• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଛାତ୍ରଛାତ୍ରୀମାନେ ସମୟର ସଦୁପଯୋଗ କରନ୍ତୁ : ମନ୍ତ୍ରୀ ଡ. ସାହୁ ଭର୍ଚୁଆଲ୍‌ ବୈଠକ ମାଧ୍ୟମରେ ମେଧା ସମ୍ମାନ ୨୦୨୦ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
August 21, 2020
in Uncategorized, ଓଡ଼ିଶା, ଦେଶ, ଶିକ୍ଷା ଓ ନିଯୁକ୍ତି, ହୋମ୍
0
ଛାତ୍ରଛାତ୍ରୀମାନେ ସମୟର ସଦୁପଯୋଗ କରନ୍ତୁ : ମନ୍ତ୍ରୀ ଡ. ସାହୁ ଭର୍ଚୁଆଲ୍‌ ବୈଠକ ମାଧ୍ୟମରେ ମେଧା ସମ୍ମାନ ୨୦୨୦  – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୨୧ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଛାତ୍ର-ଶିକ୍ଷକ ଓ ଅଭିଭାବକମାନଙ୍କର ସମନ୍ୱୟ ଠିକ୍‌ ରହିଲେ ଜଣେ ଛାତ୍ର ପରୀକ୍ଷାରେ ସଫଳତା ହାସଲ କରେ । ସଫଳତା ନିମନ୍ତେ ସମୟର ସଦୁପଯୋଗ କରିବା ସହିତ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ଦରକାର । ପାଠ୍ୟ ପୁସ୍ତକ ସହିତ ଦୁନିଆ ବିଷୟରେ ଜାଣିବା ପାଇଁ ବିଭିନ୍ନ ପୁସ୍ତକ ପଠନର ଅଭ୍ୟାସ କରିବା ଉଚିତ । ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ପଦକ୍ଷେପ ନେଇଥିବାବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶୈକ୍ଷିକ ବାତାବରଣ ସୃଷ୍ଟି କରି ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ ଯନିବାନ ହେବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ନୟାଗଡ଼ ନିର୍ବାଚନ ମଣ୍ଡଳୀର ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ୨୦୨୦ରେ ସମ୍ବର୍ଦ୍ଧିତ କରିବା ନିମନ୍ତେ ଆୟୋଜିତ ଭର୍ଚୁଆଲ୍‌ କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବା ନିଜ ଉପରେ ନିର୍ଭର କରେ । ତେଣୁ ପାଠପଢ଼ା ବୟସକୁ ଯିଏ ନିଜ ନୟନ୍ତ୍ରଣରେ ରଖି ନିଷ୍ଠାର ସହ ପରିଶ୍ରମ କରିପାରିବ ସେ ନିଶ୍ଚୟ ସଫଳତାର ଶୀର୍ଷରେ ପହଞ୍ଚିବ । ଛାତ୍ରଛାତ୍ରୀମାନେ ଲାଭ କରୁଥିବା ଶିକ୍ଷା ଦ୍ୱାରା ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବା ସଙ୍ଗେ ସଙ୍ଗେ ସମାଜର ମଧ୍ୟ ମଙ୍ଗଳ ସାଧିତ ହେବା ଆବଶ୍ୟକ । ଛାତ୍ରଛାତ୍ରୀମାନେ ମାନବିକତାରେ ପରିପୂର୍ଣ୍ଣ ହେବା ସହିତ ସମାଜ ପ୍ରତି ସମ୍ବେଦନଶୀଳ ହେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । କୋଭିଡ୍‌-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିିତିକୁ ମୁକାବିଲା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଦୃଷ୍ଟିରୁ ଦକ୍ଷ ହେବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ ।

ନୟାଗଡ଼ ଶିକ୍ଷା ସମୂହ ସଂଗଠନ ପକ୍ଷରୁ ଆୟୋଜିତ ମେଧା ସମ୍ମାନ ୨୦୨୦ରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଲେ କୋଭିଡ୍‌-୧୯ ସ୍ଥିତିରେ ପରୀକ୍ଷା ଖାତା ମୂଲ୍ୟାୟନ କରିବା ଓ ଫଳ ପ୍ରକାଶନ ଏକ ଆହ୍ୱାନ ଥିଲା । ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ନିଷ୍ଠା ପ୍ରଦର୍ଶନ ଓ ପରିଶ୍ରମ କରିଥିଲେ ତାହାର ସୁଫଳ ପାଇଛନ୍ତି । ମହାବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ଓ ପରିବେଶ ବିଦ୍ୟାଳୟର ଶିକ୍ଷାଦାନ ପରିବେଶ ଠାରୁ ଅଲଗା ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ସେ ବିଷୟରେ ଅଧିକ ସଚେତନ ଓ ଯନିବାନ ହେବାକୁ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସ୍ୱରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଲେ ଯେ ଶିକ୍ଷା ହିଁ ସବୁ ସମାଧାନର ସୂତ୍ର । ମଣିଷର ତଥା ଦେଶର ପ୍ରଗତି ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ । ଶିକ୍ଷା ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନରେ ସମ୍ମାନିତ କରିବା ଏକ ଅଭିନବ ଓ ସଫଳ ପ୍ରୟାସ ଏବଂ ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନରେ ଉତ୍କର୍ଷ ହାସଲ ଦିଗରେ ଉତ୍ସାହିତ କରିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଥିଲେ । ବରିଷ୍ଠ ଶିକ୍ଷକ ଶ୍ରୀ ନିରଞ୍ଜନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୃତୀ ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର ଓ କୃତୀ ଛାତ୍ର ଦୀପକ ସ୍ୱାଇଁ ସେମାନଙ୍କର ସଫଳତା ସଂପର୍କରେ ବର୍ଣ୍ଣନା କରିଥିବାବେଳେ ଶ୍ରୀ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଭର୍ଚୁଆଲ୍‌ ବୈଠକରେ ୮୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ । ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନର ବ୍ୟବସ୍ଥା କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାବାର୍ଡ ଓ ନିଗମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନାବାର୍ଡ ଓ ନିଗମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 11, 2026
ଜି ଏସ ଏସ ତରଫରୁ ଐତିହାସିକ ଦିପୋଟି ମେଳଣରେ ଜଳଛତ୍ର ବଣ୍ଟନ

ଜି ଏସ ଏସ ତରଫରୁ ଐତିହାସିକ ଦିପୋଟି ମେଳଣରେ ଜଳଛତ୍ର ବଣ୍ଟନ

March 11, 2026
୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

March 11, 2026
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାବାର୍ଡ ଓ ନିଗମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନାବାର୍ଡ ଓ ନିଗମ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 11, 2026
ଜି ଏସ ଏସ ତରଫରୁ ଐତିହାସିକ ଦିପୋଟି ମେଳଣରେ ଜଳଛତ୍ର ବଣ୍ଟନ

ଜି ଏସ ଏସ ତରଫରୁ ଐତିହାସିକ ଦିପୋଟି ମେଳଣରେ ଜଳଛତ୍ର ବଣ୍ଟନ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version