• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଲିଗୁଡା ବ୍ଳକରେ ମହା ଦୁର୍ନୀତି ଘଟଣା : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

Proprietor Abhimanyu Maharana by Proprietor Abhimanyu Maharana
November 4, 2024
in ଓଡ଼ିଶା, କନ୍ଧମାଳ, ହୋମ୍
0
ବାଲିଗୁଡା ବ୍ଳକରେ ମହା ଦୁର୍ନୀତି ଘଟଣା : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
Share on FacebookShare on TwitterWhatsapp

୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ବ୍ଲକରେ ହୋଇଥିବା ଦୁର୍ନୀତି ମାମଲାରେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ସେମାନଙ୍କ ପାଖରୁ ସରକାରଙ୍କ ଟଙ୍କା ଅସୁଲ କରାଯାଇଛି କି ନାହିଁ ତାହା ଉପରେ ରିପୋର୍ଟ ମାଗିଛନ୍ତି ସରକାର । ଏଥିସହ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ୧୫ ତାରିଖ ସୁଦ୍ଧା ସବୁ ଘଟଣାର ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭିନ୍ନକ୍ଷମ ସାମାଜିକ ସୁରକ୍ଷା ଏବଂ ସଶସ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଗତ ୧ ତାରିଖରେ ଚିଠି ନଂ.୮୭୮୧ ରେ ଜିଲାପାଳଙ୍କୁ ଏହି ଘଟଣା ଉପରେ ରିପୋର୍ଟ ମାଗିଛନ୍ତି ।

ବାଲିଗୁଡା ବ୍ଳକରେ ଜାତୀୟ ପରିବାର ସହାୟତା ଯୋଜନା (ଏନଏଫବିଏ)ରେ ୭୫ ଲକ୍ଷ ୩୦ ହଜାର ଟଙ୍କାର ଦୁର୍ନୀତି ହୋଇଥିଲା। ଅଡିଟ ରିପୋର୍ଟ ଅନୁସାରେ ଏଥିରେ ସାମିଲ ଥିବା ଅଧିକାରୀଙ୍କ ପାଖରୁ ଅର୍ଥ ଆଦାୟ କରି ସରକାରଙ୍କ ପାଖକୁ ନେବା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ୨୦୨୨ ନଭେମ୍ବର ୩୧ରେ ଚିଠି ନଂ. ୩୦୯୪, ୨୦୨୩ ମାର୍ଚ୍ଚ ୨୮ରେ ଚିଠି ନଂ. ୨୬୧୮ ଏବଂ ମାର୍ଚ୍ଚ ୩୦ରେ ଚିଠି ନଂ ୨୭୦୬ରେ ବାରମ୍ବାର ଚିଠି କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ । ତୁରନ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଖରୁ ଅର୍ଥ ଆଦାୟ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ହୋଇଛି । ସରକାରୀ ଅର୍ଥ ହଡପ କରି ଆମର କିଛି ହେବ ନାହିଁ ବୋଲି ଭାବି ବସିଥିବା ଅଧିକାରୀ ଙ୍କ ଉପରେ ଏବେ ଚଡକ ପଡିଛି । ଏହି ଦୁର୍ନୀତିର ମୂଳ ପୂର୍ବତନ ଏଲ୍‌ଏସ୍‌ଇଓ / ବିଏସଏସ୍ଓ ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ହେଲେ ତାଙ୍କ ପାଖରୁ କୌଣସି ଟଙ୍କା ଅସୁଲ କରାଯାଇନାହିଁ । ଏହି ଦୁର୍ନୀତିର ସାମିଲ ଥିବା ଅନ୍ୟମାନଙ୍କ ଉପରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କି ସେମାନଙ୍କୁ ହୋଇଥିବା ନିର୍ଦ୍ଦେଶ ମୁତାବକ ଅର୍ଥ ଭରଣା କରାଯାଇନାହିଁ । ବାଲିଗୁଡା ବ୍ଳକରେ ଲୋକାଲ ଫଣ୍ଡ ଅଡିଟ ଚିଠି ନଂ. ୨୮୬/୨୭.୨.୨୦୧୭ ରେ ଓଏପି( ବାଦ୍ଧକ୍ୟ ଭତ୍ତା), ଏନଏଫବିଏ (ଜାତୀୟ ପରିବାର ସହାୟତା ଯୋଜନା) ଯୋଜନାରେ କୋଟିରୁ ଉର୍ଦ୍ଧ ଟଙ୍କା ହଡପ ନେଇ ବାଲିଗୁଡା ଥାନାରେ କିଛି ଅଧିକାରୀ ଓ କର୍ମଚାରୀଙ୍କ ନାମରେ ମାମଲା ହୋଇଛି । କିନ୍ତୁ ଦୀର୍ଘ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ ଏମାନଙ୍କ ଉପରେ କୌଣସି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । କେବଳ ଏଇଏସିଓ ଅମୃତା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଘଟଣାରେ ସାମିଲ ଥିବା କ୍ୟାସିୟର ଓ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ବାଲିଗୁଡା ବ୍ଲକ ର ପୂର୍ବତନ ଏଲଏସିଓ ଅମୃତା ମିଶ୍ର, ପୂର୍ବତନ କୋଷାଧ୍ୟକ୍ଷ ସତ୍ୟ ନାରାୟଣ ସାହୁ, ବରିଷ୍ଠ କିରାଣି ତ‌ଥା ଆକାଉଣ୍ଟାଣ୍ଟ ପ୍ରକାଶ ଚନ୍ଦ୍ର ସାହୁ ଏବଂ ପୂର୍ବତନ ବିଡିଓ ଶୁଭେନ୍ଦୁ ସାମଲ, ପୂର୍ବତନ ଆକାଉଣ୍ଟାଣ୍ଟ ଜୟଦେବ କହଁର ୨୦୦୯ରୁ ୨୦୧୭ ଆର୍ଥିକ ବର୍ଷରେ କୋଟିଏରୁ ଉଦ୍ଧ ଟଙ୍କା ହଡପ କରିଥିବା ସ୍ବତନ୍ତ୍ର ଅର୍ଡିଟ୍ ରିପୋର୍ଟରେ ପ୍ରକାଶ ପାଇଥିଲା । ପୂର୍ବତନ ଏଲଏସଇଓ ଅମୃତା ମିଶ୍ରଙ୍କ ନାମରେ ୧୯ଲକ୍ଷ ୭୨ହଜାର ୫୫୩, ବାଲିଗୁଡା ପୂର୍ବତନ କ୍ୟାସିୟର ସତ୍ୟ ନାରାୟଣ ସାହୁଙ୍କ ନାମରେ ୧୭ଲକ୍ଷ ୮୪ହଜାର୧୫୪, ଆକାଉଣ୍ଟାଣ୍ଟ ପ୍ରକାଶ ଚନ୍ଦ୍ର ସାହୁଙ୍କ ନାମରେ ୧୧ ଲକ୍ଷ ୩୦ହଜାର, ପୂର୍ବତନ ବିଡିଓ ଶୁଭେନ୍ଦୁ ସାମଲଙ୍କ ନାମରେ ୧୭ ଲକ୍ଷ ୧୪ହଜାର ୧୫୫ଟଙ୍କା ଓ ବାଲିଗୁଡା ପୂର୍ବତନ ହେଡ୍‌ କ୍ଲର୍କ ଜୟଦେବ କହଁରଙ୍କ ନାମରେ ୭ଲକ୍ଷ ୧୪ହଜାର ୧୫୪ଟଙ୍କା ହଡପ କରିଥିବା ରିପୋର୍ଟରେ ଦର୍ଶା ଯାଇଥିଲା ।

