• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣ : ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ ଆଇନକୁ ହାତକୁ ନେଲେ : ଟ୍ରାକ୍ଟର, ଟ୍ରକ୍ ଓ ବାଇକ୍‌ ପୋଡ଼ିବା ସହ ଜେସିବି ଭଙ୍ଗାରୁଜା

Proprietor Abhimanyu Maharana by Proprietor Abhimanyu Maharana
August 22, 2020
in Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
0
ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣ : ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ ଆଇନକୁ ହାତକୁ ନେଲେ : ଟ୍ରାକ୍ଟର, ଟ୍ରକ୍ ଓ ବାଇକ୍‌ ପୋଡ଼ିବା ସହ ଜେସିବି ଭଙ୍ଗାରୁଜା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନିୟୁଜ୍ (୨୨ ଅଗଷ୍ଟ ଶନିବାର) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତଥା ପୁରୁଷୋତମପୁର ବ୍ଳକ କୋଳିଦାସପୁରରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା । ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ବନ୍ଦ କରିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁ ବାର ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଫଳସ୍ୱରୁପ କିଛି ଦୁବୃର୍ତ ଆଇନକୁ ହାତକୁ ନେଇଛନ୍ତି । ବେଆଇନ ବାଲି ଚୋରା ଚାଲାଣକୁ ନେଇ ଗ୍ରାମବାସୀଙ୍କ ସହ ବାଲି ମାଫିଆଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଇଛି । ଉତ୍ୟକ୍ତ ଗ୍ରାମବାସୀଙ୍କୁ ଦେଖି ଘଟଣା ସ୍ଥଳରୁ ବାଲି ମାଫିଆ ମାନେ ଫେରାର ହେବା ପରେ କିଛି ଦୁବୁର୍ତ ଏହାର ସୁଯୋଗ ନେଇ ଚୋରା ବାଲି ଚାଲାଣରେ ବ୍ୟବହୃତ ଗାଡ଼ି ଗୁଡ଼ିକରେ ନିଆଁ ଲଗାଇଦେଇଥିଲେ । ଫଳରେ ନଦୀ ନିକଟରେ ଥିବା ଦୁଇଟି ବାଇକକୁ ନିଆଁ ଲଗାଇ ଦେବାରୁ ସଂମ୍ପୁଣଁ ପୋଡ଼ି ଯାଇଥିବା ବେଳେ ଗୋଟିଏ ଟ୍ରାକ୍ଟର ( ଓଡ଼ି୦୭ କେ ୨୪୯୩) ,ଗୋଟିଏ ଟ୍ରକ ଓ ଦୁଇଟି ଟିପ୍ପର (୧) ଓଆର୦୭ ଏଫ ୦୪୪୨ ଓ ଓଆର୧୬ ସି ୦୧୪୧) ପୋଡ଼ି ଦେଇଥିବା ବେଳେ ଗୋଟିଏ ଜେସିବି ମେସିନ କୁ ଭାଙ୍ଗି ଦୁର୍ବୁର୍ତ ମାନେ ଫେରାର ହୋଇଯାଇଛନ୍ତି ।

ଖବର ପାଇ ଶନିବାର ସକାଳୁ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୁର୍ଯ୍ୟମଣି ପ୍ରଧାନ,ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଉଭୟ ହିଞ୍ଜିଳି ଓ ପୁରୁଷୋତମପୁର ରାଜସ୍ୱ କର୍ମଚାରୀ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛନ୍ତି । ଅନ୍ୟ ପକ୍ଷରେ ପୋଲିସ ଭର‌୍ୟରେ ର୍ଗା ପୁରୁଷ ଶୁନ୍ୟ ହୋଇପଡ଼ିଛି । ଖବର ଲେଖା ହେବା ସୁଦ୍ଧା ଏ ନେଇ ହିଞିଳିଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି । ବିଶ୍ୱରେ କରୋନା ତାର କାୟା ବିସ୍ତାର କରୁଥିବା ବେଳେ ବାଲି ମାଫିଆମାନେ ନିଜର କାୟା ବିସ୍ତାର କରିଛନ୍ତି । ବେଆଇନ ବାଲି କାରବାରକୁ ନେଇ ବିଭିନ୍ନ ସମୟରେ ସରକାରୀ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ବାଲିମାଫିଆ ମାନେ ଯେମିତି ସବୁ ନିତିନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି । ନାମକୁ କେବଳ ଯାହା ଆଇନ ତିଆରି ହୋଇଛି ଆଖି ଦେଖାଣିଆ ଧରପଗଡ଼ରେ ସିମୀତ ରହୁଛି । ରୁଷିକୁଲ୍ୟା ନଦୀରୁ ଅନୁମାନିକ ୫ ବର୍ଷରୁ ଉର୍ଦ୍ଧ ବିନା ଟେଣ୍ଡରରେ ରୁଷିକୁଲ୍ୟା ନଦୀରୁ ପ୍ରତ୍ୟକ ଦିନ ଓ ରାତ୍ରିରେ ସିକିରି, ଆଲପୁର, ଖରିଡ଼ା, କୋଳିଦାସପୁର, ଗିରିଆ, ଚାନ୍ଦୁଲି, ଖଣ୍ଡରା, ପୁଟିଆପଦର, ଦିଗାପଡ଼ା ଗ୍ରାମ ମଧ୍ୟ ଦେଇ ପ୍ରତ୍ୟହ ରାତିରେ ବାଲି ଚୋରା ଚାଲାଣ ହେଇଛି ।

ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ କୈାଣସି ପ୍ରକାର ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଲୁଟେରା ମାନେ ଏହାର ସୁଯୋଗ ନେବାକୁ ପଛାଉ ନାହାନ୍ତି । ଫଳରେ ବାଲି ଲୁଟେରା ମାନେ ପ୍ରଶାସନକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ଅବାଧରେ ବାଲି ଚାଲାଣ କରୁଛନ୍ତି । କୋଳିଦାସପୁର ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀରୁ ବାଲି ଚାଲାଣ ବେଳେ ସଂପୃକ୍ତ ଗ୍ରାମ ଦେଇ ବିଭିନ୍ନ ଟ୍ରକ୍ ଓ ଟ୍ରାକ୍ଟର ଗୁଡ଼ିକ ବେପାରୁଆ ଭାବେ ଯାତାୟତ କରୁଥିବାରୁ ଦୂର୍ଘଟଣା ସମ୍ଭାବନା କରି ଗତ ଏକ ମାସ ପୂର୍ବେ ସଂପୃକ୍ତ ଗ୍ରାମରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂପୃକ୍ତ ଗ୍ରାମ ରାସ୍ତା ଓ ନଦୀ ନିକଟବର୍ତି ଉଠାଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ରାସ୍ତା ଦେଇ ବାଲି ଗାଡ଼ି ଗୁଡ଼ିକୁ ଯାତାୟତ ନକରିବା ଓ ନଦୀରୁ ବାଲି ଚାଲାଣ ନକରିବା ସକାଶେ ସ୍ଥିର କରାଯାଇଥିଲା । ତେବେ ଗତ ୨/୩ ଦିନ ଧରି ପୁଣି ଥରେ ସ୍ଥାନୀୟ ଗ୍ରାମ ନିକଟବର୍ତି ଅଂଚଳର କିଛି ଅସାମାଜିକ ବ୍ୟକ୍ତିଙ୍କୁ ବାଲି ମାଫିଆ ମାନେ ମୋହରା କରି ପୁଣି ଥରେ ବାଲି ଚୋରା ଚାଲାଣ ଆରମ୍ଭ କରି ଦେଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସଂପୃକ୍ତ ଗ୍ରାମ ନିକଟ ଋଷିକୂଲ୍ୟା ନଦୀରୁ ବାଲି ମାଫିଆ ମାନେ ବାଲି ଚାଲାଣ କରୁଥିବା ବେଳେ ସଂପୃକ୍ତ ସ୍ଥାନରେ ଗ୍ରାମବାସୀ ପଂହଚିଥିଲେ । ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ୟକ୍ତ ଗ୍ରାମବାସୀଙ୍କୁ ମୁକାବିଲା ନକରିପାରି ଭୟରେ ବାଲି ମାଫିଆ ଓ ଗାଡ଼ି ଚାଳକ ମାନେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ ।

