No Result
View All Result
୦୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ବାର୍ତ୍ତା ‘“ ସତ୍ୟ ନିଷ୍ଠାର ସଂସ୍କୃତି ହିଁ ରାଷ୍ଟ୍ରର ସମୃଦ୍ଧି ” ଶୀର୍ଷକ ଏକ ଆଲୋଚନା ଚକ୍ର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଅଶୋକ କୁମାର ଭୋଇ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେଯେ, ଦୁର୍ନୀତି କରିବା କିମ୍ବା ଏଥିରେ ସହଯୋଗ କରିବା କିମ୍ବା ଦୁର୍ନୀତି କରିବାକୁ ବାଧ୍ୟ କରିବା ବ୍ୟକ୍ତି ମଧ୍ୟ ଦୋଷୀ । ଦୁର୍ନୀତି ନିବାରଣ ଜଣେ ବ୍ୟକ୍ତି ଦ୍ଵାରା ସମ୍ଭବ ନୁହେଁ। ଏଥିପାଇଁ ଏକଜୁଟ୍ ହୋଇ ଲଢ଼େଇ କରିବାକୁ ପଡ଼ିବ ଏବଂ ଆଗାମା ପିଢ଼ିକୁ ସାଧୁତାର ସହିତ ଆଗକୁ ବଢ଼ିବାକୁ ହେବ। ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ଜିରୋ ସହନଶୀଳତା ନୀତିକୁ ସମ୍ମାନ ଜଣାଇ ସମସ୍ତ ଅଧିକାରୀ ତଥା କର୍ମବାରୀ ଏ ଦିଗରେ ସହଯୋଗ କରିବାକୁ ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟନିର୍ବାହୀ ଅଧୁକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ କହିଲେଯେ, ସମଗ୍ର ବିଶ୍ଵର ସବୁଠାରୁ ବଡ଼ ସମସ୍ୟା ହେଉଛି ଦୁର୍ନୀତି । ଏହା ଏକ ରାଷ୍ଟ୍ରର ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ସରକାରୀ ବା ବେସରକାରୀ ଅଧିକାରୀ ତଥା କର୍ମଚାରା ତାଙ୍କ ଦରମାରେ ସତୁଷ୍ଟ ହେବା ଉଚିତ୍ । ସେହି ପଦବୀରେ ଥାଇ ଅଧିକ ଭୋଜଗାର କରିବାର ଇଛା ହିଁ ସେମାନଙ୍କୁ ଦୁର୍ନୀତି କରିବାକୁ ବାଧ୍ୟ କରିଥାଏ। ଯଦି ସେବା ଯୋଗାଉଥିବା କୌଣସି ବ୍ୟକ୍ତି ନିଜ ପଦବୀର ଅପବ୍ୟବହାର କରି ଲାଞ୍ଚ ମାଗେ ତେବେ, ସ୍ଥାନୀୟ ଦୁର୍ନୀତି ନିବାରଣ ଶାଖାରେ ଅଭିଯୋଗ କରିବାକୁ ଶ୍ରୀ ନନ୍ଦୀ ପରାମର୍ଶ ଦେଇଥିଲେ । ସେହିପରି, ପୂର୍ବତନ ଦୁର୍ନୀତି ନିବାରଣ ଅଧୁକାରୀ ଶ୍ରୀ ଦାଶରଥ ସେଠୀ କଠିନ ପରିଶ୍ରମ କରି ଜଣେ ଜଣେ ପ୍ରଶାସନିକ ଅଧିକାରୀ ହେବା ସହିତ ଦୁର୍ନୀତିକୁ ପ୍ରଶୟ ନ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଫଳରେ ସେମାନେ ଭଲ ନାଗରିକ ହେବା ସହିତ ବାପା ମା’ଙ୍କ ସ୍ବପ୍ନକୁ ପୂରଣ କରିପାରିବେ ଏବଂ ଦେଶକୁ ଦୁର୍ନୀତି ମୁକ୍ତ କରିବାରେ ସହଯୋଗ କରିପାରିବେ ବୋଲି ଶ୍ରୀ ସେଠୀ କହିଥିଲେ । ସ୍ବତନ୍ତ୍ର ସାଧାରଣ ଅଭିଯୋଜନ(ଦୁର୍ନୀତି ନିବାରଣ ଅଦାଲତ), ଫୁଲବାଣୀ ଭି.ଭି.