No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ମୋହନ ସରକାର ଙ୍କ ପକ୍ଷରୁ ଗତ 29 ତାରିଖ ରେ ପୁରୀ ଠାରେ ଶହେ ଦିନ ପୂର୍ତ୍ତି ପାଳନ ଅବସରରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ର ରୂପରେଖା ସମ୍ପର୍କ ରେ ଆଲୋକପାତ କରିଥିଲେ l ନୂତନ ସରକାର ପକ୍ଷରୁ ମନ୍ତ୍ରୀ ଙ୍କ ସଂଖ୍ୟା କମ ହେତୁ ଜଣକୁ ଏକାଧିକ ବିଭାଗ ପ୍ରଦାନ କରାଯାଇଛି l ଯେଉଁଥିପାଇଁ ସମସ୍ୟା ସମାଧାନ କ୍ଷେତ୍ରରେ ଅହେତୁକ ବିଳମ୍ବ ହେଵା ସ୍ୱାଭାବିକ କଥା l ସେମାନଙ୍କ ମଧ୍ୟରୁ ଶ୍ରୀମତୀ ପ୍ରଭାତୀ ପରିଡା ହେଉଛନ୍ତି ଅନ୍ୟତମ ।ତାଙ୍କ ହାତରେ ରହିଛି ମହିଳା ଶିଶୁ ବିକାଶ ମନ୍ତ୍ରଣାଲୟ ,ପର୍ଯ୍ୟଟନ ବିଭାଗ ଏବଂ ମିଶନ ଶକ୍ତି ସହିତ ଉପ ମୁଖ୍ୟମନ୍ତ୍ରୀ ଭଳି ଗୁରୁ ଦାୟିତ୍ୱ l ଯାହାଫଳରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ର ସମାଧାନ କ୍ଷେତ୍ରରେ ସମୟ ମିଳୁନଥିବାରୁ , ସପ୍ତାହ ରେ ଗୋଟିଏ ଦିନ ଗୋପରେ ସାମୁହିକ ସମସ୍ୟା ଓ ବ୍ୟକ୍ତିଗତ ସମସ୍ଯା ଶୁଣିବାପାଇଁ ସାଧାରଣରେ ଦିନ ସ୍ଥିର କରିବାକୁ ମତ ପ୍ରକାଶ ପାଉଛି l
ଯେହେତୁ ନିମାପଡା ନିର୍ବାଚନ ମଣ୍ଡଳୀ ଟି 46 ଟି ପଞ୍ଚାୟତ ସହିତ ଗୋଟିଏ ବିଜ୍ଞାପିତ ଅଞ୍ଚଳ ର 11 ଟି ୱାର୍ଡ ଥିବାରୁ ଅନେକ ସମସ୍ୟା ରହୁଛି l କାରଣ ପୂର୍ବରୁ ଅଧିକାଂଶ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିଥିବାରୁ ଦୈନିକ ଶତାଧିକ ବିଭିର୍ନ୍ନ ବର୍ଗ ର ବ୍ୟକ୍ତି ବିଶେଷମାନେ ଉପ-ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ଵର ବାସଭବନ ଓ ରାଜ୍ୟ ଅତିଥ୍ – ଭବନରେ ଦେଖା କରିବା ପାଇଁ ଆଶାତୀତ ଭିଡ ହେଉଛି l ଏଣୁ ନିମାପଡା ଓ ଗୋପ ଅଞ୍ଚଳ ର ବହୁ ସାଧାରଣ ଲୋକ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ଵରରେ ସାକ୍ଷାତ କରିବା ଓ ସମସ୍ୟା ସମ୍ପର୍କରେ ଆଲୋଚନାରୁ ବଞ୍ଚିତ ହେଉଥିବା କୁହାଯାଉଛି । ଯେହେତୁ ଶ୍ରୀମତୀ ପରିଡା ବର୍ତମାନ ରାଜ୍ୟ ର ଉପ- ମୁଖ୍ୟମନ୍ତ୍ରୀ, ଏଣୁ ଦଳମତ ନିର୍ବିଶେଷରେ ତାଙ୍କୁ ସମସ୍ତ ବର୍ଗ ର ଜନସାଧାରଣ ନିଜର ଅଭିଯୋଗ ଜଣାଇବା ପାଇଁ ବ୍ୟାକୁଳ ହେଉଛନ୍ତି l ଯଦିଓ ଶ୍ରୀମତୀ ପରିଡ଼ା ନିଜ ନଜରରେ ଆସୁଥିବା ସମସ୍ତଙ୍କ କଥା ବୁଝୁଛନ୍ତି।