No Result
View All Result
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଶବ ସଂରକ୍ଷଣ ଯନ୍ତ୍ରକୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଲୋକମାନଙ୍କ ସେବାରେ ଉତ୍ସର୍ଗୀକୃତ କରିଛନ୍ତି । ଦୀର୍ଘ ଦିନ ହେଲା ବାଙ୍କୀ ମେଡିକାଲରେ ଶବସଂରକ୍ଷଣ ମେସିନ୍ ନଥିବାରୁ ମୃତ ଲୋକଙ୍କୁ ରଖାଯିବାରେ ବହୁ ଅସୁବିଧା ହେଉଥିଲା । ବିଧାୟକଙ୍କ ଉଦ୍ୟମରେ ଆଷ୍ଟ୍ରାଲ୍ ଫାଉଣ୍ଡେସନ୍ ରାମଦାସପୁର ତରଫରୁ ଏହି ଯନ୍ତ୍ରଟି ମେଡିକାଲକୁ ବିନାମୂଲ୍ୟରେ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମେଡିକାଲ୍ ଅଧିକ୍ଷକ ଡାକ୍ତର ବନବାସୀ ବେହେରା, ନଗରପାଳ ଶ୍ରୀମତୀ ମାଣିକ ସାହୁ, ଉପନଗରପାଳ ସନ୍ତୋଷ କୁମାର ରଣା,
କେନ୍ଦ୍ରୀୟ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର, କାଉନସିଲର ସନାତନ ବେହେରା, ରୋଗୀକଲ୍ୟାଣସମିତି ସଦସ୍ୟ ସମରେନ୍ଦ୍ର ମହାପାତ୍ର, କାଉନସିଲର ରାଜେନ୍ଦ୍ର ମହାପାତ୍ର, ପ୍ଲାଣ୍ଟ୍ ପରିଚାଳକ ପ୍ରଶାନ୍ତ ମହାପାତ୍ର, ମନବସମ୍ବଳ ପ୍ରଶାସନିକ ମୁଖ୍ୟ ସରୋଜ ଚମ୍ପତ୍ତି , ମୁଖ୍ୟ ଫର୍ମଶିଷ୍ଟ୍ ସବୀତା ସୁରେନ ସହ ମେଡିକାଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଦୀର୍ଘ ଦିନର ଅସୁବିଧା ବିଧାୟକଙ୍କ ହସ୍ତକ୍ଷେପ ଯୋଗୁଁ ସମାଧାନ ହୋଇପାରୁଥିବାରୁ ମେଡିକାଲ ତରଫରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ମେଡିକାଲ ପରିଚାଳକ ଶଶିକାନ୍ତ ମିଶ୍ରଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା ।
No Result
View All Result