• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାର ମହାନ ମଞ୍ଚ ଅଭିନେତା ଓ ଶିକ୍ଷକ ଙ୍କ ପରଲୋକ

Proprietor Abhimanyu Maharana by Proprietor Abhimanyu Maharana
October 27, 2024
in ଓଡ଼ିଶା, ପୁରୀ, ହୋମ୍
0
ଓଡିଶାର ମହାନ ମଞ୍ଚ ଅଭିନେତା ଓ ଶିକ୍ଷକ ଙ୍କ ପରଲୋକ
Share on FacebookShare on TwitterWhatsapp

୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶା ମଞ୍ଚନାଟ୍ୟ ଆନ୍ଦୋଳନର ମହାରଥି,ବିଶିଷ୍ଟ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ, ବିଶିଷ୍ଟ ବେତାର ଶିଳ୍ପୀ ଲଷ୍ମୀଧର ତ୍ରିପାଠୀ ଙ୍କ ପରଲୋକ ଘଟିଛି | ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା,ଆଦର୍ଶ ଶିକ୍ଷକ,ଓଷ୍ଟାର ପୁରୀ ଜିଲ୍ଲା ପୂର୍ବତନ ସଭାପତି, ରାଜ୍ୟସ୍ତରୀୟ ଶିକ୍ଷକ ନେତା,ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମହାସଂଘର ପୂର୍ବତନ ସଭାପତି ଥିଲେ | କୃଷକ ବିଦ୍ୟାପୀଠ ଓ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭାବେ ବ୍ରହ୍ମଗିରି ଅଂଚଳରେ ବେଶ ପରିଚିତ ଥିଲେ | ଅନନ୍ୟ ଓ ଅଗ୍ନିବର୍ଷୀ ପ୍ରଚଣ୍ଡ ବାଗ୍ମୀ, ସାଂସ୍କୃତିକ ଆନ୍ଦୋଳନର ପୁରୋଧା, ସାମାଜିକ ଆନ୍ଦୋଳନ, ଚିଲିକା ଆନ୍ଦୋଳନ ର ଅନ୍ୟତମ ମହାରଥି ଭାବେ ବେଶ ଦକ୍ଷତା ର ସହ କାର୍ଯ୍ୟ କରିଥିଲେ |

ଇଂରାଜୀ ଭାଷା ଓ ବ୍ୟାକରଣ ର ପ୍ରଚଣ୍ଡ ପଣ୍ଡିତ, ବିଶିଷ୍ଟ ସମାଜ ସଂସ୍କାରକ, ଅତ୍ୟନ୍ତ ସ୍ନେହୀ ସୁପୁରୁଷ, ଓଡିଶା,ପୁରୀ ଜିଲ୍ଲା ତଥା ବ୍ରହ୍ମଗିରି ଅଞ୍ଚଳର ଶତାଧିକ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର ମାର୍ଗ ଦର୍ଶକ ଥିଲେ | ଅଲାରନାଥ ଅନବସର ଯାତ୍ରାର ପ୍ରତିଷ୍ଠାତା,ରଜ,ପଣା ଯାତ୍ରା, ପଞ୍ଚ ଦୋଳ,ଦଶଦୋଳ,ଫୁଲଦୋଳ, ଭାବକୁଣ୍ଡଳେଶ୍ୱର ବୁଡରେ ଯାହାଙ୍କର ମହାନ ଉପସ୍ଥିତି ଗରିମାମୟ କରିଥିଲା | ଆଦର୍ଶ ଓ ମୂଲ୍ୟବୋଧର ମଣିଷ, ସାଲିସ୍ ବିହୀନ ସମର୍ପିତ ସଂଗ୍ରାମୀ ଜନନାୟକ, ବ୍ରହ୍ମଗିରି ବାସୀଙ୍କ ହୃଦୟର ମୁକୁଟ ବିହୀନ ସମ୍ରାଟ ଥିଲେ | ଜନପ୍ରିୟ ଶିକ୍ଷକ ଓ ଅଭିନେତା, ବ୍ରହ୍ମଗିରିର ବରପୁତ୍ର ,ମଣିଷ ଗଢା କାରଖାନାର ଅନନ୍ୟ ବିନ୍ଧାଣୀ ଭାବେ ପରିଚିତ ଥିଲେ | ସ୍ୱଚ୍ଛତା, ନିରପେକ୍ଷତା,ସ୍ନେହ,ସ୍ୱାଭିମାନ,ସେବା , ସମର୍ପଣ ଓ ପବିତ୍ରତାର ପ୍ରତୀକ, ବୀର ଭୂମି, ଐତିହ୍ୟ ଓ ଐତିହାସିକ ମାଟି ବ୍ରହ୍ମଗିରିର କିମ୍ବଦନ୍ତୀ ପୁରୁଷ ଭାବେ ପରିଚିତ |