ତଥାପି ,ଗାଁ ଗହଳିର ସାଧାରଣ ଲୋକ ତାଙ୍କ ଦୁଃଖ କଥା ତାଙ୍କ ପ୍ରୀୟ ନେତ୍ରୀଙ୍କୁ ଜଣାଇବାରେ ଅସମର୍ଥ ହେଉଛନ୍ତି।ନିଜ ନିର୍ବାଚନ ମଣ୍ଡଳୀରୁ ସମସ୍ୟା ଦୂର ତଥା ସାଧାରଣ ସମସ୍ୟା ବୁଝିବା ପାଇଁ ନିର୍ଦ୍ଧାରିତ ଦିନ ଠିକ୍ କରିବା ପାଇଁ ଗୋପର ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଏବଂ ଗୋପ ର ବରିଷ୍ଠ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି l
ଗୋପ ରେ ସାଧାରଣ ଜନତା ଙ୍କ ପାଇଁ କୌଣସି ପ୍ରକାର ସୁବିଧା କି ସୁଯୋଗ ନଥିବାରୁ ବହୁ ହଇରାଣ ହରକତ ହେବାକୁ ପଡୁଛି l ଗୋପ ବ୍ଲକ ରେ ଏକାଧିକ ସ୍ୱେଚ୍ଛାସେବୀ ସଂଗଠନ ସହିତ ଅନେକ ବେସରକାରୀ ଅନୁଷ୍ଠାନମାନଙ୍କର କେବେ ଯଦି କିଛି ଜନ ମଙ୍ଗଳ କାର୍ଯ୍ୟକ୍ରମ କିମ୍ବା ସଭା ସମିତି ପାଇଁ ସଭା ଗୃହ ଟିଏ ନାହିଁ। ଅନ୍ୟୁନ ଦୁଇ ଶହ ଲୋକଙ୍କ ବସିବା ପାଇଁ ସଭା ଗୃହ ଟିଏ ନିତାନ୍ତ ଦରକାର।ଯାହା ଦ୍ୱାରା କି ସରକାରୀ କିମ୍ବା ବେସରକାରୀ କାର୍ଯକ୍ରମ ପାଇଁ ଖରା ବର୍ଷାକୁ ଡର ରହିବ ନାହିଁ। ଗୋପରେ ଅନେକ ସରକାରୀ ଜାଗା ଅଦରକାରୀ ଅବସ୍ଥାରେ ଅଛି।ବୟସ୍କ,ଓ ଛୋଟ ପିଲାଙ୍କ ପାଇଁ ଏକ ପାର୍କର ଆବଶକ୍ୟତା ଅଛି।ବସ ଷ୍ଟପେଜ ସହିତ ମାର୍କେଟ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପ ,ନିମାପଡ଼ା ଠାରୁ କୋଣାର୍କ ରାସ୍ତାର ନବୀକରଣ, ଡ୍ରେନେଜ ଆଦି ମୌଳିକ ଆବଶ୍ୟକତା ଗୋପ ପାଇଁ ନିତାନ୍ତ ଜରୁରୀ ହୋଇ ପଡ଼ିଛି। ଏ ସବୁ ବିଷୟ ଗୁଡ଼ିକର ଆଶୁ ସମାଧାନ ତଥା ଗୋପର ମୌଳିକ ଆବଶକ୍ୟତା ପୂରଣ କରିବା ପାଇଁ ସମସ୍ତ ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବି ଏବଂ ଗୋପ ସୁରକ୍ଷା ମଞ୍ଚ ଶ୍ରୀମତୀ ପରିଡ଼ାଙ୍କ ନିକଟରେ ଦାବୀ କରିଛନ୍ତି।
No Result
View All Result