No Result
View All Result
୨୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଇଣ୍ଡିଆନ୍ ବ୍ୟାଙ୍କ୍ କାର୍ଯ୍ୟପାଳକ ନିର୍ଦ୍ଦେଶକ ମହେଶ କୁମାର ବଜାଜ୍ ଚଳିତ ମାସ ୨୦ ଓ ୨୧ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିଲେ । ତାଙ୍କର ଏହି ଗସ୍ତ ଅବସରରେ ସେ ବହୁ ସରକାରୀ ଉଚ୍ଚ ପଦାଧିକାରୀଙ୍କ ସହ ସାକ୍ଷାତ କରିଥିଲେ ଓ ରାଜ୍ୟରେ ଇଣ୍ଡିଆନ୍ ବ୍ୟାଙ୍କ୍ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବା ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଇଥିଲେ । ସାଧାରଣ ଗ୍ରାହକ ଏବଂ କର୍ପୋରେଟ୍ ଗ୍ରାହକମାନଙ୍କ ସୁବିଧା ପାଇଁ ଇଣ୍ଡିଆନ୍ ବ୍ୟାଙ୍କ୍ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଆଲୋଚନା କରିଥିଲେ ।
ଓଡିଶା ସରକାରଙ୍କ “ସୁଭଦ୍ରା” ଯୋଜନାରେ ବ୍ୟାଙ୍କର ଅଂଶଗ୍ରହଣ ଓ ସୁଭଦ୍ରା ହିତାଧିକାରୀଙ୍କୁ ସି.ବି.ଡି.ସି(ଉଈଊଉ) ପ୍ଲାଟ୍ଫର୍ମରେ ଆର୍.ବି.ଆଇ(ଜଈଓ) ଡିଜିଟାଲ ମୁଦ୍ରା ଯୋଗାଇବା ସମ୍ପର୍କରେ ଶ୍ରୀ ବଜାଜ ଅଧିକାରୀମାନଙ୍କୁ ସୂଚୀତ କରିଥିଲେ । ବ୍ୟାଙ୍କ୍ ପକ୍ଷରୁ ସାମାଜିକ ଦାୟିତ୍ୱବୋଧତା (ଉଝଜ) କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ୟୁନିଭରସିଟିକୁ ୪ଟି ସାନିଟାରୀ ନ୍ୟାପକିନ୍ ଭେଣ୍ଡିଂ ମେସିନ୍ ଓ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ (କିସ୍) କୁ ୨ଟି ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା । ପୁରୀ ଜିଲ୍ଲାର ନିମାପଡାଠାରେ ଏକ ନୂତନ ଶାଖାକୁ ଶ୍ରୀ ବଜାଜ ଉଦ୍ଘାଟନ କରିଥିଲେ ।
ସମ୍ପ୍ରତି ଇଣ୍ଡିଆନ୍ ବ୍ୟାଙ୍କ୍ ,୧୯୯ଟି ଶାଖା ମାଧ୍ୟମରେ ରାଜ୍ୟରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରୁଅଛି । ସଞ୍ଚୟ ଏବଂ ଜମା କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ତଥା ବ୍ୟାଙ୍କ ଛାଡି ଚାଲିଯାଇଥିବା ଗ୍ରାହକମାନଙ୍କ ସହ ପୁନଃ ସଂଯୋଗ ପାଇଁ “ଜଟଘ ଞଙ ଜଋଇଉଐ” ଓ “ଉଙଘଘଋଉଞ ଇଘଊ ଉଙଘଛଟଋଜ” ନାମରେ ଦୁଇଟି ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଊନ୍ମୋଚନ ଅବସରରେ ଶ୍ରୀ ବଜାଜ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଏବଂ ସୂଚୀତ କରିଥିଲେ ଯେ ଇଣ୍ଡିଆନ୍ ବ୍ୟାଙ୍କ ଯାହା କି, ଦେଶର ସପ୍ତମ ବୃହତ୍ତମ ରାଷ୍ଠ୍ରାୟତ୍ତ ବ୍ୟାଙ୍କ, ଡିଜିଟାଲ ସେବା ଏବଂ ଗ୍ରାହକ ସଂଯୋଗୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ବ୍ୟାଙ୍କ୍ । ବ୍ୟାଙ୍କିଙ୍ଗ୍ରେ ଦକ୍ଷତା ଓ ଗ୍ରାହକମାନଙ୍କ ଅଭିଜ୍ଞତା ବୃଦ୍ଧିରେ ଡିଜିଟାଲ ସୃଜନଶୀଳତା ଉପରେ ସେ ଆଲୋକପାତ କରିଥିଲେ । ଶ୍ରୀ ବଜାଜ କହିଥିଲେ ଯେ, ୨୨୦ରୁ ଉର୍ଦ୍ଧ୍ୱ ବୈଶିଷ୍ଟ୍ୟ ଥିବା ଓଘଊଝଗଇଜଞ ମୋବାଇଲ ବ୍ୟାଙ୍କିଙ୍ଗ୍ ଆପ୍ ପ୍ଲାଟ୍ଫର୍ମ ସହିତ ଇଣ୍ଡିଆନ୍ ବ୍ୟାଙ୍କର ଡିଜିଟାଲ ଯାତ୍ରା ଜାରି ରହିଛି ।
No Result
View All Result