ସେହିପରି ୪ ଜଣ ପୂର୍ବତନ ବିଡିଓଙ୍କ ନାମରେ ଟଙ୍କା ହଡପ ଅଭିଯୋଗ ହୋଇଥିଲା । ତେବେ ପୂର୍ବତନ ବିଡିଓ ପ୍ରମୋଦ ପୃଷ୍ଟି ରବି ନାରାୟଣ ସାହୁ ଓ ସରୋଜ ମିଶ୍ର ନାମରେ ଥିବା ଟଙ୍କା ସେମାନେ ଫେରାଇ ଦେଇଛନ୍ତି । ସୂଚନାଯୋଗ୍ୟ, ବାଲିଗୁଡା ବ୍ଲକରେ ଏନଏଫବିଏସରେ ପାଖାପାଖି କୋଟିଏ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଲୋକାଲ ଅର୍ଡିଟରୁ ଜଣାପଡିବା ରୁ ପୂର୍ବତନ ଜିଲାପାଳ ରଘୁ.ଜି ଏହାର ଏକ ସ୍ବତନ୍ତ୍ର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆସିଥିବା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିଭିନ୍ନ ଲୋକଙ୍କ ନାମରେ ୨୦ରୁ ୨୨ ଥର ଲେଖାଏ ଡିପୋଜିଟ କରାଯାଇ ଟଙ୍କା ହଡପ କରାଯାଇଥିବା ଲୋକାଲ ଅର୍ଡିଟ ଫଣ୍ଡ ରିପୋର୍ଟରେ ପ୍ରକାଶ ପାଇଥିଲା । ସ୍ୱତନ୍ତ୍ର ଅଡିଟ ରେ ଦେଢ କୋଟି ଅର୍ଥ ହଡପ ହୋଇଥିବା ଜଣାପଡିବା ପରେ ପୂର୍ବତନ ଜିଲାପାଳ ଡା.ବୃନ୍ଦା ଡି. ଅଭିଯୁକ୍ତ ମାନଙ୍କ ବିରୋଧରେ ଏତଲା ଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

June 12, 2026
ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

June 12, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 12, 2026
ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଶିଖରରେ ଠାରେ ୯ ଦିନ ଧରି ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

June 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

ପାଇକ ଖଣ୍ଡାୟତ କୁଳ ସମାଜ ଗଠନ : ସଭାପତି ମାନସ ସମ୍ପାଦକ ଭାଵେ ସୁବ୍ରତ ନିର୍ବାଚିତ

June 12, 2026
ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

June 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version