No Result
View All Result
୦୮ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର ରୁଦାଙ୍ଗିଆ ଗ୍ରାମକୁ କିଲାକିଆ ଗ୍ରାମର ସର୍ବାନନ୍ଦ ପ୍ରଧାନ (୬୧) ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ ହେଲେ ନିଜେ ଆଖି ବୁଜି ଥିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ରୁଦାଙ୍ଗିଆରେ । ଶୁକ୍ରବାର ସକାଳ ପ୍ରାୟ ଆଠଟା ସମୟରେ କିଲାକିଆରୁ ରୁଦାଙ୍ଗିଆ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବାରୁ ସେଥିରେ ଥିବା ୫ଜଣ ଯାତ୍ରୀ ଆହତ ହୋଇ ଜି.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ।
ସେମାନଙ୍କ ମଧ୍ୟରୁ ସର୍ବାନନ୍ଦ ପ୍ରଧାନ (୬୧) ଓ ଦିବାକର ପ୍ରଧାନ (୩୮) ଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟରେ ସର୍ବାନନ୍ଦଙ୍କ ପରଲୋକ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଜି.ଉଦୟଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।
No Result
View All Result