No Result
View All Result
୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସହରର ନଳାପାଣି ଓ ହୋଟେଲ ର ଆବର୍ଜନା ଜଳରେ ଏବେ ସମୁଦ୍ର ପ୍ରଦ୍ୟୁଷିତ । ପର୍ଯ୍ୟଟକଙ୍କ ବଜ୍ୟ ପ୍ଲାଷ୍ଟିକ, ପଲିଥିନ ଓ ବ୍ୟବହୃତ ଖାଦ୍ୟଦ୍ରବ୍ୟ ରେ ସାମୁଦ୍ରିକ ଜୀବନ ଅସୁରକ୍ଷିତ । ଏହି କାରଣରୁ ଚିଲିକା ଏବେ ଅଧା ପୋତି ହୋଇଗଲାଣି । ଡଲଫିନମାନେ ଅଦୃଶ୍ୟ ହେବା ଆରମ୍ଭ କଲେଣି ଓ ଅଲିଭ ରିଡଲେ କଇଁଛମାନେ ସମୁଦ୍ର ର ଯନ୍ତ୍ରଚାଳିତ ଟ୍ରଲର ଓ ଜାହାଜର ଶଦ୍ଦାଘାତ ରେ କ୍ଷତାକ୍ତ ହେଲେଣି ।
ଏସବୁକୁ ଏଡାଇ ଏକ ସୁରକ୍ଷିତ ବେଳାଭୂମି,ପ୍ରଦ୍ୟୁଷଣମୁକ୍ତ ସମୁଦ୍ର ଓ ଚିଲିକା ସହ ସ୍ବଛ ଓ ସବୁଜ ବେଳାଭୂମି ର ସ୍ଲୋଗାନ ଧରି ମିଶନ ଓଡ଼ିଶା ର ସଂପାଦକ ମଧୁସୂଦନ ମିଶ୍ରଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀ ମିତ୍ରଭାନୁ ନାୟକ ଓ ବିବୁଲ ମଲ୍ଲିକ ପ୍ରଭୁତିଙ୍କୁ ନେଇ ଏକ ଦଳ ପୁରୀ ଲାଇଟ ହାଉସ୍ ବେଳାଭୂମି କୂଳେ କୂଳେ ୪୮କିଲୋମିଟର ଯାଇ ସାତପଡା ରେ ପହଞ୍ଚିଛନ୍ତି । ପାହାନ୍ତି ସକାଳେ ପୁରୀ ଲାଇଟ୍ ହାଉସ୍ ଠାରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ର ଅଧିକାରୀ ହରେଶ ମିଶ୍ର,
ପରିବେଶବିତ୍ ବଦ୍ରି ମିଶ୍ର, ଅନ୍ତଃଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ, ପ୍ରକୃତି ବନ୍ଧୁ ଭାସ୍କର ପୂଜାରୀ,ମିଶନ ଓଡ଼ିଶା ର କେଦାରନାଥ ମହାପାତ୍ର ଓ ଶିବରାମ ପ୍ରଧାନଙ୍କ ସମେତ ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ର ଅଧିକାରୀମାନେ ଉପସ୍ଥିତ ରହି ଏହି କୋଷ୍ଟାଲ ଟ୍ରେକିଂ ଦଳର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ। ଏହି କାର୍ଯ୍ୟକ୍ରମ କୁ ନେହେରୁ ଯୁବ କେନ୍ଦ୍ର ଓ ମିଶନ ଓଡ଼ିଶା ମିଳିତ ଭାବେ-କେନ୍ଦ୍ର ସରକାରଙ୍କ “ମାଇ ଇଣ୍ଡିଆ”କାର୍ଯ୍ୟକ୍ରମ ଜରିଆରେ ଏହି କୋଷ୍ଟାଲ ଟ୍ରେକିଂ କରୁଛନ୍ତି ।
No Result
View All Result