• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
November 17, 2024
in ଓଡ଼ିଶା, କନ୍ଧମାଳ, ହୋମ୍
0
କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ
Share on FacebookShare on TwitterWhatsapp

୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ )  କନ୍ଧମାଳ :-> ଖରିଫ୍‌‌ ବର୍ଷ- ୨୦୨୪-୨୫ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌‌ଭାବନା ସଭାଗୃହରେ ଜିଲ୍ଲାପାଳ ଅମ୍ରିତ୍‌‌ ଋତୁରାଜ୍‌‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିପ୍ପଣୀ ନିରୀକ୍ଷକମାନେ ମଣ୍ଡିରେ ଧାନ ବିକ୍ରୟ କରିବାକୁ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଚଳିତ ବର୍ଷଠାରୁ କଟ୍‌‌ନି ଛଟ୍‌‌ନି ହେବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିଗୁଡ଼ିକୁ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନେଟ୍‌‌ୱାର୍କ ଥିବା ସ୍ଥାନରେ ଦ୍ଵିତୀୟ ଧାନ କ୍ରୟ କେନ୍ଦ୍ର ଖୋଲିବା ଆବଶ୍ୟକ। ଚାଷୀ ମାନେ ଚଳିତ ବର୍ଷର ଧାନ ବିକ୍ରୟ କରନ୍ତୁ କାରଣ ଫେୟାର ଆଭରେଜ୍‌‌ କ୍ୱାଲିଟି କିମ୍ବା ଗ୍ରେଡ୍‌‌-ଏ ଧାନ ମିଲର୍‌‌ ମାନେ କିଣିବାକୁ ଚାହୁଁଛନ୍ତି। ଚାଷୀମାନଙ୍କୁ ଏ ଦିଗରେ ସଚେତନ କରିବାର ଆବଶ୍ୟକତା ରହିଛି। ଯଦି ଆବଶ୍ୟକ ପଡ଼େ ତେବେ ଅତିରିିକ୍ତ ମିଲର୍‌‌ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ରବି ଫସଲ ପାଇଁ ମଣ୍ଡି ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ ଅନୁରୋଧ କରାଯାଇଥିଲା।

ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର ଚଳିତ ବର୍ଷର ଧାନ କ୍ରୟ ପାଇଁ ସରକାରଙ୍କ ଯୋଜନା ସବୁ କ’ଣ ରହିଛି ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ କେଉଁ କେଉଁ ବ୍ୟବସ୍ଥା କରିଛି ସେ ବିଷୟରେ ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ଦେଇଥିଲେ। ସେ କହିଲେ ଧାନ କ୍ରୟରେ ଅସୁବିଧା ନ ହେବା ପାଇଁ ନୋଡାଲ ଅଫିସର ନିଯୁକ୍ତି ହେବା ସହିତ ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌‌ ଖୋଲାଯିବ। ସମସ୍ତଙ୍କ ନିଷ୍ପତିକ୍ରମେ ଚଳିତ ବର୍ଷ ଆସନ୍ତା ଡ଼ିସେମ୍ବର ୧୦ ତାରିଖରୁ ଜିଲ୍ଲାରୁ ଧାନ କ୍ରୟ କରିବା ଆରମ୍ଭ ହେବ ବୋଲି ସ୍ଥିର କରାଗଲା। ଶ୍ରୀ ମିଶ୍ର ଦେଇଥିବା ସୂଚନାରୁ ଜଣାପଡ଼ିଛି ଯେ, ଆର୍‌‌.ଏମ୍‌‌.ସି. ଫୁଲବାଣୀ ଓ ଟିକାବାଲି କାର୍ଯ୍ୟକରୁଛି। ଖରିଫ୍‌‌ ବର୍ଷ- ୨୦୨୪-୨୫ ପାଇଁ ୨୨ ଗୋଟି ଲାମ୍ପ୍‌‌ସ ଅଂଶଗ୍ରହଣ କରିଥିବାବେଳେ ଗୋଟିଏ ମହିଳା ସୟଂ ସହାୟିକା ଗୋଷ୍ଠୀ ଅଂଶଗ୍ରହଣ କରିଛନ୍ତି। ଗତବର୍ଷ ୩ ହଜାର ୮୭୫ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୩ହଜାର ୫୧୦ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି।

ଅଧିକ ମଣ୍ଡି ବ୍ୟାବସ୍ଥା କରିବା ପାଇଁ ଚାଷୀମାନେ ଆବେଦନ କଲେ ତାହା କୃଷି ବିଭାଗକୁ ଜଣାଇଦିଆଯିବ। ବିକ୍ରୟ ପାଇଁ ଅସିଥିବା ଧାନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖିବା ପାଇଁ ବ୍ୟବସ୍ଥା କରାଯିବ। ଚଳିତ ଖରିଫ୍‌‌ ବର୍ଷ ପାଇଁ ଫେୟାର ଆଭରେଜ୍‌‌ କ୍ୱାଲିଟି ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨ହଜାର ୩୦୦ଟଙ୍କା ଥିବାବେଳେ ଗ୍ରେଡ୍‌‌-ଏ ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨ହଜାର ୩୨୦ଟଙ୍କା ରଖାଯାଇଛି। ଅବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ ଅତିରିକ୍ତ ମିଲର ଙ୍କୁ ଆମ ଜିଲ୍ଲାରୁ ଧାନ କ୍ରୟ ପାଇଂ ସୁଯୋଗ ଦିଆଯିବ ଏବଂ ଧାନ ସଂଗ୍ରହ ପାଇଁ ସେମାନଙ୍କୁ ଅଧିକ ସଂଖ୍ୟକ ଗାଡ଼ି କିଣିବାକୁ କୁହାଯିବ। ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଦିଲ୍ଲିପ୍‌‌ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ସୂର୍ଯ୍ୟ କୁମାର ପାଣିଗ୍ରାହୀ, କୃଷକ ପ୍ରତିନିଧି, ମିଲର୍‌‌, ନିୟନ୍ତ୍ରିତ ବଜାର କମିଟି ଗୁଡ଼ିକର ସମ୍ପାଦକ, ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

June 12, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 12, 2026
ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

June 12, 2026
ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ପଦଯାତ୍ରା ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା ପଦଯାତ୍ରା ଅନୁଷ୍ଠିତ

June 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

June 12, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version