ଓଡିଶା ତାଜା ନ୍ୟୁଜ୍ ( ୧୯ ଅଗଷ୍ଟ ବୁଧବାର ) ଅଭିମନ୍ୟୁ ମହାରଣା , ରଣପୁର :- ୧୬,୦୮,୨୦୨୦ ଠାରୁ ରଣପୁର ବିଜ୍ଞାପିତ ଅଞ୍ଚଳ ର ୩ ନମ୍ବର ୱାର୍ଡ ହରିଜନ ସାହି , ଡ଼ମ ସାହି , ମାଣିକ ପାଟଣା ସାହି ଏବଂ ୨ ନମ୍ବର ୱାର୍ଡ ହାଟ ସାହି କୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।
ନୟାଗଡ଼ ଜିଲ୍ଲାରେ ଧୀରେ ଧୀରେ କରୋନା ବୃଦ୍ଧି ପାଉଥିବାରୁ ବିଭିନ୍ନ ଅଞ୍ଚଳ ରେ ଏହି କରୋନା ସଂକ୍ରମଣ କୁ ରୋକିବା ପାଇଁ ଏହି ରେଡ୍ ଜୋନ୍ ଘୋଷଣା କରାଯାଇଛି । ଅନିର୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଏ ସମ୍ପର୍କ ରେ ନୟାଗଡ଼ ଏଡିଏମ୍ ଓ ଜିଲ୍ଲାପାଳ ସବିଶେଷ ସୂଚନା ଦେଇଛନ୍ତି ।
ରଣପୁର ଏନେସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ ଙ୍କ ତତ୍ତ୍ଵାବଧାନ ରେ ସଟ ଡାଉନ ପାଳନ କଡ଼ାକଡି ହୋଈଛି । ଡାକ୍ତରଖାନା ଛକ ଠାରୁ ହାଟ ସାହି ସ୍କୁଲ ପର୍ଯ୍ୟନ୍ତ ରାସ୍ତା ରୋକ କରାଯାଇଛି । ଏମ.ଆଇ ଅଫିସ ଠାରୁ ନୁଆ ମଣିନାଗ ରାସ୍ତା ଓ ତହସିଲ କାର୍ଯ୍ୟାଳୟ ଠାରୁ ତଳ ସଡ଼କ ରୋଡ଼ ଖୋଲା ରହିଛି ।
ରଣପୁର ରେ ସଟ ଡାଉନ ଯୋଗୁଁ ପ୍ରତ୍ୟେକ ସାହି , ଛକ ସ୍ଥାନ ଗୁଡିକରେ ସଟ ଡାଉନ ନିୟମ କୁ ପାଳନ କରୁଥିବାର ଦେଖିବାକୁ ମିଳିଛି । ରଣପୁର ପୋଲିସ ମଧ୍ୟ ସଟ ଡାଉନ ରେ କଡ଼ାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଣା ପଡ଼ିଛି ।






















