No Result
View All Result
୦୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଗୃହବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରସ୍ଥ କଳାଭୂମିକୁ ଶୈଖିକ ପରିଭ୍ରମଣରେ ଯାଇଥିଲେ । ବିଶେଷ କରି ଓଡ଼ିଶାର ସଂସ୍କୃତି, କଳା ଓ ପ୍ରଚୀନ ପଦାର୍ଥ ଦେଖି ଛାତ୍ରୀମାନେ ବିମୋହିତ ହୋଇଥିଲେ । ବିଭାଗୀୟ ମୁଖ୍ୟା ଡକ୍ଟର ସନ୍ଧ୍ୟାରାଣୀ ମହାନ୍ତିଙ୍କ ନେତୃତ୍ୱରେ ଅଧ୍ୟାପିକା ଜ୍ୟୋର୍ତିମୀୟ ପାଢୀ, ଅଧ୍ୟାପିକା ରୋଜାଲିନ୍ ମହାନ୍ତି, ଅଧ୍ୟାପିକା ସୁଶ୍ରୀସ୍ୱାଗତିକା ଚାନ୍ଦ,
କିଶୋର ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ବୁଲାଇ ଦେଖାଇବା ସହିତ ଘରକରଣା, ଚାଲିଚଳଣ ସମ୍ବନ୍ଧରେ ବିଭିନ୍ନ କଳାକୃତି ସମ୍ପର୍କରେ ବହୁତଥ୍ୟ ସଂଗ୍ରହ କରିଥିଲେ ଯାହାକି ଗୃହବିଜ୍ଞାନ ପାଠ୍ୟ ଖସଡାରେ ଉଲ୍ଲେଖ ରହିଛି । ସେହିପରି ପ୍ରାଣୀବିଜ୍ଞାନ ସ୍ନାତକ ଛାତ୍ରଛାତ୍ରୀମାନେ ଅତିଥି ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ପାଠଚକ୍ର ସମ୍ପାଦିକା ନୀଳପଲ୍ଲବୀ ଗୋଚ୍ଛି ଙ୍କ ତତ୍ତ୍ୱବଧାନରେ କଳାଭୂମି, ରାଜ୍ୟ ସଂଗ୍ରାହଳୟ ଓ ଲିଙ୍ଗରାଜ ମନ୍ଦିର ପରିଭ୍ରମଣରେ ଯାଇ ବହୁତଥ୍ୟ ସଂଗ୍ରହ କରିଥିଲେ ।
No Result
View All Result