ଏହାର ସୁଯୋଗ ନେଇ କିଛି ଦୁବୃର୍ତ ନଦୀ ନିକଟରେ ଥିବା ବାଇକ, ଟ୍ରାକ୍ଟର ଓ ଟିପ୍ପରରେ ନିଆଁ ଲଗାଇ ଦେଇଥିବା ବେଳେ ଜେସିବି ମେସିନକୁ ଭଙ୍ଗାରୁଜା କରିଥିଲେ । ଅନ୍ୟପକ୍ଷରେ ଏହି ପରି ବାଲି ଚାଲାଣ ଜାରି ରହିଲେ ପିତଳ,ତହଂର, ଗିରିଆ. ନନ୍ଦିକ.ଫୁଟିଆପଦର.ଦିଗାପଡ଼ା ଶାସନ ଓ ଜାମୁନୀ .ଆଲପୁର,କୋଳିଦାସପୁରଗ୍ରାମ ଓ ନଦୀ ନିକଟବର୍ତି ଗ୍ରାମ ଗୁଡ଼ିକ ପ୍ରତି ବିପଦ ଆଶଙ୍କା ଦେଖାଦେବ ଏବଂ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବ । ଏହାକୁ ବନ୍ଦ କରିବା ଲାଗି ପ୍ରଶାସନ ପଦକ୍ଷେପ ନ ନେଲେ ନଦୀ ନିଜର ଗତିପଥ ବଦଳାଇ ଗାଁ ମୁହାଁ ହେବାର ଆଶଙ୍କା ଉପୁଜିଛି । ବାଲି ମାଫିଆଙ୍କ ଭୟରେ ଗ୍ରାମ ବାସୀ ମୁହଁ ଖୋଲି ପାରୁ ନାହାନ୍ତି । ଗ୍ରାମର ସୁରକ୍ଷା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବାଲି ଚୋରା ଚାଲାଣରେ ଚୋରା ଗାଡ଼ି ଗୁଡ଼ିକ ବ୍ୟବହାର ହେଉଥିବାରୁ ଚାଳକ ମାନେ ରାତି ଅଧିଆ ତରବରିଆ ଭାବେ ନେବା ବେଳେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଗ୍ରାମବାସୀ ବାରମ୍ବାର ଲିଖିତ ଅଭିଯୋଗଗ କରିଥିଲେ ମଧ୍ୟ ପ୍ରଶାସନ ନୀରବ ରହୁଥିବା ଅଭିଯୋଗ ହୋଇଛଇ ।

ଏ ନେଇ ଦୈନିକ ଖବରକାଗଜ’ ପ୍ରଗତୀବାଦି’ରେ କବର ପ୍ରକାିତ ହେବା ପରେ ପ୍ରଶାସନ ଲୋକ ଦେଖାଣିଆ ଭାବେ ଗୋଟିଏ ବା ଦୁଇଟି ଗାଡ଼ିରୁ ଚାଲାଣ କାଟି ପୁଣି ଥରେ ନିରବ ସାଜିଥିଲା । ଏ ନେଇ ବାଲି ମାଫିଆ ଓ ରାଜସ୍ୱ କର୍ମଚାରୀଙ୍କ ମଧ୍ୟରେ ଭିତିରି ମୋଟା ଅଙ୍କର ଅର୍ଥ ନେଣ ଦେଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଉକ୍ତ ଅଚଂଳ ହିଞ୍ଜିଳି ଥାନା ମଧ୍ୟରେ ଯାଉଥିବା ବେଳେ ତହସିଲ ପୁରୁଷୋତମପୁର ହେଉଥିବାରୁ ଅଧିକାରୀମାନଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଏହାର ସୁଯୋଗ ନେଇ ଆନ୍ଦ୍ରାରୁ ବାଲି ଚୋରା ଚାଲାଣକାରୀ ମାନେ ସ୍ଥାନୀୟ ଅସାମାଜିକ ଯୁବକ ମାନଙ୍କୁ ମୋହରା କରି ନିଜର କାୟା ବିସ୍ତାର କରି ଚାଲିଛନ୍ତି । ବିନା ଟେଣ୍ଡରରେ ଦିନକୁ ହଜାର ହଜାର ଟ୍ରିପ ବାଲି ଚୋରା ଚାଲାଣ ହେବା ଯୋଗୁଁ ସରକାରି ତହବିଲରୁ ମାସିକ କୋଟି କୋଟି ଟଙ୍କା ହରାଉଛି । ନଦୀ ପଠାର ଅନ୍ୟପଟ ପୁରୁଷୋତମପୁର ତହସିଲ ଅନ୍ତର୍ଗତ ହେଉଥିବାରୁ ଗାଁ ଦେଇ ପ୍ରଶାସନର ଅଢ଼ୁଆଳରେ ରାତି ଅଧିଆ ବାଲି ଚାଲାଣ ହେଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । (ହିଞ୍ଜିଳିକାଟୁ / ଶେଷଦେବ ସାହୁ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version