• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏନ୍ଆଇଏଫ୍ ଗ୍ଲୋବାଲ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟୁୟର୍କ ଓ ଲଣ୍ଡନର ଫ୍ୟାଶନ ବିଶେଷଜ୍ଞଙ୍କ ସ୍ୱତନ୍ତ୍ର କର୍ମଶାଳା

Proprietor Abhimanyu Maharana by Proprietor Abhimanyu Maharana
November 27, 2024
in ଓଡ଼ିଶା, କଟକ, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍
0
ଏନ୍ଆଇଏଫ୍ ଗ୍ଲୋବାଲ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟୁୟର୍କ ଓ ଲଣ୍ଡନର ଫ୍ୟାଶନ ବିଶେଷଜ୍ଞଙ୍କ ସ୍ୱତନ୍ତ୍ର କର୍ମଶାଳା
Share on FacebookShare on TwitterWhatsapp

୨୭ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଭୁବନେଶ୍ୱର :-> ନ୍ୟୁୟର୍କ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ- ଏନ୍ଆଇଏଫ୍ ଗ୍ଲୋବାଲ ପକ୍ଷରୁ ନ୍ୟୁୟର୍କ ଲଣ୍ଡନ ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ଉତ୍ସାହଜନକ ଫ୍ୟାଶନ ସିରିଜ ଅଣାଯାଇଛି ଯାହା ଭାରତରେ ଏହାର ଛାତ୍ରଛାତ୍ରୀଙ୍କୁ ଅପ୍ରତ୍ୟାଶିତ ଏକ୍ସପୋଜର ପ୍ରଦାନ କରୁଛି । ନଭେମ୍ବର ୧୪ରୁ ଡିସେମ୍ବର ୧୪ ତାରିଖ ୨୦୨୪ ପର୍ଯ୍ୟନ୍ତ ପରିଚାଳିତ ହୋଇଥିବା ଏହି ୧ମାସ ବ୍ୟାପୀ ସିରିଜ ସାଂସ୍କୃତିକ ଓ ସୃଜନଶୀଳ ରାଜଧାନୀଗୁଡିକୁ ଏକତ୍ରିତ କରିଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ନିଜ ଶ୍ରେଣୀଗୃହ ମଧ୍ୟରେ ଆନ୍ତର୍ଜାତୀୟ ବିଶେଷଜ୍ଞତାକୁ ଅନୁଭବ କରିବା ପାଇଁ ସଶକ୍ତ କରିପାରିଛି ।

ନ୍ୟୁୟର୍କ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନରେ ଗ୍ଲୋବାଲ ଫ୍ୟାଶନ ଏଜୁକେଶନର ଏକ ନୂତନ ଯୁଗ ଫ୍ୟାଶନ ଶିକ୍ଷାକୁ ପୁନଃବ୍ୟାଖ୍ୟା କରିଛି, ନ୍ୟୁୟର୍କର ଡିଜାଇନ ବିଶେଷଜ୍ଞତା, ଲଣ୍ଡନର ନୂତନ ବିଚାରଧାରାର ଉଦ୍ଭାବନ ଓ ଭାରତର ସମୃଦ୍ଧ ସୃଜନଶୀଳତାକୁ ସମ୍ମିଶ୍ରଣ କରିଛି । ଏହି ଫ୍ୟାଶନ ସିରିଜ ଏହି ମିଶନକୁ ପ୍ରତିଫଳନ କରିଛି, କର୍ମଶାଳା ପ୍ରଦାନ କରିବା ପାଇଁ ସିଜନ୍ଡ ପ୍ରଫେସନାଲଙ୍କୁ ଏକତ୍ରିତ କରିଛି ଯାହା ଆନ୍ତର୍ଜାତୀୟ ଶିଳ୍ପକୁ ନେଇ ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧି କରିବା ସହ ଡିଜାଇନକୁ ନେଇ ସେମାନଙ୍କର ସୂକ୍ଷ୍ମଦର୍ଶିତାକୁ ଉନ୍ନତ କରୁଛି ।

ଏନ୍ଆଇଏଫ୍ ଭୁବନେଶ୍ୱର ସେଂଟରରେ ଛାତ୍ରଛାତ୍ରୀମାନେ ବିଶ୍ୱର ଫ୍ୟାଶନ ଟ୍ରେଣ୍ଡ୍କୁ ଅନୁପ୍ରାଣିତ କରିଥିବା ନ୍ୟୁୟର୍କ ଓ ଲଣ୍ଡନ ବିଶେଷଜ୍ଞଙ୍କ ସହ ପ୍ରତ୍ୟକ୍ଷ ଭାବେ ନିୟୋଜିତ ହୋଇଥିଲେ, ମୂଲ୍ୟବାନ ଜ୍ଞାନ ଓ କୌଶଳ ଶିଖିଥିଲେ ଯାହାକୁ ସେମାନଙ୍କୁ ଆନ୍ତର୍ଜାତୀୟ କ୍ଷେତ୍ରରେ ସଫଳ ହେବା ପାଇଁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହି ସ୍ୱତନ୍ତ୍ର ସୁଯୋଗ ଆନ୍ତର୍ଜାତୀୟ ମଂଚରେ ସଫଳ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଲାଗି ନ୍ୟୁୟର୍କ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନର ପ୍ରତିବଦ୍ଧତାକୁ ସୂଚିତ କରୁଛି ।

