No Result
View All Result
୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଭାରତ ପର୍ଯ୍ୟଟନ ବିଭାଗ ଟୁରିଷ୍ଟ୍ ଅଫିସର ଜଗନ୍ନାଥ ବେହେରାଙ୍କ ସଂଯୋଜନାରେ ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବାଙ୍କୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦେବୀଦ୍ୱାର, ପ୍ରାକ୍ ଐତିହାସିକ ଅନାହତ ଗୁମ୍ଫା ଓ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଜାତୀୟ ସ୍ତରର ଟୁରିଷ୍ଟ ଗାଇଡ୍ ଲଳିତ ମୋହନ ପଣ୍ଡା ବାଙ୍କୀର ଇତିହାସ ସଂପର୍କରେ ବୁଝାଇଥିବା ବେଳେ ରାଜ୍ୟସ୍ତରୀୟ ଟୁରିଷ୍ଟ ଗାଇଡ୍ ଅମୀତ୍ ସାହୁ ମା’ଚର୍ଚ୍ଚକା ମନ୍ଦିର ଇତିହାସ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅଧିନରେ ପର୍ଯ୍ୟଟନସ୍ଥଳ ଗୁଡିକର ସଫେଇ ସହ କିପରି ପର୍ଯ୍ୟଟନସ୍ଥଳୀର ପ୍ରଚାର ପସାର ହୋଇପାରିବ ସେଥିନିମନ୍ତେ ପର୍ଯ୍ୟଟନ ବିଭାଗ ପ୍ରୟାସ ଜାରି ରଖିଛି ବୋଲି ଟୁରିଷ୍ଟ୍ ଅଫିସର୍ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟୁରିଷ୍ଟ୍ ଗାଇଡ୍ କ୍ଲବ, ଚର୍ଚ୍ଚିକା ମନ୍ଦିରର ସେବାୟତ ସନ୍ତୋଷ ମହାପାତ୍ର ଓ ସେଣ୍ଟରଫର୍ ରୁରାଲ୍ ଟୁରିଜିମ୍ ଡେଭଲପ୍ମେଣ୍ଟର ସଦସ୍ୟମାନେ ସହଯୋଗ କରିଥିଲେ ।
No Result
View All Result