No Result
View All Result
୧୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :- ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।
ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ 17 ଟି ଫଇସଲା କରାଯାଇ ୧୫୧୨୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୦୯ ଜଣ ଋଣ ଗ୍ରହିତାଙ୍କଠାରୁ ୩୬୨୩୬୨୧ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ସେହିପରି ୪୦୭୬ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୯୨୦୮୪୪ ଟଙ୍କା ଆଦାୟ କରଯାଇଥିଲା ଏବଂ ଅନ୍ଯାନ୍ଯ ଦେୱାନି ୭୯ ଟି ମାମଲାର ଫଇସଲା ହୋଇଥିଲା ।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ରିଜା ରାୟ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା , ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ଶ୍ରୀ ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସୋନାଲୀ ସରିତା ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ ,

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ସ୍ଵୟଂ ପ୍ରଭା ଆଚାର୍ୟ ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ଡଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ସମସ୍ତ ନ୍ୟାୟ ଅଧିକାର ମିତ୍ର, ଅଧିବକ୍ତା ଦଣ୍ଡପାଣି ସ୍ଵାଇଁ, ରମେଶ ଚନ୍ଦ୍ର ମହାରଣା, କାମାକ୍ଷା ପ୍ରସାଦ ଦାଶ, ସଦସ୍ୟ ମହମଦ ଓମାର ମାଲ୍ଲିକ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।
No Result
View All Result