No Result
View All Result
୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କମିଶନରେଟ ପୋଲିସ ଅଧିନସ୍ଥ କଟକ ସଦର ଥାନା ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା ଦୀର୍ଘ ୬ ଦିନ ଧରି ଚାଲିବା ପରେ ମଙ୍ଗଳବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଫୁଲନଖରା ଛକ ନୂଆ କାଚରୀ ,ବମ୍ଫକୁଦ , ନୂଆପାଟଣା, ରାମନଗର , ଅଢ଼ଙ୍ଗଡିହ ,
ତେଲଙ୍ଗାପେଣ୍ଠ ବ୍ୟବସାୟୀ ସଂଘ , କୁମ୍ଭରାଜପୁର, ନୂଆଗଡ଼ , ପ୍ରତାପନଗରୀ , ଭାଣପୁର , ଡାହାଳିଆବାଗ, ପାଇକସାହି, ରାଉତସାହି , ଦେହୁରୀ ସାହି, ବାଲିକୁଦା , ଗୋପାଳପୁର ଆଦି ସ୍ଥାନରେ ହୋଇଥିବା ହରପାର୍ବତୀ ଏବଂ ଦୂର୍ଗା ମେଢ଼ର ଭଷାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ବିଭିନ୍ନ ସ୍ଥାନରେ ହୋଇଥିବା ମେଢ଼ ଗୁଡ଼ିକୁ ମଣ୍ଡପରୁ ବାହାର କରାଯାଇଥିଲା ।
ଅପରାହ୍ନ ୪ଟାରୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭଷାଣୀ ଶୋଭାଯାତ୍ରାରେ ବାହାରି ମେଢ଼ ଗୁଡିକ ସାହି ପରିକ୍ରମା କରିସାରିବା ପରେ ଭଷାଣୀ ପାଇଁ ପଛକୁ ପଛ ଧାଡ଼ିରେ ଜାତୀୟ ରାଜପରେ ଭଷାଣୀ ସ୍ଥଳକୁ ଯାଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ଦର ଥାନା ପକ୍ଷରୁ ପ୍ରତ୍ୟେକ ମେଢ଼ରେ ପୋଲିସ ଫୋର୍ସ ସହିତ ଅଫିସରଙ୍କୁ ମୁତୟନ କରାଯାଇଥିଲା ।
କଟକ ଯୋନ-୪ ଏସିପି ଉମାକାନ୍ତ ପ୍ରଧାନ, ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଉପସ୍ଥିତ ରହି ଭଷାଣୀ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଭଷାଣୀ ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ସମସ୍ତ ମେଢ଼ର ଭଷାଣୀ କାର୍ଯ୍ୟ ରାତି ଦଶଟାରେ ଶେଷ ହୋଇଥିଲା ।

No Result
View All Result