No Result
View All Result
ଗୋପ ରେ ଦୀର୍ଘ ଦୁଇବର୍ଷ ପରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ
୧୨ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକ ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପରଠାରୁ ଅଦ୍ୟବଧି ୬ ଥର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି l ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପଞ୍ଚାୟତ ସମିତି ବୈଠକ ର ଏକାନ୍ତ ଆବଶ୍ୟକ ଥିବା ସ୍ଥଳେ ପୂର୍ବରୁ ଯେତେ ଥର ବୈଠକ ଅନୁଷ୍ଠିତ ହୋଇଛି ତାହା ଆରମ୍ଭ ହୁଏ ଓ ଅଧାରୁ ବନ୍ଦ ହୋଇଥିବାରୁ କୌଣସି ଉର୍ନ୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ ଗୋପ ବ୍ଲକ ରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିଲା l ପୂର୍ବରୁ ଅନୁଷ୍ଠିତ ହୋଇଥିବା ବୈଠକ ଗୁଡିକ କେତେବେଳେ ହୋଇଥିଲା l
ସେଥିମଧ୍ୟରୁ ଅଧକ୍ଷା ନିର୍ବାଚନ 12 /03 / 2022 ରିଖ ରେ ଅନୁଷ୍ଠିତ ହୋଇଥିବାବେଳେ ଉପାଧକ୍ଷ ନିର୍ବାଚନ 23/03/2022 ରିଖ ରେ ଅନୁଷ୍ଠିତ ହୋଇଥିଲା l ତାପରେ ଉକ୍ତ ବ୍ଲକ ରେ ତୃତୀୟ ବୈଠକ 20/04/2022 ଅନୁଷ୍ଠିତ ହୋଇଥିଲା l 11/11/2022 ରେ ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା l ତାପରେ ପଞ୍ଚମ ବୈଠକ 06/03/2022 ରିଖ ରେ ଅନୁଷ୍ଠିତ ହୋଇଥିଲା l ତାପରେ ଷଷ୍ଠ ପଞ୍ଚାୟତ ସମିତି ବୈଠକ ର ଆୟୋଜନ 12 /11/2024 ରିଖ ମଙ୍ଗଳବାର ଦିନ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏଥିରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ସୁନୀଲ କୁମର ମହାନ୍ତି ଯୋଗ ଦେଇଥିବା ସ୍ଥଳେ ନିମାପଡା ବିଧାୟିକା ଶ୍ରୀମତୀ ପ୍ରଭାତୀ ପରିଡା ଅନୁପସ୍ଥିତ ଥିବା ସହିତ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ମଧ୍ୟ ଅନୁପସ୍ଥିତ ରହିଥିଲେ l
ଗୋପ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ ଙ୍କ ଅଧକ୍ଷତା ରେ ବୈଠକ ର ଅନୁଷ୍ଠିତ ହୋଇଥିଲା l ଗୋପ ବ୍ଲକ ର 31 ଟି ପଞ୍ଚାୟତ ଓ 4 ଟି ଜିଲ୍ଲାପରିଷଦ ଜୋନ ର ସମସ୍ୟା ସମ୍ପର୍କ ବିଧାୟକ ଦ୍ୱୟ ଙ୍କ ଉପସ୍ଥିତ ରେ ଆଲୋଚନା ହୋଇଥିଲା l ଜିଲ୍ଲାପରିଷଦ ଜୋନ 11,12,13,14 ମଧ୍ୟରୁ 11 ନମ୍ବର ଜୋନ ର ସଭ୍ୟ ପ୍ରମୋଦ ରାୟ ଅନୁପସ୍ଥିତ ଥିବା ବେଳେ ଅବଶିଷ୍ଟ ଜୋନ ର ସଭ୍ୟା ମାନେ ଉପସ୍ଥିତ ରହିଥିଲେ l ସାଧାରଣ ନିର୍ବାଚନ ପରଠାରୁ ଉକ୍ତ ବ୍ଲକ ରେ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳୁଥିଲା l ସମସ୍ତ ସମସ୍ୟା ଠାରୁ ଅଧିକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ଅଧକ୍ଷା ଝୁନୁ ମଲ୍ଲିକ ଙ୍କ କୋହ ଭରା ଅଭିଯୋଗ ବିଡ଼ିଓ ଛବିରାଣୀ ସାହୁ ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ l
ସାଧାରଣ ନିର୍ବାଚନ ପରଠାରୁ ଶ୍ରୀମତୀ ସାହୁ ଆକ୍ରୋଶ ମୂଳକ ଭାବେ ଅଧକ୍ଷାଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଥିବା କଥା ଶ୍ରୀମତୀ ମଲ୍ଲିକ କାନ୍ଦି କାନ୍ଦି ସମ୍ମିଳନୀ କକ୍ଷ ରେ ଉପସ୍ଥାପନା କରିଥିଲେ l ଏ ସମ୍ପର୍କ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିବା ସତ୍ତ୍ୱେ ଶ୍ରୀମତୀ ମଲ୍ଲିକ ନ୍ୟାୟ ପାଇବାରୁ ବଞ୍ଚିତ ରହିଛନ୍ତି ବୋଲି ଗତ କାଲିର ବୈଠକ ରେ ସ୍ପଷ୍ଟ କରିଥିଲେ l ଗୋପ ର ତହସିଲଦାର ଅନିଲ କୁମର ମହାନ୍ତି, ଅତିରିକ୍ତ ବିଡ଼ିଓ ଦୀପକ ଜେନା, ଜିପିଓ, ପ୍ରଭୁତି ଅଧିକାରୀମାନେ ଉପସ୍ଥିତ ରହିଥିଲେ l ମୋଟାମୋଟି ଭାବେ ଗତ କାଲିର ବୈଠକ ଟି ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତ ହୋଇଥିଲା l କାରଣ ଶାସକ ଦଳର କୌଣସି ସମର୍ଥକ ନଥିବାରୁ ଏହା ହୋଇଛି ବୋଲି ଚର୍ଚ୍ଚା ହେଉଛି l
No Result
View All Result