୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହୋଇଥିବା ସତର୍କତା ସଚେତନତା ସପ୍ତାହ ଉଦଯାପିତ ହୋଇଯାଇଛି। ଏହି ସତର୍କତା ସଚେତନତା ସପ୍ତାହ ଅକ୍ଟୋବର ୨୮ ରେ “ଜାତିର ସମୃଦ୍ଧତା ପାଇଁ ଅଖଣ୍ଡତାର ସଂସ୍କୃତି” ଥିମ୍ ସହିତ ଆରମ୍ଭ କରା ଯାଇଥିଲା। ଏହି ବିଷୟବସ୍ତୁକୁ ଆଧାର କରି ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ଵାରା ସପ୍ତାହରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା।

ଏକ ସେମିନାର ଆୟୋଜନ କରାଯାଇଥିଲା ଯେଉଁଥିରେ ଦୁର୍ନୀତିର ବିଭିନ୍ନ ଦିଗ ଏବଂ ତାହାକୁ କିପରି ଦୂର କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରେଳ କର୍ମଚାରୀଙ୍କ ପାଇଁ ପ୍ରବନ୍ଧ ଏବଂ ବିତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ କରଯାଇଥିଲା। ସପ୍ତାହବ୍ୟାପୀ ପର୍ଯ୍ୟବେକ୍ଷଣ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଥିବା ସମସ୍ତ ରେଳ ପ୍ରତିଷ୍ଠାନ ଗୁଡ଼ିକରେ ବ୍ୟାନର,ପୋଷ୍ଟର, ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। କର୍ମଚାରୀ ଏବଂ ରେଳ ଗ୍ରାହକଙ୍କ ପାଇଁ ଅଭିଯୋଗ ପ୍ରତିକାର ଶିବିର ମଧ୍ୟ ଆୟୋଜିତ ହୋଇଥିଲା।

ଉଦଯାପନ ଉତ୍ସୋବରେ ପୁର୍ବ ତଟ ରେଲୱେ ଭାରତ ସ୍କାଉଟସ୍ ଏଵଂ ଗାଇଡସ୍,ଖୋର୍ଦ୍ଧା ରୋଡ ପିଲାଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକୁ ସଚ୍ଚୋଟ ଏବଂ ସ୍ୱଚ୍ଛ ଭାବରେ କରି ଦୁର୍ନୀତି ଦୂର କରିବା ବିଷୟ ଉପରେ ଖୋର୍ଦ୍ଧାରୋଡ ରେଳ ଷ୍ଟେସନରେ ଏକ ପଥ ପ୍ରାନ୍ତ୍ ନାଟକ ଆୟୋଜନ କରଯାଇଥିଲା। ଶ୍ରୀ ପ୍ରମୋଦ ବେହେରା, ଖୋର୍ଦ୍ଧାରୋଡ ମଣ୍ଡଳ କାର୍ମିକ ଅଧିକାରି ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କୁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ।















