No Result
View All Result
୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ପଞ୍ଚାୟତ ସାଲେପାଲି ଗାଁ ରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ରେ ୯୩ ତମ ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇଥିବା ହରିଓଁ ଶମ୍ଭୁ ନାରାୟଣ ଦାଶ ଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ । ନିଜ ଗାଁ ର ପୁଅ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନାମ ରଖିଥିବାରୁ ଗ୍ରାମ ବାସୀ ଫୁଲ ହାର, ପୁଷ୍ପ ଗୁଚ୍ଛ ଦେଇ ଗାଁ ମୁଣ୍ଡରୁ ପ୍ରତୀକ୍ଷାରେ ପାଣି ଢ଼ାଳି ସ୍ୱାଗତ କରିଥିଲେ ।
ଏହି ଅବସରରେ ଗାଁ ର ଶହ ଶହ ମହିଳା ପୁରୁଷ, ଛୋଟ ପିଲା ସାମିଲ୍ ହୋଇଥିଲେ । ସୂଚନା ଯୋଗ୍ୟ ଗାଁ ର ପ୍ରାମୋଦ କୁମାର ଦାଶ ଙ୍କ ପୁଅ ହରିଓମ ଶମ୍ଭୁ ନାରାୟଣ ପ୍ରାଥମିକ ଶିକ୍ଷା ଲାଠୋର ସରସ୍ଵତୀ ଶିଶୁ ମନ୍ଦିରରେ ଅଧ୍ୟୟନ କରିଥିବା ବେଳେ ଷଷ୍ଠ ରୁ+୨ ଯାଏଁ ନବୋଦୟ ବିଦ୍ୟାଳୟ ବେଲପଡ଼ା,
ପ୍ରଶାନ୍ତି ସତ୍ୟସାଇ ମହାବିଦ୍ୟାଳୟ ରେ ବିଜ୍ଞାନ ରେ ସ୍ନାତକୋତ୍ତ ଅଧ୍ୟୟନ କରିଥିବା ବେଳେ କିଛିମାସ ତାଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀରେ ଅବସ୍ଥାପିତ ହୋଇଥିଲେ । ନିଜ ଉଦ୍ୟମ ରେ ଘରେ ରହି ପ୍ରସ୍ତୁତି କରି ତୃତୀୟ ଥର ଉଦ୍ୟମ ରେ ୯୩ ତମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍ୱାଗତ ବେଳେ ବାପା ପ୍ରମୋଦ ଦାଶ, ବଡବାପା ପ୍ରଦୀପ ଦାଶ, କାକା ଫକୀର ଦାଶ, ମାଟିଆଭାଟା ପଞ୍ଚାୟତ ସରପଞ୍ଚ ସନ୍ତୋଷିନି ବରିହା, ନବ ବାଗ, ଭଜମନ ବାଗ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

No Result
View All Result