ଏହି ସ୍ୱତନ୍ତ୍ର ଫ୍ୟାଶନ ସିରିଜ ଉପରେ ନିଜର ମତବ୍ୟକ୍ତ କରି ୰ଏନ୍ଆଇଏଫ୍ ଭୁବନେଶ୍ୱର ସେଂଟର୍ର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା କହିଛନ୍ତି, “୰ଏନ୍ଆଇଏଫ୍ ଭୁବନେଶ୍ୱର ସେଂଟରରେ ଆମେ ପ୍ରତିବନ୍ଧକରୁ ବାହାରେ ଉଜ୍ଜ୍ୱଳିତ ହେଉଥିବା ପ୍ରତିଭାମାନଙ୍କୁ ବିକଶିତ କରିବା ପାଇଁ ଉତ୍ସର୍ଗୀକୃତ ରହିଛୁ । ଆମର ଛାତ୍ରଛାତ୍ରୀଙ୍କ ନିକଟରେ ବିଶ୍ୱର ଫ୍ୟାଶନ ପରିଦୃଶ୍ୟକୁ ପ୍ରଭାବିତ କରିବାର ସୃଜନଶୀଳତା ଓ କ୍ଷମତା ରହିଛି ଏବଂ ଏହି ଫ୍ୟାଶନ ସିରିଜ ସହିତ ସେମାନେ ଏବେ ଶିଳ୍ପର ବିଶେଷଜ୍ଞଙ୍କଠାରୁ ଶିକ୍ଷା ଲାଭ କରିବେ ଯେଉଁମାନେକି ଷ୍ଟାଇଲ, ସ୍ଥାୟିତ୍ୱ ଓ ଉଦ୍ଭାବନକୁ ପୁନଃପରିଭାଷିତ କରିଛନ୍ତି ।

ଏହି ସିରିଜ ହେଉଛି ଏନ୍ଆଇଏଫ୍ ଗ୍ଲୋବାଲର ପ୍ରତ୍ୟେକ ଯୁବ ଡିଜାଇନରଙ୍କ ଯାତ୍ରାରେ ଏକ ଅତୁଳନୀୟ ସଫଳତା ଏବଂ ଆମେ ଆମର ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଏହି ଅନନ୍ୟ ପ୍ଲାଟ୍ଫର୍ମ ପ୍ରଦାନ କରି ଗର୍ବିତ ଅନୁଭବ କରୁଛୁ ।” ଆନ୍ତର୍ଜାତୀୟ ଫ୍ୟାଶନ ବିଶେଷଜ୍ଞମାନେ ଏହି ଡିଜାଇନ ଛାତ୍ରଙ୍କର ଶ୍ରେଣୀଗୃହକୁ ଆନ୍ତର୍ଜାତୀୟ ଏକ୍ସପୋଜର ଆଣିଛନ୍ତି । ପ୍ରଖ୍ୟାତ ଫ୍ୟାଶନ ପ୍ରଫେସ୍ନାଲ : ଜଣେ ସିଜନ୍ଡ ଷ୍ଟାଇଲିଷ୍ଟ ଓ ସମସ୍ତ ପ୍ରମୁଖ ଫ୍ୟାଶନ କ୍ୟାପିଟାଲରେ କାର୍ଯ୍ୟ କରିଥିବା ଓ ନିଜର ସ୍ଥାୟୀ ଷ୍ଟାଇଲିଂ ଆଭିମୁଖ୍ୟ ପାଇଁ ସୁପରିଚିତ କିଟି ଲାଏଲ୍ଙ୍କ ଦ୍ୱାରା ପରିଚାଳିତ ଏଭଳି ଫ୍ୟାଶନ ସିରିଜରେ ଅଂଶଗ୍ରହଣ କରି ଯୋଗାଯୋଗ କରିବା, ଜ୍ଞାନ ଓ ତଥ୍ୟ ହାସଲ କରିବା ପାଇଁ ଏହା ଏନ୍ଆଇଏଫ୍ ଗ୍ଲୋବାଲ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ ।

