No Result
View All Result
୦୬ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାପୁର ବ୍ଲକ ଫତେଗଡ ଥାନା ଅଞ୍ଚଳରୁ ଦୁଇ ଜଣ ୱାରେଣ୍ଟିକୁ ଗିରଫ କରି ଅଦାଲତ ଚାଲାଣ କରିଛି ଫତେଗଡ ଥାନା ପୁଲିସ। ପୁଲିସ ସୁତ୍ରରୁ ପ୍ରକାଶ ଫତେଗଡ ଥାନା ବିଜିପୁର ପଞ୍ଚାୟତ ଅନ୍ତର୍ଗତ ସୁନାଖେଳା ଗ୍ରାମର ପବିତ୍ର କୁମାର ମଲ୍ଲିକଙ୍କ ନାମରେ କଲିକତା ପ୍ରଧାନ ନଗର ମାଜିଷ୍ଟ୍ରେଟଙ୍କ ଗିରଫ ପରୱାନା ନିର୍ଦ୍ଦେଶ ଦେଇଥିଲେ ଏବଂ ମାଧପୁର ଗ୍ରାମର ଆଦିକାନ୍ତ ସାମଲଙ୍କ ନାମରେ ଫତେଗଡ ଥାନା ପକ୍ଷରୁ ଏକ ମାମଲା ବହୁ ଦିନ ଧରି ଫେରାର ଥିଲେ ।
ଏନେଇ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଉଭୟଙ୍କୁ ଗିରଫ କରିବା ସହ ବୁଧବାର ଦିନ ଅଦାଲତ ଚାଲାଣ କରାଯାଇଥିଲା। ମାତ୍ର, ସେଠାରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ଖଣ୍ଡପଡା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ନିରୀକ୍ଷକ ପଞ୍ଚାନନ ପରିଡ଼ାଙ୍କ ଠାରୁ ପ୍ରକାଶ।
No Result
View All Result