No Result
View All Result
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଞ୍ଚାୟତସ୍ଥ ଅଳସୁଆ ଗ୍ରାମର ସନେଇ ସାହି ନିକଟସ୍ଥ ମହାନଦୀ କୂଳ କାଳିଗିରି ଠାରେ ଆଜି ସାଗର ମେଳା ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟଯେ ୧୯୪୫ମସିହା ଅକ୍ଟୋବର ୬ତାରିଖ ଦିନ ସନ୍ଥ ବିଶ୍ୱଗୁରୁ କଇଁଫୁଲ ବାବା ଏହି ସ୍ଥାନରେ ପ୍ରଥମେ ୧୨ଦଳ ଭାଗବତ ମଣ୍ଡଳୀକୁ ନେଇ ୧୪୪ଜଣ ଭାଗବତପ୍ରେମୀଙ୍କୁ ଏକଜୁଟ କରି ସାଗରମେଳା ଶୁଭାରମ୍ଭ କରିଥିଲେ ।
ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଟିକି ବାବାଙ୍କ ତତ୍ତ୍ୱାବଧାନରେ ବାଙ୍କୀ ,ଖଣ୍ଡପଡା, ଭୁବନେଶ୍ୱର ଆଦି ବହୁ ଗ୍ରାମର ଯଥା ଗୋଳାଗଣ୍ଡ, ବୈଦ୍ୟେଶ୍ୱର, ଅନୁଆରୀ, କରବର ,ପଦ୍ମାବତୀ, କଳାପଥର, ଟିକିଲିପଡା ପ୍ରଭୃତି ୨୦ଗୋଟି ଭାଗବତ ମଣ୍ଡଳୀ ଯୋଗଦାନ କରି ଗ୍ରାମ ପରିକ୍ରମା କରିବା ସହ ମହାନଦୀ ଜଳ ସିଞ୍ଚନ କରି ଭାଗବତ ମେଳା ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଭାଗବତ ପ୍ରଚାର ପ୍ରସାର ସମିତିର ଉପଦେଷ୍ଟା ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସାଧାରଣ ସଂପାଦକ କମଳାକାନ୍ତ ପ୍ରହରାଜ,
ଗୋଳାଗଣ୍ଡ ସରପଞ୍ଚପ୍ରଫୁଲ୍ଲ ସେନାପତି, ପୂର୍ବତନ ସରପଞ୍ଚ ରମେଶଚନ୍ଦ୍ର ସେନାପତି, ଲଲାଟେନ୍ଦୁ ପଣ୍ଡା, ବୃନ୍ଦାବନ ସାହୁ, ଜୟକୃଷ୍ଣ ସାହୁ, କୈଳାସ ନାୟକ, ଚନ୍ଦନ ବାବା, ଧନେଶ୍ୱର ସାହୁ, ଜୟକୃଷ୍ଣ ସାହୁ, ମିନକେତନ ରାଉତ ପ୍ରମୁଖ ଅତିଥିମାନେ ଯୋଗଦାନ କରି କଇଁଫୁଲ ବାବାଙ୍କ ମହିମା ଓ ଭାଗବତ ଚର୍ଚ୍ଚା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିିଭିନ୍ନ ଗ୍ରାମର ଭାଗବତ ମଣ୍ଡଳୀ ନାମସଂକୀର୍ତ୍ତନ ପ୍ରସାର ପ୍ରଚାର କରିଥିଲେ ।
No Result
View All Result