୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ଗ୍ରାମପଞ୍ଚାୟତ ଅମାତପଡା ଖେଳ ପଡ଼ିଆରେ ସେଭେନ ଷ୍ଟାର ୟୁଥ କ୍ଳବ ପ୍ରାଡିପଦର (ଅମାତପଡା) ଆନୁକୂଲ୍ୟରେ ଚାଲିଥିବା ନବମ ବାର୍ଷିକୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ୪ଦିନ ଧରି ଗ୍ରାମାଞ୍ଚଳର ୧୬ଟି ଫୁଟବଲ ଟିମ୍ କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା I ତେବେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁମାଗଡ଼ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର,ମିଣିଆ ସରପଞ୍ଚ ଗୌତମ ମଲ୍ଲିକ, ସମାଜସେବୀ ସୁକାନ୍ତ ମହାନ୍ତି(କିଟା),ପ୍ରଶାନ୍ତ ପାତ୍ରଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ I
ଏହି ଟୁର୍ଣ୍ଣାମେଣ୍ଟକୁ ଚାରି ଦିନ ଧରି ସେଭେନ ଷ୍ଟାର ୟୁଥ କ୍ଳବ ସଭାପତି ଅଜିତ ଦିଗାଲ,ଉପ ସଭାପତି ପୀତବାସ କହଁର, ସମ୍ପାଦକ ମହେନ୍ଦ୍ର କହଁର,ସହ ସମ୍ପାଦକ ଅଜୟ କହଁର ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ Iଖେଳକୁ ଅଞ୍ଚଳର ଜଣାଶୁଣା ରେଫରୀ ଚାଣକ୍ୟ କହଁର ଙ୍କ ସହ କନିଷ୍ଠ କହଁର,ଗୋଲକ କହଁର ଖେଳ ପରିଚାଳନା କରିଥିଲେ I ଚାରିଦିନ ଧରି ଫୁଲବାଣୀ ବ୍ଲକ ଏବଂ ଚକାପାଦ ବ୍ଲକର ବଛାବଛା ୧୬ଟି ଟିମ୍ ଭାଗନେଇଥିବା ବେଳେ କାଣିବାଲି ଏଫସି ସହ ବଜରଙ୍ଗୀ ଏଫସି ମଧ୍ୟ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା I
ଉଭୟ ଦଳର ଖେଳ ସଂଘର୍ଷ ପୁର୍ଣ ଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ ।ଫଳରେ ପେନଲ୍ଟି କିକ୍ ରେ କାଣିବାଲି ଏଫସି କୁ ବଜରଙ୍ଗୀ ଏଫସି ହରାଇ ନବମ ବାର୍ଷିକୀ ଗ୍ରାମାଞ୍ଚଳ ଫୁଟବଲ ଚାମ୍ପିୟନ ହୋଇଥିଲା I ଖେଳ ଶେଷରେ ଉଭୟ ବିଜେତା ଓ ଉପବିଯେତା ଦଳକୁ ଆୟୋଜକ କମିଟି ତରଫରୁ ଅତିଥି ମାନେ ଟ୍ରଫି ସହ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ l















