No Result
View All Result
୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ କଲେଜ ରୋଡସ୍ଥିତ ଶିକ୍ଷାଭାରତୀ ଟ୍ରଷ୍ଟ ଆନୁୁକୁଲ୍ୟରେ ଆଜି ସ୍ୱଛତା ହିଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ତଥା ପ୍ରକୃତିବନ୍ଧୁ ମନୋଜ କୁମାର ମହାପାତ୍ର ଶୁଭାରମ୍ଭ କରି ସୁସ୍ଥ ପରିବେଶ ରହିଲେ ମଣିଷ ସୁସ୍ଥ ହେବା ସହ ନିରୋଗ ହେବବୋଲି କହିଥିଲେ ।
ଶିିକ୍ଷା ଭାରତୀ ଟ୍ରଷ୍ଟର ସଭାପତି ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସ୍ୱେଛାସେବୀମାନେ ବାଙ୍କୀ କଲେଜ ନିକଟସ୍ଥ ରାସ୍ତାକୁ ସଫେଇ କରିିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଲଲାତେନ୍ଦୁ ପଣ୍ଡା ଓ ଟ୍ରଷ୍ଟର ସଂଯୋଜିକା ରୋଜାଲିନ୍ ସେଠ ପରିଚାଳନା କରିଥିଲେ ।
No Result
View All Result