No Result
View All Result
କୃତିପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ
୨୦ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଏରବଙ୍ଗ ପଞ୍ଚାୟତ ର ତରଙ୍ଗିରା ଠାରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ର ଛାତ୍ରୀଛାତ୍ର ମାନେ ଅଂଶଗ୍ରହଣ କରିଥିଲେ l ମୋଟ 7 ଟି ବିଷୟ ଉପରେ 26 ଟି ପ୍ରକଳ୍ପ ରେ 50 ରୁ ଉର୍ଦ୍ଧ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ l ଏହା ପ୍ରଥମ ଥର ପାଇଁ ଗୋପ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଆୟୋଜନ କରାଯାଇଥିଲା l
ଉକ୍ତ ବିଜ୍ଞାନ ମେଳା ଦେଖିବାକୁ ନିକଟସ୍ତ ସରକାରୀ ସ୍କୁଲ ର ଶତାଧିକ ଛାତ୍ରଛାତ୍ରୀ ଆସିଥିଲେ l ଉଦ୍ଦେଶ୍ୟ ଥିଲା ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମୂଳକ ମନୋବୃତି କୁ ବୃଦ୍ଧି କରାଇବା ଏବଂ ଅନ୍ୟମାନଙ୍କ ଠାରୁ ନିଜକୁ କିପରି ଶ୍ରେଷ୍ଠ କରିବା l ଉକ୍ତ ବିଦ୍ୟାଳୟ ଅଧକ୍ଷ ଚିନ୍ମୟ ସେନାପତି ଙ୍କ ପ୍ରଚେଷ୍ଟା ଓ ଷ୍ଟାଫ୍ମମାନଙ୍କ ସହଯୋଗ ରେ ପ୍ରଥମ କରି ଆୟୋଜିତ କାର୍ଯ୍ୟକ୍ରମ ଟି ସଫଳର ସହିତ ସମାପ୍ତ ହୋଇଥିଲା l ଉକ୍ତ ପ୍ରକଳ୍ପ ମଧ୍ୟରୁ 6 ଟି ପ୍ରକଳ୍ପ ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି l
ବିଜ୍ଞାନ ଶିକ୍ଷକ କାହୁଁ ଚରଣ ବେହେରା ଓ ଗଣିତ ଶିକ୍ଷକ ସତୀଶ କୁମର ଅର୍କ ବିଜ୍ଞାନ ମେଳା କୁ ସୁଚାରୁରୂପେ ପରିଚାଳିତ କରିଥିଲେ l ଅଭିଜ୍ଞ ବ୍ୟକ୍ତି ବିଶେଷଙ୍କ ଦ୍ଵାରା କୃତିପ୍ରତିଯୋଗୀ ଙ୍କୁ ପ୍ରଥମ ଦ୍ୱତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ଙ୍କୁ ଚୟନ କରାଯାଇଥିଲା l ଅବଶେଷ ରେ ବିଜ୍ଞାନ ମେଳା ରେ ଆୟୋଜିତ ପ୍ରକଳ୍ପ ର ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା କୃତିପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l

No Result
View All Result