No Result
View All Result
୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା ବ୍ଲକ :-> କୁମାଣ୍ଡୋଳ ପାଟଣା ସ୍ଥିତ ଓମ୍ ଟିଉଟରିଆଲ୍ ର ୨୦ବର୍ଷ ପୂର୍ତ୍ତି ଉତ୍ସବ ଅବସର ରେ ଶିଶୁ ଉତ୍ସବ ୨୦୨୪ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନ ର ପରିଚାଳକ ରଞ୍ଜନ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ବାବାଜୀ ପଦ୍ମ ପାଣି ଦାସ, ଶିକ୍ଷକ କାଶୀ ନାଥ ଘଡେ଼ଇ,ଶରତ ଚନ୍ଦ୍ର ବାରିକ, ଯଜ୍ଞେଶ୍ଵର ସାମନ୍ତରାୟ, ଶିଶୁ ସାହିତ୍ୟିକା ଭିକାରୀ ଚରଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ ।
ଵରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଦୋଷ କୁମାର ଦାସ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ରେ ଅତିଥି ମାନଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯିବା ରେ ଅନୁଷ୍ଠାନ ର ଶିକ୍ଷାର୍ଥୀ ପ୍ରିୟଦର୍ଶିନୀ ବିଶ୍ଵାଳ, ଇପ୍ସିତା ମହାନ୍ତି, ସୋନାଲି ଜେନା, ସୋନାଲି ରାଉତ, ଗାୟତ୍ରୀ ପ୍ରଧାନ,ସୁଲଗ୍ନା ରାଉତ ପ୍ରମୁଖ କଣ୍ଠ ସଙ୍ଗୀତ ଓ ବତ୍କ୍ରୃତା ମାଧ୍ୟମରେ ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଇପ୍ସିତା ମହାପାତ୍ର ଓ ଦିପ୍ତୀମୟୀ ମାଝୀ ଙ୍କ ନିର୍ଦେଶନାରେ ଅନୁଷ୍ଠାନ ର ଛାତ୍ର ଛାତ୍ରଛାତ୍ରୀ ମାନେ ନ୍ରୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।


No Result
View All Result