No Result
View All Result
୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଲଘୁଚାପ ଜନିତ ଝିପି ଝିପି ବର୍ଷା ଯୋଗୁ ବୋଲଗଡ଼ ଅଞ୍ଚଳରେ ଗତ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ଅମଳ କରିଥିବା ଧାନ,ଏବଂ କଳେଇ ଗଦା ସବୁ ଜମିପାଖହୁଡା ଏବଂ ଆଉ କିଛି ଚାଷୀ ଖଳାକରି ରଖିଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀ ମାନେ ଜରିପାଲ ଘୋଡାଇ ଧାନକୁ ସୁରକ୍ଷିତ ରଖିଥିବା ଦେଖିବାକୁ ମିଳିଛି ।
ଆଉ କିଛି କଟାହୋଇଥିବା ଧାନ ବିଲରେ ପଡ଼ିରଥିବା ଦେଖିବାକୁ ମିଳିଛି । ଚାଷୀମାନଙ୍କର ଦୁଃଖ ଧାନ ବୁଣିବା ଠାରୁ ଆରମ୍ଭ କରି ଅମଳ ହେବାଯାଏଁ ସମସ୍ୟା ପରେ ସମସ୍ୟା କେତେବେଳେ ହାତୀ, ଆଉ କେତେବେଳେ ବରାହ ଓ ଅନ୍ୟ ଜୀବଜନ୍ତୁ ଙ୍କର ଉପଦ୍ରବ । ଆଉ ଏବେ ଲଘୁଚାପ ଜନିତ ବର୍ଷା ପାଇଁ ଚାଷିମାନେ ଭାଙ୍ଗିପଡିଛନ୍ତି । ବର୍ତ୍ତମାନ କିଛି ଚାଷୀଙ୍କର ଧାନ ଖଳା ଏବଂ ବିଲରେ ଭିଜୁଥିବାର ସୂଚନା ମିଳିଛି ।
ଏବଂ ଏହି ଅମଳ ହେବାକୁଥିବା ଧାନ ବର୍ଷା ଅଧିକ ହେଲେ ଧାନର ମାନ ହ୍ରାସ ହେବା ସହିତ ଧାନ ଗଜା ହୋଇଯିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ଏହି ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି । ସେମାନେଙ୍କ ବର୍ଷସାରା କରିଥିବା କଷ୍ଟ ପାଣିରେ ପଡିଯିବ ନାହିଁ ତ ? ବର୍ଷା ଜଦି ଏମିତି ଲାଗିରହିବ ଧାନ ଭିଜି ଯାଇ ମଣ୍ଡିକୁ ଗଲାବେଳେ ତାର ମାନ କଣ ରହିବ ସେ ଚିନ୍ତାରେ ପଡିଯାଇଛି ଚାଷୀ ।
No Result
View All Result