No Result
View All Result
# ଆଦିକନ୍ଦ ସାହୁ ପାଇବେ କୋଣାର୍କ ସାହିତ୍ୟ ସମ୍ମାନ
# ତ୍ରିନାଥ ପଟ୍ଟନାୟକଙ୍କୁ ଅର୍କପ୍ରଜ୍ଞା ସମ୍ମାନ
# କୋଣାର୍କ ଉତ୍ସବ ସମ୍ମାନ ପାଇବେ ସୁଜାତା ମହାପାତ୍ର
ସମ୍ବର୍ଦ୍ଧିତ ହେବେ ୯ ସାରସ୍ୱତ ପ୍ରତିଭା
୩୦ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଉତ୍ସବ -୨୦୨୪ ଅଵସରରେ ଆସନ୍ତା ଡିସେମ୍ବର ୫ତାରିଖରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଦଶମ ‘କୋଣାର୍କ ସାହିତ୍ୟ ଆସର’ ଆୟୋଜିତ ହେବ। ଏହି ଅଵସରରେ ‘ଭାଷା ଓ ଅସ୍ମିତା’ ଶୀର୍ଷକ ଆଲୋଚନା, କଵିତାପାଠ ଓ ଗଳ୍ପ କଥନ କାର୍ଯ୍ୟକ୍ରମର ଆୟୋଜନ ସହିତ କୋଣାର୍କ ସାହିତ୍ୟ ସାହିତ୍ୟ ସଂସଦର ମୁଖପତ୍ର ସାହିତ୍ୟ ପତ୍ରିକା ‘ଧରମା’ର ସପ୍ତମ ସଂଖ୍ୟା ପ୍ରକାଶ ପାଇବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦୁଇ ଶହରୁ ଅଧିକ ସାରସ୍ୱତ ସ୍ରଷ୍ଟା ଓ ସାହିତ୍ୟପ୍ରେମୀ ସାହିତ୍ୟ ଉତ୍ସବରେ ଯୋଗଦେଇ କଵିତାପାଠ ଓ ଗଳ୍ପ କଥନ କାର୍ଯ୍ୟକ୍ରମରେ ଭାଗନେବେ।
ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ତଥା ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ସଵିତା ପ୍ରଧାନ ମୁଖ୍ୟ ଅତିଥିରୂପେ ଯୋଗଦେଇ ଏହି ସାରସ୍ୱତ ଉତ୍ସଵକୁ ଉଦଘାଟନ କରିବା ସହିତ ଆଲୋଚନାରେ ଅଂଶଗ୍ରହଣ କରିବେ। ଚଳିତବର୍ଷ ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, ପ୍ରାଚୀ ସଂସ୍କୃତିର ଗଵେଷକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ଅର୍କପ୍ରଜ୍ଞା ସମ୍ମାନ, ନୃତ୍ୟବିଦୁଷୀ ଡକ୍ଟର ସୁଜାତା ମହାପାତ୍ରଙ୍କୁ କୋଣାର୍କ ଉତ୍ସବ ସମ୍ମାନ, ସ୍ତମ୍ଭକାର ଲଳିତେନ୍ଦୁ ପଲାଉରୀଙ୍କୁ ସାମ୍ବାଦିକ ସଂଗ୍ରାମ ସ୍ମୃତି ସମ୍ମାନ, ସାହିତ୍ୟିକ କୃପାସିନ୍ଧୁ ଵିଶ୍ୱାଳଙ୍କୁ ଲେଖକ ଵଳରାମ ମିଶ୍ର ସ୍ମୃତି ସମ୍ମାନ, କଣ୍ଠଶିଳ୍ପୀ ତଥା ଶିକ୍ଷାବିତ୍ ଗଗନ ବିହାରୀ ସ୍ୱାଇଁଙ୍କୁ ଅର୍କସ୍ୱର ସମ୍ମାନ, କବୟିତ୍ରୀ ତଥା ଶିକ୍ଷୟିତ୍ରୀ ଲତିକା ମହାପାତ୍ରଙ୍କୁ ମା’ ରୁକ୍ମିଣୀ ଦେଵୀ ସ୍ମୃତି ସମ୍ମାନ,
ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥଙ୍କୁ କୋଣାର୍କ ସେଵା ସମ୍ମାନ ଓ ଗାଳ୍ପିକା ତଥା ଶିକ୍ଷୟିତ୍ରୀ ଡକ୍ଟର ସୁଚିତ୍ରା ରଥଙ୍କୁ ଅର୍କସୁଧା ସମ୍ମାନ ପ୍ରଦାନପୂର୍ଵକ କୃତଜ୍ଞତା ଜ୍ଞାପନ କରାଯିବ ବୋଲି କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଓ ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ପ୍ରକାଶ କରିଛନ୍ତି। ସ୍ଥାନୀୟ ଯାତ୍ରୀନିଵାସଠାରେ କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସଂସଦର କର୍ମକର୍ତ୍ତା ପ୍ରକାଶ ଚନ୍ଦ୍ର ଖଟୋଇ, ଵିଦ୍ୟୁଲତା ଶତପଥୀ, ରବୀନ୍ଦ୍ରନାଥ ପ୍ରଧାନ, ସ୍ୱର୍ଣ୍ଣଲତା ତ୍ରିପାଠୀ, ଚିତ୍ତରଞ୍ଜନ ବିଶ୍ୱାଳ, ରାମକୃଷ୍ଣ ମହାନ୍ତି ଓ ନିରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ ।
No Result
View All Result