No Result
View All Result
୨୦ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଲଘୁଚାପ ଜନିତ ଝିପି ଝିପି ବର୍ଷା ଯୋଗୁ ବୋଲଗଡ଼ ଅଞ୍ଚଳରେ ଗତ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ଅମଳ କରିଥିବା ଧାନ,ଏବଂ କଳେଇ ଗଦା ସବୁ ଜମିପାଖହୁଡା ଏବଂ ଆଉ କିଛି ଚାଷୀ ଖଳାକରି ରଖିଛନ୍ତି। ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀ ମାନେ ଜରିପାଲ ଘୋଡାଇ ଧାନକୁ ସୁରକ୍ଷିତ ରଖିଥିବା ଦେଖିବାକୁ ମିଳିଛି । ଆଉ କିଛି କଟାହୋଇଥିବା ଧାନ ବିଲରେ ପଡ଼ିରଥିବା ଦେଖିବାକୁ ମିଳିଛି ।
ଚାଷୀମାନଙ୍କର ଦୁଃଖ ଧାନ ବୁଣିବା ଠାରୁ ଆରମ୍ଭ କରି ଅମଳ ହେବାଯାଏଁ ସମସ୍ୟା ପରେ ସମସ୍ୟା କେତେବେଳେ ହାତୀ, ଆଉ କେତେବେଳେ ବରାହ ଓ ଅନ୍ୟ ଜୀବଜନ୍ତୁ ଙ୍କର ଉପଦ୍ରବ। ଆଉ ଏବେ ଲଘୁଚାପ ଜନିତ ବର୍ଷା ପାଇଁ ଚାଷିମାନେ ଭାଙ୍ଗିପଡିଛନ୍ତି। ବର୍ତ୍ତମାନ କିଛି ଚାଷୀଙ୍କର ଧାନ ଖଳା ଏବଂ ବିଲରେ ଭିଜୁଥିବାର ସୂଚନା ମିଳିଛି।
ଏବଂ ଏହି ଅମଳ ହେବାକୁଥିବା ଧାନ ବର୍ଷା ଅଧିକ ହେଲେ ଧାନର ମାନ ହ୍ରାସ ହେବା ସହିତ ଧାନ ଗଜା ହୋଇଯିବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ। ଏହି ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। ସେମାନେଙ୍କ ବର୍ଷସାରା କରିଥିବା କଷ୍ଟ ପାଣିରେ ପଡିଯିବ ନାହିଁ ତ ?
ବର୍ଷା ଜଦି ଏମିତି ଲାଗିରହିବ ଧାନ ଭିଜି ଯାଇ ମଣ୍ଡିକୁ ଗଲାବେଳେ ତାର ମାନ କଣ ରହିବ ସେ ଚିନ୍ତାରେ ପଡିଯାଇଛି ଚାଷୀ।
No Result
View All Result