No Result
View All Result
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଖୋଲା ଆକାଶ ତଳେ,ଅସହାୟ ଅବସ୍ଥାରେ , ଭୋକ ଉପାସରେ ପଡ଼ି ରହିଥିବା ଜଣେ ବୃଦ୍ଧା ମହିଳାଙ୍କୁ ଉଦ୍ଧାର କରିଛନ୍ତି ,ପର୍ଶୁରାମ ଯୁବକ ସେବା ନାମକ ସଙ୍ଗଠନର କର୍ମକର୍ତ୍ତାମାନେ । ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା, ବାଲିପାଟଣା ବ୍ଲକ ଅନ୍ତର୍ଗତ ଅଭୟମୁଖୀ ଛକରେ ଦୀର୍ଘ ଛଅ ମାସରୁ ଉର୍ଦ୍ଧ ହେଵ ଜଣେ ଅସହାୟ ବୃଦ୍ଧା ମହିଳା ଅତି ଦୟନୀୟ ଅବସ୍ଥାରେ ରହିଥିଲା l ବୃଦ୍ଧା ମହିଳା ଜଣକ ଯେତେବେଳେ ଅଭୟମୁଖୀ ଛକରେ ଥିବା ଦୋକାନ ସାମ୍ନାରେ ଠିଆ ହୁଏ ତାଙ୍କୁ ଦୟାକରି କିଏ ଗଣ୍ଡେ ଖାଇବାକୁ ଦେଲେ ସେ ଖାଏ ନଚେତ ଭାଗ୍ୟକୁ ଆଦରି ଭୋକ ଉପାସରେ ସେଠାରେ ପଡି ରହିଥାଏ l
ବୃଦ୍ଧା ମହିଳା ଜଣଙ୍କ କେଉଁଠୁ ଆସିଛନ୍ତି କେହି ବି ପଚାରିଲେ କିଛି କୁହନ୍ତି ନାହିଁ l କୌଣସି କାରଣରୁ ସେ ଘରୁ ବାହାରି ଆସିଛନ୍ତି ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି ଏବଂ ତାଙ୍କ କଥାରୁ ଯାହା ଜଣାପଡେ ତାଙ୍କ ମାନସିକ ଅବସ୍ଥା ହୁଏତ ଠିକ ନାହିଁ, ଓଡ଼ିଆ ଭାଷାରେ କଥା କହିପାରନ୍ତି ନାହିଁ l ଏଇଠି କିଛି ଦିନ ହେଵ ତାଙ୍କ ଦେହ ଅସୁସ୍ଥ ରହିଛି,, ଶୀତ କାକରର ଖୋଲା ଆକାଶ ତଳେ ରାସ୍ତା କଡରେ ଶୋଇ ରହୁଛି,, କିଛି ବି ଖାଉନାହିଁ l
ବୃଦ୍ଧା ମହିଳାଙ୍କର ଏପରି ଦୁଃଖଦ ଅବସ୍ଥା ଏବଂ ଭୋକ ଉପାସରେ ପଡ଼ି ରହିଥିବାର କଥା ପର୍ଶୁରାମ ଯୁବକ ସେବା ସଂଗଠନର ସଭାପତି ରାଜେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ଚନ୍ଦ୍ରକାନ୍ତ ଆଚାର୍ଯ୍ୟ, ଦିଲୀପ ମହାପାତ୍ର, ପ୍ରକାଶ ବାରିକ ସମେତ କୃପାନେତ୍ର ସଙ୍ଗଠନର ସମ୍ପାଦକ ରବୀନ୍ଦ୍ରନାଥ ପାତ୍ର ପ୍ରମୁଖ କର୍ମକର୍ତ୍ତାମାନେ ଖବର ପାଇ ସେଠାରେ ପହଂଚି ବୃଦ୍ଧା ମହିଳାଙ୍କୁ ସ୍ନାନ କରାଇବା ସହ
ନୂତନ ବସ୍ତ୍ର ପିନ୍ଧାଇ,ସେଠାରୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରିବା ସହିତ ଏକ ସୁରକ୍ଷିତ ବୃଦ୍ଧା ଶ୍ରମରେ ପହଂଚାଇବା ବ୍ୟବସ୍ଥା କରିଛନ୍ତି l ଏଭଳି ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳରେ ପର୍ଶୁରାମ ଯୁବକ ସେବା ସଂଗଠନ ଏବଂ କୃପାନେତ୍ରର କର୍ମକର୍ତ୍ତାମାନଙ୍କୁ ବୁଦ୍ଧିଯିବି ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।
No Result
View All Result