାମା ମହାପାତ୍ର ଏବଂ ଅର୍ପିତା ଚୌଧରୀ ପ୍ରମୁଖ ସୁମଧୁର ଭଜନ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିବା ଦେଖାଯାଇଥିଲା । ଉଭୟ ଏକାଦଶ ଓ ଚତୁର୍ଦ୍ଦଶ କାର୍ଯ୍ୟକ୍ରମରେ ସମୁହ ଗୀତାପାଠ ଓ ସଙ୍କୀର୍ତ୍ତନ ଆୟୋଜନ କରାଯାଇଥିଲା ।

ସ୍ଵର୍ଗତଃ ସୁଲୋଚନା ମହାପାତ୍ରଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ଉଭୟ ବିଳାଶୁଣୀ ଓ ଆଦରାଜଠାରେ ସାମିଲ ହୋଇ ଶୋକାକୁଳ ପରିବାର ଜନଙ୍କୁ ସାନ୍ତ୍ଵନା ପ୍ରଦାନ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡଃ. ନିର୍ମଳା ୱାଧୱାନୀ, ପ୍ରାକ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ନିଆଳୀ ବିଧାୟକ ଛବି ମଲ୍ଲିକ, ପୂର୍ବତନ ବିଧାୟକ ଡ.ପ୍ରମୋଦ ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ, ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ୱାଓସୋର ସାସ୍କୃତିକ ସମ୍ପାଦକ କାବେରୀ ବେହେରା, ବରିଷ୍ଠ ପ୍ରଶାସକ ବାଞ୍ଛାନିଧି ପାଣି, ହରେକୃଷ୍ଣ ଦାଶ, ଅଜିତ ପଣ୍ଡା, ଡଃ. ସୁନୀଲ ଶୁକ୍ଳା, ମନୋଜ କୁମାର ସାହୁ ଓ ଅଶୋକ ଶତପଥୀ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟର କୁଳପତି ଡ. ମାନସ ରଞ୍ଜନ ସାହୁ,

ସମାଜସେବୀ ସ୍ୱାଧୀନ ମହାନ୍ତି ଓ ଲଲାଟେନ୍ଦୁ ସାହୁ, ବିଜେପିର ମଣ୍ଡଳ ସଭାପତି ପ୍ରଭାତ ଜେନା, କର୍ପୋରେଟ ପରାମର୍ଶ ଦାତା ରମେଶ ସାହୁ, ଆଧ୍ୟାତ୍ମିକ ଗୁରୁ ବାବା ଅଭିରାମ ସରସ୍ଵତୀ, ସ୍ଥାନୀୟ ସରପଞ୍ଚ ବୃନ୍ଦ ଯଥା ; ସବିତା ନନ୍ଦ, ବିଜୟ ରାମ ପଣ୍ଡା, ତ୍ରିନାଥ ମହାନ୍ତି, ସୁରେଶ ପଟ୍ଟନାୟକ, ନମିତା ବାରିକ, ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାକର ରାଉତ ଏବଂ ପଞ୍ଚାୟତ ସମିତି ସଦସ୍ୟ ସମ୍ପଦ ମହାନ୍ତି ପ୍ରମୁଖ ଅନର୍ଭୂକ୍ତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026
ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

ମଧୁବାବୁଙ୍କ ଜୟନ୍ତୀରେ ପୁରୀ ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version