No Result
View All Result
୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଉପଖଣ୍ଡ ଫଟୋଗ୍ରାଫର ମହାସଂଘ ସାଧାରଣ ପରିଷଦ ବୈଠକ ବାଙ୍କୀ କଲେଜର ଦୃଶ୍ୟ ଶ୍ରାବ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ମନୋଜ କୁମାର କର ବିବରଣୀ ପାଠ କରି ମହାସଂଘର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ନିକନ କମ୍ପାନୀ ୱାର୍କସପ୍ରୁ ଆସିଥିବା ଅତିଥିମାନଙ୍କୁ ଏହି ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଆଗାମୀ ଦିନରେ ସଂଘର ସଦସ୍ୟମାନେ କିପରି ତାଙ୍କର ବ୍ୟବସାୟ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ନିଜେ ରୋଜଗାର କ୍ଷମ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବେ ଏବଂ ଯୁବପିଢୀ କିପରି ଫଟୋଗ୍ରାଫ୍ ପ୍ରତି ଆକୃଷ୍ଟ ହେବେ ସେ ସଂପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ବାଙ୍କୀର ଫଟୋଗ୍ରାଫର ମହାସଂଘ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ପାଇଁ କର୍ମକ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବେ ବୋଲି ସଭାପତି ପ୍ରସନ୍ନ କୁମାର ସାହୁ ଉଲ୍ଲେଖ କରିଥିଲେ ।
ଫଟୋ ଗ୍ରାଫର ଜିତେନ୍ଦ୍ର କୁମାର ମହାନ୍ତି, ସୁବ୍ରତ ଖଟୁଆ, ତପନ କୁମାର ମଲ୍ଲିକ, ପ୍ରଭାତ କୁମାର ପ୍ରଧାନ, ଅରୁଣ କୁମାର ପଣ୍ଡା, ରଞ୍ଜିତ ପତି, ନିକୁଞ୍ଜ କୁମାର ଜେନା, ତପନ କୁମାର ଧଳ, ଚିତ୍ତରଞ୍ଜନ ବେହେରା, ରଞ୍ଜିତ କୁମାର ସ୍ୱାଇଁ, ରଞ୍ଜିତ କୁମାର ବେହେରା, ଇନ୍ଦ୍ରମଣି ମହାପାତ୍ର, ଦିନେଶ ମହାପାତ୍ର, ଦେବାଶିଷ ଦାସ, ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଫଟୋଗ୍ରାଫର ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
No Result
View All Result