No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଏସଆଇଆରଡି ଓ ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗ ଆନୁକୂଲ୍ୟରେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଗଞ୍ଜାମଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ବ୍ଲକରେ ବୁଧବାର ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ଵତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ ଗୁଡ଼ିକରେ ସ୍ଵତନ୍ତ୍ର ଗ୍ରାମସଭା ବୈଠକ ଆୟୋଜିତ ହୋଇଥିଲା।ଏହି କ୍ରମରେ ରାଳବ ପଞ୍ଚାୟତ କାର୍ଯ୍ୟାଳୟରେ ନୋଡାଲ ଅଧିକାରୀ ଏ.ଶିବ ଆଚାରୀଙ୍କ ସଂଯୋଜନାରେ ସରପଞ୍ଚ ରଶ୍ମିତା ପ୍ରଧାନ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାପତିତ୍ୱ କରିଥିଲେ।
ମୁଖ୍ୟତଃ ପଞ୍ଚାୟତ ସକାଶେ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ବିନିଯୋଗରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆସନ୍ତା ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଶ୍ରମିକ ବଜେଟ ଓ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା।ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ସ୍ଵଚ୍ଛତା ହିଁ ସେବା, ହରଘର ଜଳ, ସ୍ଵାସ୍ଥ୍ୟ,ସାମୁହିକ ପରିମଳ ଚିହ୍ନଟ ସ୍ଥାନରେ ସୌନ୍ଦଯ୍ୟ କରଣ ପ୍ରସଙ୍ଗରେ ଆଲୋଚନା ହୋଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଥିଲା।
ବୈଠକରେ ପିଇଓ ସୁଶାନ୍ତ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଡି.ଅଶୋକ,ଏଡିଇଓ ଗଜେନ୍ଦ୍ର ଗୌଡ଼,ନାଏବ ସରପଞ୍ଚ ଶଙ୍କର ପୋଲେଇ, ସେମିତି ସଭ୍ୟା ପ୍ରତିନିଧି ମନୋଜ କୁମାର ପୋଲେଇ,ଗନ୍ତାୟତ ଦଳେଇ, କାଳୀ ଚରଣ ଦଳାଇ,ବିଏଫଟି ବୃନ୍ଦାବନ ଗୌଡ଼,ମହିଳା ସ୍ୱାସ୍ଥ୍ୟ କର୍ମୀ,ଜିଆରଏସ,ଗାଁ ସାଥୀ, ଯୋଗାଣ ସହାୟକ,ଏସଏଚଜି, ଏମବିକେ,ସିଆରପିଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଓ ବତ୍କୃତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା।ଅନୁରୂପ ଭାବେ ପୁଟିଆପଦର ପଞ୍ଚାୟତରେ ନୋଡାଲ ଅଧିକାରୀ, ଜନ ପ୍ରତିନିଧି, ବିଜୟ କୁମାର ସେଠୀ,ବାସୁଦେବ ବେହେରା, ବୈଷ୍ଣବ ମଣ୍ଡଳ,ଭାଣ୍ଡି ହରି,ପ୍ରତାପ କୁମାର ସାହୁ,କାଳୁ ଚରଣ ବେହେରା,ବେଣୁଧର ବେହେରା,ସରଣୀ ଗମାଙ୍ଗ, ସୁଶାନ୍ତ ପଟ୍ଟନାୟକ, ଶଙ୍କର ମହାନ୍ତି ପ୍ରମୁଖ ନିର୍ବାହୀ ଅଧିକାରୀ, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ଆଲୋକ ନାଥ ସେଠୀ ଓ ଅନ୍ୟାନ୍ୟ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କର୍ମଚାରୀ ଓ ଗ୍ରାମବାସୀ ପ୍ରମୁଖ ସ୍ବତନ୍ତ୍ର ଗ୍ରାମସଭା ବୈଠକରେ ଉପସ୍ଥିତ ଥିଲେ ।
No Result
View All Result