No Result
View All Result
୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୧୧ଗୋଟି କମ୍ପାନୀ ସହ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଡିନ୍ ପ୍ରଫେସର ଡକ୍ଟର ରବିନାରାୟଣ ଶତପଥୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଉଦ୍ୟମ ବିଶ୍ୱବିଦ୍ୟାଳୟରେ ଦକ୍ଷ ସ୍ନାତକଙ୍କୁ ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ବୋଲି ଜଣାଯାଇଛି ।
ବୁଝାମଣାପତ୍ର ସ୍ୱାକ୍ଷର ବେଳେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର, କୁଳପତି ପ୍ରଫେସର ତେଜ୍ପ୍ରତାପ ଓ ସଭାପତି ପ୍ରଫେସର ରଞ୍ଜିତା କୁଲ୍କର୍ଣ୍ଣି ଉପସ୍ଥିତ ଥିଲେ । ବୁଝାମଣାପତ୍ର ହୋଇଥିବା କମ୍ପାନୀଗୁଡିକ ମଧ୍ୟରେ ଆଧୁନିକ ଜ୍ଞାନକୌଶଳରେ ସାର୍ଟିଫିକେଟ୍ ପାଇଁ ଓରାକଲ୍ ଏକାଡେମୀ, ଶିଳ୍ପ ଭିତ୍ତିକ ଦକ୍ଷତା ପାଇଁ ଏଚ୍.ସି.ଏଲ୍ ଟେକ୍ନୋଲୋଜି, ଧନ୍ଦାମୂଳକ ଶିକ୍ଷା ପାଇଁ ଏନ୍.ସି.ଭି.ଟି ଏବଂ ସେହିପରି ବାୟୋଟେକ୍ନୋଲୋଜି ସଂପର୍କୀତ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ବାସ୍ତବ ଜ୍ଞାନ ପାଇଁ ଆର.ବି.ଆଇ,
ଫୋରେନ୍ସିକ୍ ସାଇନ୍ସ୍ ଓ ସାଇବର ନିରାପତ୍ତା ପାଇଁ ଏନ୍.ଏସ୍.ଆଇ.ଟି ଓ ଡିଜାଷ୍ଟର ରିକଭରି ସେଣ୍ଟର ପ୍ରତିଷ୍ଠା ପାଇଁ ଇନ୍ଫୋରସେଟ୍ କନ୍ସୋଲଟିଂ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିପତ୍ର ଦ୍ୱାରା ଶିକ୍ଷା ଓ ଶିଳ୍ପକ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କୁ ଉନ୍ନତ ଧରଣର ଜ୍ଞାନ, ପ୍ରଶିକ୍ଷଣା ଏବଂ ବ୍ୟବାହାରିକ ଦକ୍ଷତା ବୃଦ୍ଧି ପାଇବ ବୋଲି କୁଳପତି ତେଜପ୍ରତାପ ପ୍ରକାଶ କରିଛନ୍ତି ।
No Result
View All Result