No Result
View All Result
୦୯ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ବେଦପୁର ଗ୍ରାମରେ ଗୋଷ୍ଠାଷ୍ଟମୀ ଉପଲକ୍ଷେ ଆଜି ଗୋପୂଜନ ଓ ସେବା ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ଗାଁ ମୁଣ୍ଡରେ ଥିବା ବସ୍ଷ୍ଟାଣ୍ଡ୍ ପଡିଆରେ ଗାଈଗୋରୁଙ୍କୁ ଏକତ୍ର କରି ସ୍ନାନ କରାଯାଇଥିଲା । ପରେ ଶ୍ରୀ ରାଧାକୃଷ୍ଣ ଓ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ ଶ୍ରୀ ରାଧାକୃଷ୍ଣଙ୍କ ନାମ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରାଯାଇଥିଲା ।
ଶତାଧିକ ଗୋମାତାଙ୍କୁ ପୂଜାର୍ଚ୍ଚନା , ସେବା ଓ ଖାଦ୍ୟ ପରିବେଷଣର ଆୟୋଜନ ହୋଇଥିଲା । ଗ୍ରାମର ଭରତ ଚନ୍ଦ୍ର ବେହେରା, ରବିନ୍ଦ୍ର ବେହେରା, ଶ୍ରୀନିବାସ ବେହେରା, ରୋହିତ ବେହେରା, ଚିନ୍ମୟ ପଣ୍ଡା, ବିଶାଳ ପଣ୍ଡା, ପ୍ରସନ୍ନ ପଣ୍ଡା, ରତ୍ନାକର ବେହେରା, ସରୋଜ କର, ଧ୍ରୁବଚରଣ ବେହେରା, ଆଶିଷ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ଆୟୋଜନ କରି ସାଫଲ୍ୟମଣ୍ଡିତ କରିଥିଲେ ।

No Result
View All Result