No Result
View All Result
୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )ଫୁଲବାଣୀ :-> ଆମ୍ବ ଟାକୁଆର କୋଇଲି ଜାଉ ଖାଇ ୨ ମୃତ, ୬ ଗୁରୁତର, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଏବେ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ଘଟିବା ପରେ ଏବେ ମାଣ୍ଡିପଙ୍କାକୁ ନେତା, ଅଫିସରଙ୍କ ସୁଅ ଛୁଟୁଛି । ଶନିବାର ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ବରିଷ୍ଠ ଓକିଲ ଦୀପକ ପଟ୍ଟନାୟକ,
ଅମିରଚାନ୍ଦ ନାୟକ ପ୍ରମୁଖ ମାଣ୍ଡିପଙ୍କାରେ ମୃତକଙ୍କ ଘରେ ପହଞ୍ଚିଥିଲେ । ଶୋକସନ୍ତପ୍ତ ପରିବାରକୁ ଭେଟିବା ସହ ଏବେ ବି ଗ୍ରାମରେ ଭୋକ ପାଇଁ ଆମ୍ବ ଟାକୁଆ ଖାଇବା ଜାଣି ଉଦ୍ବେଗ ପ୍ରକାଶ କରିଛନ୍ତି । ଏ ନେଇ ସେ ପିଡିିଏସ୍ ଚାଉଳ ଠିକ୍ ସମୟରେ ଲୋକଙ୍କୁ ମିଳୁ ନ ଥିବା ଓ ଅକ୍ଟୋବର ମାସର ଚାଉଳ ନଭେମ୍ବରରେ ବଣ୍ଟନ କରାଯାଉଥିବା ନେଇ କ୍ଷୋବ ପ୍ରକାଶ କରିଛନ୍ତି । 
ସେହିପରି ପଡିିଏସ୍ ମାତ୍ର ୫ କେଜି ଲେଖାଏ ଚାଉଳ ନିଅଣ୍ଟିଆ ହେଉଛି । ତେଣୁ ସରକାର ସହର ତଥା ଉନ୍ନୟନ ଅଞ୍ଚଳ ଛାଡି ଏଭଳି ଦୁର୍ଗମ ଅପହଞ୍ଚ ଗ୍ରାମରେ ଅତି କମରେ ଜଣଙ୍କ ପିଛା ୧୫ କିଲୋ ଚାଉଳ ଦେବାକୁ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି । ସମାନଭାବେ ନେଟୱାର୍କ, ରାସ୍ତା ସମ୍ପ୍ରସାରଣ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ସରକାର ଗୁରୁତ୍ୱ ଦେବାକୁ କହିବା ସହ ଏତେ ବଡ଼ ଘଟଣା ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଚହଳ ସୃଷ୍ଟି କରିଥିବା ବେଳେ କନ୍ଧମାଳ ଜିଲାପାଳ ଏବେ ପର୍ଯ୍ୟନ୍ତ ମାଣ୍ଡିପଙ୍କାରେ ପହଞ୍ଚି ନଥିବା ନେଇ ଶ୍ରୀକାନ୍ତ ଜେନା ଉଦ୍ବେଗ ପ୍ରକାଶ କରଛନ୍ତି ।

No Result
View All Result