No Result
View All Result
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବୁଧବାର ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାପଥର ମଣ୍ଡଳର କଳାପଥର ଶକ୍ତିକେନ୍ଦ୍ର, ଜଗନ୍ନାଥପୁର ଶକ୍ତିକେନ୍ଦ୍ର ଏବଂ ବ୍ରହ୍ମପୁରା ମଣ୍ଡଳର ଅନୁଆରୀ ଶକ୍ତିକେନ୍ଦ୍ରର ବିଭିନ୍ନ ବୁଥରେ ବାଙ୍କୀ ଭାରତୀୟ ଜନତାପାର୍ଟିର ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଭାରତୀୟ ଜନତାପାର୍ଟିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ବିଭିନ୍ନ ସାହି, ବସ୍ତି, ବଜାର ଅଞ୍ଚଳର ଘରକୁ ଘର ବୁଲି ସଭ୍ୟ ସଂଗ୍ରହ କରିଥିଲେ ।
ଏହି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବିଧାନସଭା ସଂଯୋଜକ ସରୋଜ ମତ୍ତଗଜ ସିଂହ, ମଣ୍ଡଳ ସଭାପତି ସୁଶାନ୍ତ ଭଟ୍ଟ, ବିଜୟ ବରାଡ, ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବାଶିଷ ମାନସିଂ, ରବୀନ୍ଦ୍ର ସାହୁ ତିନିଗୋଟି ଶକ୍ତିକେନ୍ଦ୍ରର ବରିଷ୍ଠ କାର୍ଯ୍ୟକର୍ତ୍ତମାନେ ସାମିଲ୍ ହୋଇ ୧୮ବର୍ଷରୁ ଉର୍ଦ୍ଧ୍ୱ ଛାତ୍ର, ଯୁବକ ଏବଂ ବୟସ୍କ ପୁରୁଷ, ମହିଳାମାନଙ୍କୁ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପାଇଁ ନିବେଦନ କରିଥିଲେ l
No Result
View All Result