
-
ଜୟଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ଯଜ୍ଞମଣ୍ଡପ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜଙ୍କ ସୁନ୍ଦରକାଣ୍ଡ ପାଠ

ପୁରୀରେ ଆୟୋଜିତ ଏହି ମହାଯଜ୍ଞ ଗୋସୁରକ୍ଷା କ୍ଷେତ୍ରରେ ସମସ୍ଥଙ୍କୁ ଅନୁପ୍ରାଣିତ କରି ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବ । ଏହାପରେ ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ଶ୍ରୀ ଶ୍ରୀ 108 ଶ୍ରୀ ସୀତାରାମ ଦାସ ଜୀ ମହାରାଜଙ୍କର ଦର୍ଶନ କରିଥିଲେ । ଯଜ୍ଞସ୍ଥଳରେ ପୁରୀ ଜିଲ୍ଲା ୱାଟକୋର ମହାପ୍ରବନ୍ଧକ ବିକ୍ରମ ରାଉତ ଯୋଗଦେଇ ଯଜ୍ଞକୁଣ୍ଡ ଦର୍ଶନ ସହିତ ଯଜ୍ଞସ୍ଥଳର ପାବନ ବାତାବରଣରେ ନିଜକୁ ହଜାଇ ଦେଇଥିଲେ ।
ଅପରାହ୍ନରେ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜଙ୍କ ଦ୍ୱାରା ସଙ୍ଗୀତମୟ ସୁନ୍ଦରକାଣ୍ଡ ପାଠ କରାଯାଇଥିଲା । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜୟଶ୍ରୀରାମ ଧ୍ୱନିରେ ଯଜ୍ଞସ୍ଥଳକୁ ରାମମୟ କରିଥିଲେ । ସମସ୍ତ ଅତିଥିମାନଙ୍କୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ରଞ୍ଜିତା ପାଢୀ, ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ତଥା ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ମହାରାଜ ସ୍ୱାଗତ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖପାତ୍ର ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।
© 2023 Odisha Taza News.