No Result
View All Result
୧୧ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ମହାନଗର ନିଗମ ବମିଖାଲ ଓଭର ବ୍ରିଜ ତଳେ ଥିବା ଏକ ଏକର ମୂଲ୍ୟବାନ ସରକାରୀ ଜମିରେ ଜଣେ ବ୍ୟକ୍ତି ନିଜ ଦଖଲରେ ରଖି ୩୦ରୁ ଉର୍ଦ୍ଧ ପକା ଘର କରି ଲୋକମାନଙ୍କୁ ଭଡ଼ାରେ ଦେଇ ମାସିକ ଲକ୍ଷ୍ୟାଧିକ ଟଙ୍କା ଆଦାୟ କରି ଚାଲିଛନ୍ତି । ଏହି ସରକାରୀ ଜମିଟି ସାଧାରଣ ପ୍ରଶାସନ ବିଭାଗ ( ଜି ଏ ) ଡିପାର୍ଟମେଣ୍ଟ ନାମରେ ୟୁନିଟ ୩୨ ମୌଜା ଜଗନ୍ନାଥ ପ୍ରସାଦ, ତହସିଲ ଭୁବନେଶ୍ୱର ,ପ୍ଲଟ-ନମ୍ବର- ୪୯୪ ,ଖାତା -୧୦୭୨ ଉଲ୍ଲେଖ ଅଛି ।
ଏହି ସରକାରୀ ଜମିକୁ ଜଣେ ବ୍ୟକ୍ତି ନିଜ ଅକ୍ତିଆରରେ ରଖି ଦୋକାନ ଏବଂ ଛୋଟ କାରଖନା କରିଥିବା ଲୋକମାନଙ୍କୁ ନିଜର ଜମି କହି ଏଗ୍ରୀମେଣ୍ଟ କରି ଅର୍ଥ ଆଦାୟ କରିଚାଲିଛନ୍ତି ବୋଲି ,ଏହିଭଳି ଜାଲିଆତିରେ ଶିକାର ହୋଇଥିବା କଟକ ସଦର ଥାନା ଡାହାଳିଆବାଗ ଗ୍ରାମର ପ୍ରଣତୀ ଜେନାଙ୍କ ସ୍ୱାମୀ କାଶିନାଥ ଜେନା ଅଭିଯୋଗ ଆଣିଛନ୍ତି । ଶ୍ରୀ ଜେନା ଅଭିଯୋଗ କରିଛନ୍ତି ଯେ , ଜଣେ ସାଧରଣ ଗରିବ ଲୋକ ଭୁବନେଶ୍ୱରରେ ସରକାରୀ ଜମିରେ ପାଲଟାଣି ଘର କରି ରହୁଥିଲେ ସେମାନଙ୍କୁ ବିଏମସି ,ଜି ଏ ଡିପାର୍ଟମେଣ୍ଟ ଉଛେଦ କରିବାକୁ ପଛ ଘୁଞ୍ଚା ଦେଉ ନାହିଁ ।
ହେଲେଏଭଳି କାର୍ଯ୍ୟ ଵିଷୟରେ ଜିଏ ଡିପାର୍ଟମେଣ୍ଟ, ବିଏମସି କମିଶନର, ଭୁବନେଶ୍ୱର ତହସିଲଦାର, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ତେ ନିରବ ଦ୍ରଷ୍ଟା ସାଜିବା ଘଟଣା ସାଧାରଣରେ ସନ୍ଧେହ ସୃଷ୍ଟି କରୁଛି । ଉକ୍ତ ବ୍ୟକ୍ତି ମାସିକ ଘରଭଡା ଆଦାୟ କରୁଥିବା ଅର୍ଥରେ ଅନ୍ୟମାନଙ୍କର ସଂପୃକ୍ତି ରହିଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି । ଯଦି ଏଥିରେ ପ୍ରଶାସନିକ କର୍ମଚାରୀ ମାନେ ସାମିଲ ନୁହନ୍ତି ତେଵେ ତୁରନ୍ତ ଏହାର ବିଧିବଦ୍ଧ ତଦନ୍ତ କରି ଉକ୍ତ ସରକାରୀ ଜମିରୁ ଜବରଦଖଲ ହଟାଯାଉ ବୋଲି ସାଧାରଣରେ ଦାବି ହେଉଛି ।

No Result
View All Result