No Result
View All Result
୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ପବିତ୍ର ଶିଶୁ ଦିବସ ଅବସରେ ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ କୁମାରବସ୍ତ ଶ୍ରୀ ଲୋକନାଥ ଦେଵ ଶିଶୁ ମନ୍ଦିର ସ୍କୁଲରେ ୨୭ ତମ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରଦୀପ କୁମାର ରାଉତ ଙ୍କ ସଂଯୋଜନା ଓ ସ୍କୁଲର ପ୍ରିନ୍ସପାଲ ସ୍ୱପ୍ନାରାଣୀ ପାଟଶାଣୀଙ୍କ ବାର୍ଷିକ ବିବରଣୀ ପାଠ କରିଥିଲେ । ଅପରାହ୍ନ ୪ ଘଣ୍ଟିକାରେ ପ୍ରଥମ ଅଧିବେଶନ ରେ ଅତିଥି ରୂପେ ପିପିଲ ତହସିଲ ର ଅତିରିକ୍ତ ତହସିଲଦାର ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ମହାନ୍ତି ,ସମାଜସେବୀ ଗୋପାଳକୃଷ୍ଣ ପ୍ରଧାନ,ଲଷ୍ମୀଧର ଛୋଟରାୟ,ଗ୍ରାମ୍ୟ କମିଟି ର ସମ୍ପାଦକ ଦିବ୍ୟସିଂହ ପାତ୍ର ଙ୍କ ସହିତ ବିଦ୍ୟାଳୟ ର ପ୍ରତିଷ୍ଠାତା ,

ଶିକ୍ଷାବିତ ନବକିଶୋର ପାତ୍ର ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ରେ ଛୋଟ ଛୋଟ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ସହିତ ପିଲାମାନେ ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ନେଇ ଆଗେଇଲେ ନିଶ୍ଚିତ ସଫଳତା ପାଇବେ ବୋଲି କହିଥିଲେ।ପରେ କୃତି ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଦ୍ୱିତୀୟ ଅଧିବେଶନ ରେ ଅତିଥି ରୂପେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ବିଜେପି ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, ସମାଜସେବୀ ରାମଚନ୍ଦ୍ର ସାମନ୍ତରାୟ,ବିଶ୍ୱରଂଜନ ବଡ଼ଜେନା,ସୁବାସ ପାତ୍ର ,ପ୍ରତିଷ୍ଠାତା ନବକିଶୋର ପାତ୍ର ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ପାଇଁ ଅଭିଭାବକ,ଶିକ୍ଷକ,ଶିକ୍ଷୟତ୍ରୀ,

ଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।ତେଣୁ ପିଲାଙ୍କ ମନର ସ୍ଥିରତା,ଏକାଗ୍ରତା ,ନିଷ୍ଠା ଆସିବା ପାଇଁ ଭଲ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।ପରେ ବିଦ୍ୟାଳୟ ର ଚମ୍ପିୟାନ ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜୁନ କରିଥିବା,ପିଲାଙ୍କୁ ଓ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା ବେଳେ ଏହି ଅବସରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କୁ ନେଇ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତି ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ,ଙ୍କ ସହିତ ଶିକ୍ଷୟତ୍ରୀ ପ୍ରିୟଙ୍କା ପାଟଶାଣୀ,ମମିତା ପବନସିଂ,ସୋନାଲି ମହରଣା,ପ୍ରଣତି ସାହୁ,ଲିଲି ସ୍ୱାଇଁ,ଶିକ୍ଷକ ଡମ୍ବରୁଧର ଦାସ,ପ୍ରମୁଖ ସହଯୋଗ କରିଥିଲେ ।
No Result
View All Result