ଭୂମିପୁତ୍ର, ସର୍ବ ଜନପ୍ରିୟ,ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଧିତ ମହାନ ଗୁରୁ ଲକ୍ଷ୍ମୀଧର ତ୍ରିପାଠୀଙ୍କ ଆଜି ପବିତ୍ର କାର୍ତ୍ତିକ ମାସ ଦଶମୀ ତିଥିରେ ପାବନ ତୀର୍ଥ ଶ୍ରୀକ୍ଷେତ୍ରରେ ମହାପ୍ରୟାଣ ସମଗ୍ର ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି ଘଟିଛି । ତାଙ୍କ ବିୟୋଗରେ ଶିକ୍ଷା, ସଂସ୍କୃତି, ପ୍ରଜ୍ଞା ଓ ପ୍ରତିଭା କ୍ଷେତ୍ରରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା ସବୁଦିନ ନିମନ୍ତେ ଅପୂରଣୀୟ ହୋଇ ରହିବ । ଏହି ମହାନ ଯଶସ୍ୱୀ ଗୁରୁଙ୍କୁ କୁମାର କବି ଫାଉଣ୍ଡେସନ ତରଫରୁ ଉତ୍କଳ ଶିକ୍ଷା ସୌରଭ ସମ୍ମାନରେ ସମ୍ମାନୀତ କରି ଅନୁଷ୍ଠାନ ଆଜି ନିଜକୁ ଗୌରବ ମଣ୍ଡିତ ମନେ କରୁଛି। ଭୂମିପୁତ୍ର ଓ ପାଣ୍ଡବ ଗୌରବ ଆଦି ସମ୍ମାନରେ ସମ୍ମାନିତ ଏହି ମହାନ ପ୍ରଚଣ୍ଡ ପ୍ରତିଭାଧର ବ୍ୟକ୍ତି ଜୀବଦ୍ଦଶାରେ ବିନା ପାରିଶ୍ରମିକରେ ଗ୍ରାମାଞ୍ଚଳରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେଇ ରେକର୍ଡ ସୃଷ୍ଟି କରିଥିଲେ ।

ବାସ୍ତବରେ ସେ ଥିଲେ ଜଣେ ଅନନ୍ୟ ଓ ମହାନ ଅନୁଷ୍ଠାନ।ଜୀବଦ୍ଦଶାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତାଙ୍କୁ ସମ୍ମାନିତ କରିବା ଉଚିତ ମନେ କଲା ନାହିଁ କି କୌଣସି ସରକାର ତାଙ୍କୁ ସମ୍ମାନିତ କରିବା ପାଇଁ ଚେଷ୍ଟା କଲେ ନାହିଁ । ଇଂରାଜୀ ବ୍ୟାକରଣ ଓ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟକୁ ନା ଓଡ଼ିଶାର ଗଣଶିକ୍ଷା ବିଭାଗ ନା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ନା କୌଣସି ଶିକ୍ଷା ସାଧନ କେନ୍ଦ୍ର, ଉତ୍କର୍ଷ ଶିକ୍ଷା କେନ୍ଦ୍ର ଅବା ଶିକ୍ଷା ଗବେଷଣା ଅନୁଷ୍ଠାନ ସମୁଚିତ ବ୍ୟବହାର କରିପାରିଲେ ନାହିଁ । ଓଡ଼ିଶା ବାହାରେ ଜନ୍ମଗ୍ରହଣ କରିଥିଲେ ସେ ହୁଏତ ପଦ୍ମବିଭୂଷଣ ସମ୍ମାନ ପାଇ ପାରିଥାନ୍ତେ, ଏହାହିଁ ଏହି ଭାଷା,ସାହିତ୍ୟ ଓ ସଂସ୍କୃତି ସମୃଦ୍ଧ ଜାତି ପକ୍ଷରେ ସବୁଠାରୁ ବଡ଼ ବିଡ଼ମ୍ବନାର ବିଷୟ ଅଟେ ବୋଲି କବି ଅଧିବକ୍ତା ଦିଗମ୍ବର ବେହେରା ମତ ଦେଇଛନ୍ତି ।

ଶ୍ରୀଯୁକ୍ତ ତ୍ରିପାଠୀଙ୍କର ହଜାର ହଜାର ଛାତ୍ରଛାତ୍ରୀ ଆଜି ଦୁଖୀତ ମର୍ମାହତ ଓ ଶୋକାପ୍ଳୁତ। ସମଗ୍ର ବ୍ରହ୍ମଗିରି ଆଜି ସ୍ତବ୍ଧ ଓ ନିରଵ । ଏହି ଅମାୟିକ ,ସରଳ, ଭଦ୍ର,ନମ୍ର,ବିନୟୀ,ନିରହଙ୍କାରୀ ସ୍ନେହୀ ଆଦର୍ଶ ମଣିଷ ଓ ମହାନ ବ୍ୟକ୍ତିତ୍ଵଙ୍କ ବିୟୋଗରେ ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଭୂମ ପ୍ରଣାମ ଜଣାଉଛି। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତାଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରି କ୍ଷମା ଯାଚନା କଲେ ହୁଏତ ତାଙ୍କ ଅମର ଆତ୍ମା ପ୍ରତି ଏହା ସମୁଚିତ ସମ୍ମାନ ହେବ ବୋଲି ମତ ପ୍ରକାଶ ପାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

ଆନ୍ଧ୍ର ପ୍ରଦେଶର ଅଳିଆ ଆବର୍ଜନା ପକା ଯାଉଛି ଓଡ଼ିଶାରେ, ଏଇ ବିଷୟ ନେଇ ଜିଲ୍ଲାପାଳ ଙ୍କୁ ଅବଗତ କଲେ ବିଧାୟକ

June 18, 2026
ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମସାଗର ର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଉପସ୍ଥିତି ରେ ସମୀକ୍ଷା କଲେ ବିଧାୟକ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version