ରାମଦାସ କହିଲେ ଯେ, ଫୁଲବାଣୀ ଦୁର୍ନୀତି ନିବାରଣ ଶାଖା ଦଣ୍ଡ ଦେବାରେ ରାଜ୍ୟରେ ପ୍ରଥମ ଏବଂ ଓଡିଶା ଭିଜିଲାନ୍ସ ଦଣ୍ଡ ଦେବାରେ ଦେଶରେ ପ୍ରଥମ। ଓଡିଶା ଭିଜିଲାନ୍ସ ଗତ ୪ ମାସ ମଧ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ଠାରୁ କୋଟି କୋଟି ଟଙ୍କାର ସମ୍ପତି ଜବତ କରିଛି । ସେମାନେ ସେଥୁରୁ ରକ୍ଷା ପାଇପାରିବେ ନାହିଁ । ଦୁର୍ନୀତି ନ କରିବା ସହିତ ଦୁର୍ନୀତି କରିବାକୁ ପ୍ରଶୟ ନଦେବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।
ଉପ-ଆରକ୍ଷୀ ଅକ୍ଷକ(ଦୁର୍ନୀତି ନିବାରଣ),ଫୁଲବାଣୀ ଶାଖା ଶ୍ରୀ ହେମନ୍ତ କୁମାର ମହାନ୍ତି ତାଙ୍କ ପ୍ରାରମ୍ଭିକ ସମ୍ଭାଷଣରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଚଳିତ ବର୍ଷ ୧୨ ଜୁନ୍ରୁ ୨୬ ଅକ୍ଟୋବର ମଧ୍ୟରେ ସମୁଦାୟ ମକଦ୍ଦମା ପଞ୍ଜୀକରଣ, ଆୟବହିର୍ଭୂତ ସମ୍ପତି ଠୁଳ ମାମଲା, ପ୍ରତିରୋଧ ମାମଲା, ଫନ୍ଦି ମାମଲା, ଅର୍ଥ ତୋଷାରପାତ ମାମଲା, ଅଭିଯୋଗଫର୍ଦ୍ଦ ଦାଖଲ, ଗିରଫ ଓ ଅଦାଲତଙ୍କ ଦଣ୍ଡାଦେଶ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିବାବେଳେ ଉପ-ଆରକ୍ଷୀ ଅକ୍ଷକ(ଦୁର୍ନୀତି ନିବାରଣ), ଫୁଲବାଣୀ ଶାଖା ଶ୍ରୀମତୀ କୁମୁଦିନୀ ସାହୁ ଆଲୋଚନାଚକ୍ରକୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ଉପ-ଆରକ୍ଷୀ ଅଧକ୍ଷକ (ହୋମ୍ ଗାର୍ଡ଼) ଶ୍ରୀ ସୁନୀଲ ଅରୁନ୍ ନାୟକଙ୍କ ସମେତ ମିଶନ ଶକ୍ତି ମା’, ବି.ଇ.ଡି. କଲେଜର ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ, ଏବଂ ଗଣମାଧ୍ୟମର ପ୍ରତିନିଧୂମାନେ ଯୋଗଦେଥିଲେ।
ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମାଇଁ ଭାରତ, ଫୁଲବାଣୀ ଓ ସ୍ବାତୀ ତରଫରୁ ଗତ ମାସ ୨୮ ତାରିଖରୁ ସଚେତନତା ସୃଷ୍ଟି ପାଇଁ ଶପଥ ପାଠ ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଗତକାଲି ମିଶନ ଶକ୍ତି ମା’, ବି.ଇ.ଡି. କଲେଜର ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ, ଦୁର୍ନୀତି ନିବାରଣ, ଫୁଲବାଣୀ ଶାଖାର ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଉପ- ଆରକ୍ଷୀ ଅଧୂକ୍ଷକ (ଦୁର୍ନୀତି ନିବାରଣ),ଫୁଲବାଣୀ ଶାଖା ଶ୍ରୀ ହେମନ୍ତ କୁମାର ମହାନ୍ତି ଏବଂ ଶ୍ରୀମତୀ କୁମୁଦିନୀ ସାହୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।
No Result
View All Result