No Result
View All Result
୨୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗି ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନାରାୟଣ ବେଉରାଙ୍କ ଏକାଦଶ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେଉରା ରାମଲୀଳା ସଂଘର ଜଣେ ସଭ୍ୟ ଭାବେ ରାମଲୀଳାର ପ୍ରଚାର ପ୍ରସାର ପାଇଁ ତାଙ୍କର ଅବଦାନ ସ୍ମରଣୀୟ । ଆଇନଜୀବୀ ତଥା ଗ୍ରାମ୍ୟ କମିଟିର ସଭାପତି ଓ ରାମଲୀଳା ସମିତିର ସଂପାଦକ ସନ୍ତୋଷ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଉପସଭାପତି ଶୈଳେସ ନାରାୟଣ ବିଶ୍ୱାଳ,
ଯୁଗ୍ମ ସଂପାଦକ ଜଗନ୍ନାଥ ବେହେରା, ରମେଶ ଚନ୍ଦ୍ର ନାୟକ, ହରେକୃଷ୍ଣ ନାୟକ, କିଶୋର ମହାପାତ୍ର, ନରେନ୍ଦ୍ର ବେଉରା, ଆଇନଜୀବୀ ନଗେନ୍ଦ୍ର ମହାନ୍ତି, ଦେବେନ୍ଦ୍ର ମୁଦୁଲି, ସମୀର କୁମାର ମଜୁମଦାର ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
No Result
View All Result