No Result
View All Result
୧୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକର ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଆତ୍ମୀୟ ଏବଂ ସଂଗଠନମୂଳକ ମିଳନୀରେ ଏକ ମୁହୂର୍ତ୍ତାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସଭାରେ ଗୋପ ବ୍ଲକ ର ସମସ୍ତ ନବନିଯୁକ୍ତ କନିଷ୍ଠ ଶିକ୍ଷକ ମିଳିତ ଭାବରେ ଏକ ସଂଗଠନ ଗଢ଼ିଛନ୍ତି, ଯାହା ଶିକ୍ଷାକ୍ଷେତ୍ରରେ ଦୂରଦୃଷ୍ଟି ପଦକ୍ଷେପ ସ୍ଥାପନ କରିବା ସହିତ ଶିକ୍ଷକମାନଙ୍କର ଅଧିକାର ସୁରକ୍ଷା ଏବଂ ଉନ୍ନତିକୁ ସୁନିଶ୍ଚିତ କରିବାରେ ସହାୟକ ହେବ।

ଏହି ଅବସରରେ, ଆଖଣ୍ଡଳେଶ୍ୱର ଶୈବ ପୀଠର ପବିତ୍ର ପରିବେଶରେ ସଂଘର ନାମ, ଗଠନ ପ୍ରକ୍ରିୟା, ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା ବିଶେଷ କରି ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଭଳି କଳା ବ୍ୟବସ୍ଥା କୁ ଉଚ୍ଛେଦ କରିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସଂଘର ନବନିର୍ବାଚିତ କାର୍ଯ୍ୟକର୍ତ୍ତା ଭାବେ ସଭାପତି ଶ୍ରୀମତୀ ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ, ଉପସଭାପତି ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ଶର୍ମା,

ସମ୍ପାଦକ ଶ୍ରୀଯୁକ୍ତ ସୌରଭ ପ୍ରସାଦ ସିଂ, ସହ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟବ୍ରତ ପଟ୍ଟନାୟକ , କୋଷାଧ୍ୟକ୍ଷ ଶ୍ରୀମତୀ ରୋଜାଲିନ ସେଠୀ ଏବଂ ପରୀକ୍ଷିତ ରଥ(ଯୁଗ୍ମ ଭାବେ), ଗଣମାଧ୍ୟମ ସଂଯୋଜକ ରଶ୍ମି ରଞ୍ଜନ ସାହୁ ଏବଂ ସୁଭଦ୍ରା ସାହୁ ଶପଥ ପାଠ କରିଥିଲେ ଏବଂ ସଂଘ ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ। ସଂଘର ପ୍ରତିଷ୍ଠା ଦ୍ୱାରା, ଗୋପ ବ୍ଲକର ଶିକ୍ଷକ ମାନଙ୍କର ଏକତା, ସହଯୋଗ, ଏବଂ ସଂଘଠନ ଶକ୍ତିକୁ ଏକ ନୂତନ ଦିଗକୁ ନେବାର ସୂଚନା ଦିଆଯାଇଛି। ସେହିପରି, ଏହି ପଦକ୍ଷେପ ଭବିଷ୍ୟତରେ ଶିକ୍ଷାକ୍ଷେତ୍ରରେ ଅଗ୍ରଗତି ଓ ଉନ୍ନତିରେ ଦୃଢ଼ ଭୂମିକା ନିଭାଇବ।
No Result
View All Result