No Result
View All Result
୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀର ବରପୁତ୍ର ସ୍ୱର୍ଗତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୧୮ତମ ଜୟନ୍ତୀ ବାଙ୍କୀ ବିଜେପି ପକ୍ଷରୁ ଜନ୍ମସ୍ଥାନ ବୈଦ୍ୟେଶ୍ୱର ଠାରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ସଂଘ, ସମାଜସେବୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ବାଙ୍କୀ ବିଜେପିର ପ୍ରତିଷ୍ଠାତା ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ସାହୁ ପୂଜ୍ୟ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପୂର୍ବତନ ବିଜେପି ମଣ୍ଡଳ ସଭାପତି ପଦ୍ମଲୋଚନ ନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଚନ୍ଦ୍ର ଦଳେଇ, ପ୍ରକାଶ ମହାପାତ୍ର, ବ୍ରହ୍ମପୁରା ମଣ୍ଡଳ ସାଧାରଣ ସଂପାଦକ ଚନ୍ଦନ କୁମାର ନାୟକ,
କଳାପଥର ବିଜେପି ନେତା ସୁରେନ୍ଦ୍ର ବିଶ୍ୱାଳ ପ୍ରମୁଖ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସ୍ୱାଭିମାନର ବାର୍ତ୍ତା ସଂପର୍କରେ ସ୍ମୃତିଚାରଣ କରିଥିଲେ । ଓଡ଼ିଶାର ପ୍ରଥମ ସାମ୍ବାଦିକ ତଥା ଗଞ୍ଜାମ ପ୍ରଜାଆନ୍ଦୋଳନର ପ୍ରମୁଖ ସାରଥୀ ଭାବରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ କାର୍ଯ୍ୟ କରିଥିଲେ । ଏଭଳି ଗୁଣର ଅଧିକାରୀ ବାଙ୍କୀର ସୁଯୋଗ୍ୟ ବରପୁତ୍ର ଓ ନିର୍ଭିକ ଯୋଦ୍ଧାଙ୍କୁ ମନେପକାଇ ତାଙ୍କର ଜନ୍ମତିଥିକୁ ‘ବାଙ୍କର ସ୍ୱାଭିମାନ’ ଦିବସ ରୂପେ ପାଳନ କରିବା ପାଇଁ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ସିଦ୍ଧେଶ୍ୱର ପାଇକରାୟ ଆହ୍ୱାନ ଦେଇଥିଲେ । ସ୍ୱର୍ଗତ ବିଦ୍ୟାରତ୍ନ ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ସଂପଦ ଥିଲେ ବୋଲି ଉପସ୍ଥିତ ବ୍ୟକ୍ତିମାନେ ନିଜ ନିଜର ମତ ରଖିଥିଲେ ।
No Result
View All Result