No Result
View All Result

୨୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖଜୁରୀ ପଡ଼ା :-> ଶିଶୁ ମାନଙ୍କ ଅନ୍ତର୍ନିହିତ କଳା ସଂସ୍କୃତିକୁ ବିକଶିତ କରିବା ପାଇଁ ସରକାରଙ୍କ ସରଗି ଫୁଲ ମହୋତ୍ସବ ଅନୁଷ୍ଠିତ ହେଉଛି । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତି ପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିସରରେ ଶିଶୁ ମହୋତ୍ସବ ଓ ବ୍ଲକ ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ୍ କୁମାର ମୁର୍ମୁ ଆବାହକ ଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି। ମୁଖ୍ୟ ବକ୍ତା ଭାବେ ତହସିଲଦାର ତଥା ବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ର ଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ,

ସରପଞ୍ଚ ଜାନକୀ ଜାନି,ସମିତି ସଭ୍ୟ ଶୁକଦେବ ସେଠୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବରୁଣ କହଁର ଯୋଗ ଦେଇଥିଲେ । ପ୍ରଥମେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେ ଅତିଥି ମାନେ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ୧୩ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।ବିଚାରକ ଭାବେ ଶିକ୍ଷକ ବିକ୍ରମ କେଶରୀ ରଣା ,

ଶ୍ରୀକାନ୍ତ ଦାସ,ଶିକ୍ଷୟତ୍ରୀ ମାନିନୀ ନାୟକ ରହି ବିଚାର ଦାୟିତ୍ଵ ସମ୍ପନ୍ନ କରିଛନ୍ତି । କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ, ନୃତ୍ୟ , ତର୍କ, କୁଇଜ୍ , ପରିବେଷଣର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏକକ ନୃତ୍ୟ, ଜୀବନ କୌଶଳ ଶିକ୍ଷା ନାଟକ, ଦଳଗତ ନୃତ୍ୟ ପ୍ରତିଯୋଗିତା ପରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଛି ।

ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାକୁ ମନୋନୀତ କରାଯାଇଛି । କାର୍ଯ୍ୟକ୍ରମରେ ଦୂତି ପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ ଶିକ୍ଷୟତ୍ରୀ ପଦ୍ମିନୀ ପାଳ ଅତିସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ ।
No Result
View All Result