No Result
View All Result
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍.ଏ.ସିର ୧୮ତମ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନଗରପାଳ ମାଣିକ ସାହୁ ସଭାପତିତ୍ୱ କରିଥିଲେ ଓ ଏଥିରେ ସମସ୍ତ ପାରିଷଦର ସଭ୍ୟବୃନ୍ଦ ଓ ସାଂସଦଙ୍କ ପ୍ରତିନିଧି ଯୋଗଦାନ କରିଥିଲେ । ବିଶେଷ କରି ବହୁଦିନ ଧରି ପରିଷଦ ଅଞ୍ଚଳର ଗୃହଟିକସ , ଦୋକାନ ଘରଭଡା ବୃଦ୍ଧି ଆଦି କରାହୋଇ ନଥିବାର ପରିଷଦର ଆୟ ବଢ଼ି ପାରୁ ନାହିଁ ବୋଲି ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ ପ୍ରକାଶ କରିଥିଲେ । ପରିଷଦର ନିଷ୍ପତ୍ତି ଅନୁଯାୟୀ ନୂତନ ମୂଲ୍ୟାଙ୍କନ କରା ଯିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ଏଥିପ୍ରତି ସରକାର କୌଣସି ବ୍ୟବସ୍ଥା କରିନଥିବାରୁ ଆର୍ଥିକ ଅବସ୍ଥା ସୁଦୃଢ଼ କରିବା ପାଇଁ ପରିଷଦ ନିଜେ ଟିକସ ଘରଭଡା ସହିତ ଅନ୍ୟାନ୍ୟ ଟିକସ ବୃଦ୍ଧି କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏଥିପାଇଁ ଏକ କମିଟି ଗଠନ କରାଯାଇ ତୁରନ୍ତ ଶତକଡା କେତେ ବୃଦ୍ଧି କରାଯିବ ନିଷ୍ପତ୍ତି ନି ଗ୍ରହଣ କରାଯିବା ସହିତ ତୁରନ୍ତ ଏହାକୁ ଲାଗୁ କରାଯିବ । ବସ୍ଷ୍ଟାଣ୍ଡ୍ର ନିର୍ମାଣର ବୈଶୟିକ ମଞ୍ଜୁର ମିଳିବା ପରେ ପ୍ରଶାସନିକ ମଞ୍ଜୁରୀ ଓ ଅନୁଦାନ ପାଇଁ ନଗର ଉନ୍ନୟନ ବିଭାଗକୁ ପଠାଯାଇ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବାଙ୍କୀ ସହରାଞ୍ଚଳରେ ଦିନକୁ ଦିନ ଅବରୋଧ ବୃଦ୍ଧ ପାଉଥିବାରୁ ଦଶହରା ପୂର୍ବରୁ ଅବରୋଧ ହଟାଇବା ପାଇଁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପରିଷଦର ସଭ୍ୟମାନେ ଦାବି କରିଥିଲେ । ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଅବରୋଧ ହଟାଇବା କାର୍ଯ୍ୟକ୍ରମ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ । ସଦସ୍ୟମାନେ ସେମାନଙ୍କର ୱାର୍ଡ ଉନ୍ନୟନ କାର୍ଯ୍ୟସଂପର୍କରେ ଆଲୋଚନା କରିଥିଲେ ଏବଂ ଅନୁଦାନ ଆସିଲେ ସମସ୍ତ ୱାର୍ଡରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ନଗରପାଳ ଶ୍ରୀ ମତୀ ସାହୁ ପ୍ରକାଶ କରିଥିଲେ । ଶେଷରେ ଉପନଗରପାଳ ସନ୍ତୋଷ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result