No Result
View All Result
୦୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ପୂଜ୍ୟପୂଜା ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ପୂଣ୍ୟଶ୍ଳୋକ ଗୋପବନ୍ଧୁ ଦାଶଙ୍କ ଜନ୍ମ ଜୟନ୍ତୀରେ ବାଙ୍କୀ ପୂଜ୍ୟପୂଜା ଅନୁଷ୍ଠାନର ଏକ ପ୍ରତିନିଧି ଦଳ ସୁଆଣ୍ଡୋ ଗ୍ରସ୍ତ କରି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞପନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅନଷ୍ଠାନର ସଭାପତି ସୁନୀଲ୍ ମିଶ୍ର,
ସଂଯୋଜକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କବି କୌଶିକ ନାୟକ, ଧନେଶ୍ୱର ବଳିୟାର ସିଂହ, ରବିନ୍ଦ୍ର କୁମାର ରଣା, ସୁଶାନ୍ତ ଦଳେଇ, ବିନୋଦ ବିହାରୀ ସ୍ୱାଇଁ, ସଂଜୟ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ମରଣତ୍ତୋର ଭାରତ ରତ୍ନ ପ୍ରଦାନ କରିବା ପାଇଁ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରତିନିଧିମାନେ ଦାବିପତ୍ର ପ୍ରଦାନ କରିଥିଲେ ।
No Result
View All Result