ଥିଏଟର କଷ୍ଟ୍ୟୁମ ଡିଜାଇନ କ୍ଷେତ୍ରରେ ଅଭିଜ୍ଞତା ସହିତ ସେ ନିଜ କାର୍ଯ୍ୟରେ କାରିଗରୀ ଓ ବିଶେଷଜ୍ଞତାର ଏକ ସ୍ୱତନ୍ତ୍ର ମିଶ୍ରଣ ଆଣିଛନ୍ତି । ତାଙ୍କର କାର୍ଯ୍ୟ ମୁଖ୍ୟ ରୂପେ ସଣ୍ଡେ ଟାଇମ୍ସ ଷ୍ଟାଇଲ, ଭିଏମ୍ଏ, ଦ ଜିମି ଫାଲୋନ ଶୋ’ ଏବଂ ଅଗ୍ରଣୀ ୟୁଏସ୍ଏ ଓ ୟୁରୋପୀୟ ମାଗାଜିନରେ ସ୍ଥାନିତ ହେଉଛି । ସେହିପରି ଲଣ୍ଡନ ଓ ପ୍ୟାରିସ ଫ୍ୟାଶନ ୱିକ୍ସରେ କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ଅନ୍ୟଜଣେ ଫ୍ୟାଶନ ମାର୍କେଟିଂ ଏକ୍ସପର୍ଟ ମିଲା ମୋରିସ୍ ମଧ୍ୟ ଏହି ସିରିଜ୍ରେ ଯୋଗ ଦେଇଥିଲେ । ସେ ଲୋରିଅଲ, ରେଡ୍କେନ୍, ମାୟାମି ଫ୍ୟାଶନ ୱିକ ଓ ଡିଜିଟାଲ ଫ୍ୟାଶନ ୱିକ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡଗୁଡିକ ସହ ସହଭାଗିତା କରିଛନ୍ତି ।

ତାଙ୍କର ବିଶେଷଜ୍ଞତା ଫ୍ୟାଶନ, ବ୍ରାଣ୍ଡ ବିଲ୍ଡିଙ୍ଗ୍ ବ୍ୟବସାୟରେ ଅନ୍ତର୍ନିହିତ ରହିଛି ଏବଂ ସେ ଇଂଟରନ୍ୟାଶନାଲ ଫ୍ୟାଶନ ୱିକ୍ ଓ ମାଗାଜିନ କଭର ସୁଟ୍ଗୁଡିକ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫ୍ୟାଶନ ସିରିଜ ମାଧ୍ୟମରେ ଏନ୍ଆଇଏଫ୍ ଗ୍ଲୋବାଲର ଭୁବନେଶ୍ୱର ସେଂଟର ସମଗ୍ର ବିଶ୍ୱର ଫ୍ୟାଶନକୁ ଏହାର ଛାତ୍ରଛାତ୍ରୀଙ୍କ ନିକଟକୁ ଆଣିଛି, ସେମାନଙ୍କୁ ଆନ୍ତର୍ଜାତୀୟ ମଂଚରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ସହ ସୁସଜ୍ଜିତ କରୁଛି । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଫ୍ୟାଶନ ଦୁନିଆର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରିବା ଓ ସେମାନଙ୍କଠାରୁ ଶିକ୍ଷା ଲାଭ କରିବା ପାଇଁ ମୂଲ୍ୟବାନ ସୁଯୋଗ ପ୍ରଦାନ କରିବା ପ୍ରତି ଇନ୍ଷ୍ଟିଚ୍ୟୁଟ୍ର ଉତ୍ସର୍ଗୀକୃତତାକୁ ସୂଚିତ କରୁଛି ।

ନ୍ୟୁୟର୍କ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ – ଏନ୍ଆଇଏଫ୍ ଗ୍ଲୋବାଲ ହେଉଛି ଡିଜାଇନ ଶିକ୍ଷା ପାଇଁ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଯାହା ଫ୍ୟାଶନ ଡିଜାଇନ, ଇଂଟେରିୟର ଡିଜାଇନ, ମ୍ୟାନେଜମେଂଟ୍ ଓ ବିୟୁଟି ଏଜୁକେଶନ ପାଇଁ ଏହାର ଅଭିନବ ଆଭିମୁଖ୍ୟ ପାଇଁ ସୁପରିଚିତ ଅଟେ । ବ୍ୟବହାରିକ ଅନୁଭୂତି ଓ ଇଣ୍ଡଷ୍ଟ୍ରୀ ଏକ୍ସପୋଜର ଉପରେ ଗୁରୁତ୍ୱ ସହିତ ବିସ୍ତୃତ କାର୍ଯ୍ୟକ୍ରମ ପ୍ରଦାନ କରି ଏନ୍ଆଇଏଫ୍ ଗ୍ଲୋବାଲ ଛାତ୍ରଛାତ୍ରୀଙ୍କୁ ଡିଜାଇନର ସଦା ବିକଶିତ ଦୁନିଆରେ ସଫଳ ହେବା ପାଇଁ ପ୍ରସ୍ତୁତ କରୁଛି । ଆନ୍ତର୍ଜାତୀୟ ମଂଚ ଓ ଶିଳ୍ପର ଟପ୍ ଲିଡରଙ୍କ ସହ ସହଭାଗିତା ମାଧ୍ୟମରେ ଏନ୍ଆଇଏଫ୍ ଗ୍ଲୋବାଲ ଭବିଷ୍ୟତର ଡିଜାଇନରମାନଙ୍କ ସୃଜନଶୀଳ ପ୍ରତିଭାଗୁଡିକୁ ବିକଶିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version