No Result
View All Result
୨୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ମହାନ୍ ଜନନାୟକ,ସମାଜବାଦୀ ନେତା,ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ୯୮ ତମ ଜୟନ୍ତୀ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଆଜି ପୂର୍ବାହ୍ନରେ ତାଙ୍କର ଜନ୍ମମାଟି ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ସ୍ଥିତ ଦୁର୍ଗାମାଧବ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ରବିରାୟ ସ୍ମୃତି ସଂସଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ , ସଂସଦର ସଭାପତି ଅଭିମନ୍ୟୁ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଇଷ୍ଟର୍ଣ୍ଣ ମିଡିଆ ଅଧକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବେ ପ୍ରଫେସର ଦାସ ବେନହୁର ଯୋଗ ଦେଇ ରବି ରାୟଙ୍କୁ ଜଣେ ସଂସ୍କାରୀ ନେତା ଭାବରେ ଅଭିହିତ କରିଥିଲେ।
ଅନ୍ୟ ସମ୍ମାନୀତ ଅତିଥି ଭାବରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ,ଓଡ଼ିଶା କ୍ରାନ୍ତି ସଂଗଠନର ଅଧକ୍ଷ ପ୍ରଭାତ ଦାସ , ଏବଂ ପୁର୍ବତନ ମନ୍ତ୍ରୀ ଡ, ଅରବିନ୍ଦ ଢ଼ାଲି ପ୍ରମୁଖ ଯୋଗ ଦେଇ ଥିଲେ । ଏହି ଅବସର ରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତି, ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ଅଧ୍ୟକ୍ଷ ତଥା ଜୈବ୍ୟ କୃଷିବିତ୍ ନଟବର ଷଡ଼ଙ୍ଗୀଙ୍କୁ ରବିରାୟ ସ୍ମୃତି ସମ୍ମାନ,ବିରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ସାରସ୍ଵତ ସମ୍ମାନ,ଇସ୍ରୋ ବୈଜ୍ଞାନିକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଙ୍କୁ ଉତ୍କର୍ଷ ସମ୍ମାନ,ଡାକ୍ତର ଶଙ୍କର ରାମଚନ୍ଦାନି ଙ୍କୁ ସ୍ବାସ୍ଥ୍ୟ ସେବା ସମ୍ମାନ,
ବଂଶୀବାଦକ ରାଜକିଶୋର ଦଳବେହେରାଙ୍କୁ କଳା ସଂସ୍କୃତି ସମ୍ମାନ ଓ ଶିବ ପ୍ରସାଦ ପାଟଯୋଷୀ ଙ୍କୁ ସମାଜସେବା ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ସମ୍ପାଦକ ଭଗବାନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ପ୍ରେସ କ୍ଲବ୍ ସମ୍ପାଦକ ସୁରେଶ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଡ୍ ଗିତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଳାପ ଲେଖକ ରଜନୀ ରଞ୍ଜନ ଦାଶ,ରମେଶ ଚନ୍ଦ୍ର ସାହୁ,ମନୋରଞ୍ଜନ ରାୟ,ବିପିନ ମହାନ୍ତି, ଦେବେନ୍ଦ୍ର ନାଥ ସେନାପତି, ପୁଷ୍ପଲତା ବେହେରା, ଝୁନୀ ଦେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶ୍ରଦ୍ଧାଞ୍ଜଳି ନନ୍ଦ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସଵରେ ସ୍ଥାନୀୟ ବହୁ ରାଜନୈତିକ, ସାହିତ୍ୟିକ, ସମାଜସେବୀ ଯୋଗ ଦେଇ ସ୍ୱର୍ଗତ ରବିରାୟଙ୍କର ସ୍ମୃତିଚାରଣ କରିଥିଲେ ।

No Result
View All Result