No Result
View All Result
୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ବାସୀ ଖାଇ ୨ ମୃତ୍ୟୁ ୬ ଗୁରୁତର ଘଟଣା ରେ ଆଉ ଜଣଙ୍କ କଟକ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ମୃତକ ହେଲେ ଜିତା ମାଝୀ ବୋଲି ଜଣାପଡିଛି। ଚଳିତ ୧ରେ ଜିତା ମାଝୀ ସମେତ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନିଆଯାଇଥିଲା । ତେବେ ବାଟରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ରହ୍ମପୁର ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଥିଲା ଘଟଣାରେ ସେହି ସମୟରେ ୨ ମୃତ୍ୟୁ ଓ ୬ ଗୁରୁତର ରହିଥିଲେ ।
ସେହିପରି ୬ ଗୁରୁତରଙ୍କୁ ବ୍ରହ୍ମପୁରରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଉଥିଲା ୨ ଜଣଙ୍କ ମଧ୍ୟରୁ ଜିତାଙ୍କ କିଡ଼ନୀ ଜନିତ ରୋଗରେ ସୋମବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଜିତାଙ୍କ ମର ଶରୀର ମାଣ୍ଡିପଙ୍କାକୁ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ବିଡ଼ିଓ ଏବଂ ସରପଞ୍ଚ କୁମାରୀ ମଲିକଙ୍କ ସହ କଥାବାର୍ତ୍ତା ହୋଇଥିବା ବିଡ଼ିଓ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମାଣ୍ଡିପଙ୍କା ଗ୍ରାମରେ ସାଧାରଣ ବଣ୍ଟନ ଚାଉଳ ସଠିକ ସମୟରେ ନ ମିଳିବା ଯୋଗୁ ଭୋକ ପାଇଁ ଆମ୍ବ ଟାକୁଆ ଖାଇଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସରକାରଙ୍କୁ ଘେରିଥିଲେ। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ବିଡ଼ିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷ ପ୍ରମୁଖ ମାଣ୍ଡିପଙ୍କାରେ ପହଞ୍ଚି ଲୋକଙ୍କ ଦମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଥିବା ବେଳେ ସୋଲାର ପମ୍ପରେ ଜଳ ଯୋଗାଣ, ପେଭେରବ୍ଲକ ରାସ୍ତା ର୍ନିମାଣ ଆଦି କାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଘଟଣାକୁ ନେଇ ଗୁରୁତ୍ୱ ଦେବା ସହ ଦକ୍ଷିଣାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ଆରଡିସିସ୍ତରୀୟ ତଦନ୍ତ ଚାଲିଛି l
No Result
View All Result