No Result
View All Result
୦୨ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଓଡ଼ିଶା ପ୍ରଶାସନିକ ସେବା, ଜେଇ ଓ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଇଥିବା, ସଫଳ ଛାତ୍ରଛାତ୍ରୀ ମାନଙ୍କୁ ନେଇ କର୍ମଯୋଗୀ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ ସୂର୍ଯ୍ୟବଂଶୀ ଏହି କନକ୍ଲେଭକୁ ଉଦଘାଟନ କରିଥିଲେ, ବିଶିଷ୍ଟ ଅତିଥି ଭାବରେ ରାଜ୍ୟ ସଭା ସଦସ୍ୟ ଶ୍ରୀଯୁକ ଅମର ପଟ୍ଟନାୟକ, ଏମ୍ସ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର୍ ଡ. ଅଶୋକ କୁମାର ମହାପାତ୍ର ଯୋଗଦେଇ କର୍ମଯୋଗ କନକ୍ଲେଭ୍ ସମ୍ପର୍କରେ ମତ ରଖିବା ସହିତ ନୂତନ କରି ପ୍ରାସାଶନିକ ସେବାରେ ଯୋଗଦେବାକୁ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କୁ ସାଧୁତା ଓ ସଫଳତା ସହିତ ଓଡ଼ିଶା ବିକାଶରେ ସେମାନଙ୍କର ଭୂମିକା କ’ଣ ସେ ସମ୍ପର୍କରେ ଅତିଥିମାନେ ବୌଦ୍ଧିକ ମତ ରଖିବା ସହିତ ଉତ୍ସାହିତ କରିଥଲେ।
ଏହି କନକ୍ଲେଭ୍ ରେ ଓଡ଼ିଶାର ସଫଳ ବିଶିଷ୍ଟ ବ୍ୟକ୍ତିତ୍ୱ ଧାବିକା ଦୂତିଚାନ୍ଦ, କ୍ରୀଡାବିତ୍ ପ୍ରମୋଦ ଭଗତ, ଅମିତ ରୋହିତ ଦାସ, କଣ୍ଠଶିଳ୍ପୀ ବର୍ଣାଳି ହୋତା ଓ ଦିପ୍ତିରେଖା ମହାପାତ୍ର ପ୍ରମୁଖଙ୍କୁ ପ୍ରାଇଡ ଅଫ୍ ଓଡ଼ିଶା ପୁରସ୍କାର ପ୍ରଦାନ କରାଯାଇଥିଲା , ଏହି କାର୍ଯ୍ୟକ୍ରମକୁ ଉପସ୍ଥାପିକା ପ୍ରିୟଙ୍କା ପରିଚାଳନା କରିଥଲେ ଏବଂ କଳିଙ୍ଗ ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶକ ଦୀପକ ରାଉତ ଧନ୍ୟବାଦ୍ ଦେଇଥିଲେ ।
ସେହିପରି ଦ୍ବିତୀୟ ଅଧିବେଶନରେ ପୂର୍ବତନ ଭାରତୀୟ ପ୍ରସାଶନିକ ଅଧିକାରୀ ବିବେକ ପଟ୍ଟନାୟକ, ପ୍ରାଶାସନିକ ଅଧିକାରୀ ଅକ୍ଷୟ ମହାନ୍ତି,ପ୍ରଫେସର୍ ସତ୍ୟନାରାୟଣ ମିଶ୍ର, ମେଜର ଜେନେରାଲ ଅତନୁ ପଟ୍ଟନାୟକ ଏବଂ ଅଭିନେତା ଓ ନିର୍ଦ୍ଦେଶକ ଦ୍ଵିପାୟନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ନୂଆକରି ଯୋଗଦେବାକୁ ଥିବା ପ୍ରାଶାସନିକ ଅଧିକାରୀ ମାନଙ୍କୁ ସଫଳତାର ମନ୍ତ୍ର ଦେବା ସହିତ ଦେଶ ଓ ରାଜ୍ୟ ପାଇଁ କାମ କରି ନିଜକୁ ଗର୍ବିତ କରିବାକୁ ପ୍ରେରିତ କରିଥିଲେ ପରେ ପରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ କଳିଙ୍ଗ ଆଇଏଏସ୍ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । 
No Result
View All Result