No Result
View All Result
୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ମହୋତ୍ସବ ତୃତୀୟ ସଂନ୍ଧ୍ୟା ଉତ୍ସବ ଆଜି କଚେରୀ ପଡିଆ ଠାରେ ଅନୁଷ୍ଠିତ ହେବା ସହ ମହୋତ୍ସବର ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କିସ୍ର ମୁଖ୍ୟ କୂଳପତି ହରେକୃଷ୍ଣ ଶତପଥି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ବାଙ୍କୀ ଅଞ୍ଚଳ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବେଳେ ବାଙ୍କୀ ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଛି । ମୁଖ୍ୟବକ୍ତା ଭାବେ ମହର୍ଷି କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଚୂଡାମଣୀ ଯୋଗଦେଇ କହିଲେ ଓଡ଼ିଶାର ଶକ୍ତିପୀଠମାନଙ୍କ ମଧ୍ୟରେ ବାଙ୍କୀର ମା’ଚର୍ଚ୍ଚିକାଙ୍କ ପୀଠସ୍ଥଳୀ ଏକ ସ୍ୱତନ୍ତ୍ର ମର୍ଯ୍ୟଦା ବହନକରେ ।
ସମ୍ମାନିତ ଅତିଥି ଭାବେ କଳାକାର ହରିଅର୍ଜୁନ ପ୍ରଧାନ ଯୋଗଦେଇ କହିଲେ କଳା, ସଂସ୍କୃତି ଓ ପରମ୍ପରାରେ ସ୍ଥାନୀୟ ଅଂଚଳର ସ୍ୱତନ୍ତ୍ରତାକୁ ବଜାୟ ରଖିବାକୁ କରାଯାଉଥିବା ଉଦ୍ୟମର ସଫଳତାର ସହ ବାଙ୍କୀ ମହୋତ୍ସବ ଅବସରରେ ବାଙ୍କୀବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଆଶିଷ କୁମାର ସାହୁ , ମହୋତ୍ସବ ଉପସଭାପତି ଅନୁପବଥୁଆଲ୍, ଶିକ୍ଷାବିତ୍ ବିଦ୍ୟାନନ୍ଦ ଚୌଧୂରୀ , ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ ,
ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ମହୋତ୍ସବ କାର୍ଯ୍ୟକାରୀ ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବାଙ୍କୀ ମହୋତ୍ସବ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ବାଙ୍କୀ ମହୋତ୍ସବ ଦୀର୍ଘ ୨୫ବର୍ଷରେ ପଦାର୍ପଣ କରିବା ସହ ବାଙ୍କୀବାସୀଙ୍କ ସହଯୋଗରେ ଏହା ଏକ ମହାଦ୍ରୁମରେ ପରିଣତ ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ମହୋତ୍ସବ ଉପସଭାପତି କାଉନସିଲର ସନାତନ ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥବଲେ । ମହୋତ୍ସବ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରାଦନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମହୋତ୍ସବ ଉପସଭାପତି ସୌମେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result